ଆନ୍ଧ୍ର ସ୍କୁଲରେ ରାୟଗଡ଼ା ପିଲା

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦର ସୁଯୋଗ ନେଇଛି ଆନ୍ଧ୍ର। ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା ଓଡ଼ିଶା ସ୍କୁଲର ଛାତ୍ରୀଛାତ୍ର ଏବେ ଆନ୍ଧ୍ର ସ୍କୁଲରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ଓଡ଼ିଶା ସ୍କୁଲରେ ପିଲା ନ ଥିବାରୁ ତାଲା ପଡ଼ୁଥିବାବେଳେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ପିଲାଙ୍କୁ ବିନା ଟିସିରେ ନେଇ ସ୍କୁଲରେ ପାଠ ପଢ଼ାଇବା ସହ ବିଭିନ୍ନ ସୁବିଧା ଯୋଗାଯାଉଛି। ରାୟଗଡ଼ା ଜିଲାରୁ ଆସିଛି ଏଭଳି ଖବର।

ଓଡ଼ିଶାରେ ପ୍ରାଥମିକ ସ୍କୁଲ ବନ୍ଦ ଥିବାବେଳେ ଜୁନ୍‌ରୁ ଆନ୍ଧ୍ରର ସମସ୍ତ ସ୍କୁଲ ଖୋଲି ପାଠପଢ଼ା ଚାଲିଛି। ସୀମାନ୍ତ ରାୟଗଡ଼ା ସଦର ବ୍ଲକ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ଆନ୍ଧ୍ର ସ୍କୁଲକୁ ଯାଉଥିବା ଜଣାପଡ଼ିଛି। ଏ ନେଇ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପି. ଲକ୍ଷ୍ମୀ କହିଛନ୍ତି, ବିନା ଟିସିରେ ଆନ୍ଧ୍ର ବିଦ୍ୟାଳୟରେ ଏଠାକାର ପିଲା ଯାଇ ପାଠ ପଢ଼ୁଛନ୍ତି। ଗୁରୁବାର ଜଣେ ଅଭିଭାବକ ଆସି ଟିସି ପାଇଁ ଆବେଦନ କରିଥିଲେ। ଏବିଇଓଙ୍କ ଅନୁମତି ମାଗିଛି। ଅନୁମତି ମିଳିଲେ ଟିସି ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଛାତ୍ରୀଛାତ୍ର ନ ଥିବା ଦର୍ଶାଇ ରାଜ୍ୟ ସରକାର ରାୟଗଡ଼ା ଜିଲାର ୩୯୧ ସ୍କୁଲକୁ ବନ୍ଦ କରିଛନ୍ତି। ୨୦୧୯-୨୦ ରେ ୩୧୪ ସ୍କୁଲ ଏବଂ ୨୦୨୦-୨୧ ରେ ଆଉ ୭୭ ସ୍କୁଲ ବନ୍ଦ କରାଯାଇଥିଲା। ସେହିପରି କରୋନା ଯୋଗୁ ୧୧୬୨ ପ୍ରାଥମିକ ବିଦ୍ୟାଳୟ, ୨୩୮ ସେକେଣ୍ଡାରି ସ୍କୁଲ ଏବଂ ୫୭୭ ୟୁପି ସ୍କୁଲରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ଆମ୍ମା ବୋଡ଼ି ଯୋଜନାରେ ସାମିଲ କରି ମାଗଣାରେ ପାଠ ପଢ଼ାଇବା ସହ ଖାଦ୍ୟ, ସ୍କୁଲ ପୋଷାକ ଏବଂ ବର୍ଷକୁ ୩୦ ହଜାର ଟଙ୍କା ବୃତ୍ତି ପ୍ରଦାନ କରୁଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ରାଜ୍ୟରେ ସ୍କୁଲ ବନ୍ଦ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଜାନୁୟାରୀରୁ ସ୍କୁଲ ଖୋଲିଲେ ଏହି ପିଲାମାନେ ଓଡ଼ିଶା ସ୍କୁଲକୁ ଫେରିବେ କି ନାହିଁ ତାହାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏ ବିଷୟରେ ରାୟଗଡ଼ା ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri