ଘରକୁ ଫେରିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଲୀ, ୩୧ା୫:ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ବ୍ରିଟେନରୁ ୧୦୦ ଟନ୍‌ରୁ ଅଧିକ ସୁନା ଦେଶକୁ ଅଣାଯାଇଛି। ୧୯୯୧ରେ ଦିଆଯାଇଥିବା ଏହି ସୁନା ପ୍ରଥମ ଥର ପାଇଁ ଆରବିଆଇର ଷ୍ଟକ୍‌ରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ସଫଳତା। ଏହାର ପ୍ରଭାବ ଦେଶର ଅର୍ଥନୀତିରେ ମଧ୍ୟ ଦେଖାଯିବ। ଆରବିଆଇ ଅଧିକାରୀ କହିଛନ୍ତି, ଆଗାମୀ ଦିନରେ ଭାରତକୁ ପ୍ରାୟ ୧୦୦ ଟନ ସୁନା ଅଣାଯିବ। ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ ଆରବିଆଇ ରାଜକୋଷରେ ସୁନା ପରିମାଣ ବୃଦ୍ଧି କରୁଛି ବୋଲି କୁହାଯାଉଛି।
ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ନିକଟରେ ୮୨୨.୧ ଟନ ସୁନା ରଖିଛି, ସେଥିମଧ୍ୟରୁ ୪୧୩.୮ ଟନ ବିଦେଶରେ ଥିଲା। ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି। ବିଶ୍ୱସ୍ତରୀୟ ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ୨୭.୫ ଟନ ସୁନା ମିଶାଇ ସୁନା କିଣିବାରେ ଆରବିଆଇ ଅଗ୍ରଣୀ କେନ୍ଦ୍ରୀୟ ବ୍ୟାଙ୍କ ଅଟେ।
ବ୍ୟାଙ୍କ ଅଫ ଇଂଲଣ୍ଡ (ବିଓଆଇ) ଦୀର୍ଘ ଦିନ ଧରି ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପାଇଁ ପ୍ରମୁଖ ଭଣ୍ଡାର ହୋଇଆସୁଛି। ସ୍ବାଧୀନତା ପୂର୍ବରୁ ଭାରତ ମଧ୍ୟ ଲଣ୍ଡନ ବ୍ୟାଙ୍କରେ ନିଜର ସୁନା ରଖିଥିଲା। ୧୯୯୧ରେ, ବାଲାନ୍ସ ପେମେଣ୍ଟ ସଙ୍କଟର ମୁକାବିଲା ପାଇଁ ଚନ୍ଦ୍ରଶେଖର ସରକାର ସୁନା ବନ୍ଧକ ରଖିଥିଲେ। ଜୁଲାଇ ୪ ରୁ ୧୮, ୧୯୯୧ ମଧ୍ୟରେ ଆରବିଆଇ ୪୦୦ ମିଲିୟନ ଡଲାର ସଂଗ୍ରହ କରିବାକୁ ବ୍ୟାଙ୍କ ଅଫ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ ଜାପାନ ପାଖରେ ୪୬.୯୧ ଟନ ସୁନା ବନ୍ଧକ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?