Posted inଖେଳ

ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳକୁ ପରାଜୟର ମୁଖ୍ୟ କାରଣ ଦଳର ମୁଖ୍ୟ ଦଳର ପ୍ରସ୍ତୁତି ଅଭାବକୁୁ ଦର୍ଶାଉଛନ୍ତିି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଏଭଳି ମ୍ୟାଚ ପାଇଁ ୨୦ରୁ ୨୫ ଦିନ ପୂର୍ବରୁ ପ୍ରସ୍ତୁତି ହେବା ଉଚିତ୍‌। ଭାରତୀୟ ଦଳର ପୂର୍ବତନ ମୁଖ୍ୟ ରବି ଶାସ୍ତ୍ରୀ ଦଳକୁ ସମାଲୋଚନା କରି କହିଛନ୍ତି, ଏହି ସବୁ ଜିନିଷ ଖେଳାଳିଙ୍କ ଉପରେ ନିର୍ଭର କରେ ଯାହା ସେମାନଙ୍କୁ ବାଛିବାକୁ ପଡ଼ିବ। ସେମାନଙ୍କ ପରିଶ୍ରମ ହିଁ ଦଳକୁ ବିଜୟ ଆଣିପାରିବ।

ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ଷ୍ଟାର ସ୍ପୋର୍ଟସ ସହିତ ସାକ୍ଷାତ କରି ରବି ଶାସ୍ତ୍ରୀ କହିଛନ୍ତି, ଆଜିର ସମୟରେ ଏପରି ଘଟିବା ଉଚିତ୍‌ ନୁହେଁ। ୨୦୨୧ମସିହାରେ ଭାରତ ୩ ସପ୍ତାହ ପୂର୍ବରୁ ଇଂଲଣ୍ଡ ଗସ୍ତ କରି ଖେଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଏହା ଯୋଗୁ ଆମେ ବିଜୟ ହାସଲ କରିଥିଲୁ। ସେହି ସିରିଜରେ ଆମେ ୨-୧ରେ ଆଗରେ ରହିଥିଲୁ।
କିନ୍ତୁ ବର୍ତ୍ତମାନ ଖେଳ ପାଇଁ କଠିନ ପରିଶ୍ରମ କରିବାକୁ ପଡି। ଯଦି ଆମକୁ ଏହିପରି ଫାଇନାଲ ମ୍ୟାଚ ପାଇଁ ୨୦ଦିନ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡେ, ତେବେ ଆମକୁ ଆଇପିଏଲ ଛାଡିବାକୁ ପଡିବ।

ସେହିପରି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ପରାଜୟର ମୁଖ୍ୟ କାରଣ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ କହିଛନ୍ତି। ଦ୍ରାବିଡଙ୍କ କହିଛନ୍ତି, ଯଦି ଦଳ ତିନି ସପ୍ତାହ ପୂର୍ବରୁ ମ୍ୟାଚ ଅଭ୍ୟାସ କରିଥାନ୍ତେ ତେବେ ପ୍ରସ୍ତୁତି ଭଲ ହୋଇଥାନ୍ତା। କିନ୍ତୁ ଆମେ ତାହା କରିପାରିଲୁ ନାହିଁ। ତଥାପି ମୁଁ ଏହି ପରାଜୟ ବିଷୟରେ କୌଣସି ବାହାନା କିମ୍ବା ଅଭିଯୋଗ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?