ଆନ୍ଧ୍ର ସ୍କୁଲରେ ରାୟଗଡ଼ା ପିଲା

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦର ସୁଯୋଗ ନେଇଛି ଆନ୍ଧ୍ର। ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା ଓଡ଼ିଶା ସ୍କୁଲର ଛାତ୍ରୀଛାତ୍ର ଏବେ ଆନ୍ଧ୍ର ସ୍କୁଲରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ଓଡ଼ିଶା ସ୍କୁଲରେ ପିଲା ନ ଥିବାରୁ ତାଲା ପଡ଼ୁଥିବାବେଳେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ପିଲାଙ୍କୁ ବିନା ଟିସିରେ ନେଇ ସ୍କୁଲରେ ପାଠ ପଢ଼ାଇବା ସହ ବିଭିନ୍ନ ସୁବିଧା ଯୋଗାଯାଉଛି। ରାୟଗଡ଼ା ଜିଲାରୁ ଆସିଛି ଏଭଳି ଖବର।

ଓଡ଼ିଶାରେ ପ୍ରାଥମିକ ସ୍କୁଲ ବନ୍ଦ ଥିବାବେଳେ ଜୁନ୍‌ରୁ ଆନ୍ଧ୍ରର ସମସ୍ତ ସ୍କୁଲ ଖୋଲି ପାଠପଢ଼ା ଚାଲିଛି। ସୀମାନ୍ତ ରାୟଗଡ଼ା ସଦର ବ୍ଲକ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ଆନ୍ଧ୍ର ସ୍କୁଲକୁ ଯାଉଥିବା ଜଣାପଡ଼ିଛି। ଏ ନେଇ କେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପି. ଲକ୍ଷ୍ମୀ କହିଛନ୍ତି, ବିନା ଟିସିରେ ଆନ୍ଧ୍ର ବିଦ୍ୟାଳୟରେ ଏଠାକାର ପିଲା ଯାଇ ପାଠ ପଢ଼ୁଛନ୍ତି। ଗୁରୁବାର ଜଣେ ଅଭିଭାବକ ଆସି ଟିସି ପାଇଁ ଆବେଦନ କରିଥିଲେ। ଏବିଇଓଙ୍କ ଅନୁମତି ମାଗିଛି। ଅନୁମତି ମିଳିଲେ ଟିସି ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଛାତ୍ରୀଛାତ୍ର ନ ଥିବା ଦର୍ଶାଇ ରାଜ୍ୟ ସରକାର ରାୟଗଡ଼ା ଜିଲାର ୩୯୧ ସ୍କୁଲକୁ ବନ୍ଦ କରିଛନ୍ତି। ୨୦୧୯-୨୦ ରେ ୩୧୪ ସ୍କୁଲ ଏବଂ ୨୦୨୦-୨୧ ରେ ଆଉ ୭୭ ସ୍କୁଲ ବନ୍ଦ କରାଯାଇଥିଲା। ସେହିପରି କରୋନା ଯୋଗୁ ୧୧୬୨ ପ୍ରାଥମିକ ବିଦ୍ୟାଳୟ, ୨୩୮ ସେକେଣ୍ଡାରି ସ୍କୁଲ ଏବଂ ୫୭୭ ୟୁପି ସ୍କୁଲରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ଆମ୍ମା ବୋଡ଼ି ଯୋଜନାରେ ସାମିଲ କରି ମାଗଣାରେ ପାଠ ପଢ଼ାଇବା ସହ ଖାଦ୍ୟ, ସ୍କୁଲ ପୋଷାକ ଏବଂ ବର୍ଷକୁ ୩୦ ହଜାର ଟଙ୍କା ବୃତ୍ତି ପ୍ରଦାନ କରୁଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ରାଜ୍ୟରେ ସ୍କୁଲ ବନ୍ଦ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଜାନୁୟାରୀରୁ ସ୍କୁଲ ଖୋଲିଲେ ଏହି ପିଲାମାନେ ଓଡ଼ିଶା ସ୍କୁଲକୁ ଫେରିବେ କି ନାହିଁ ତାହାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏ ବିଷୟରେ ରାୟଗଡ଼ା ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri