Posted inଖେଳ

ଆଗାମୀ ବିଶ୍ୱକପ୍‌ରେ ଓପନିଂ କରିବେ କୋହଲି? ପ୍ରଶ୍ନ ଶୁଣି ରାଗିଗଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ସ୍କ୍ବାର୍ଡ ଘୋଷଣା କରିଛନ୍ତି। ତେବେ ବିଶ୍ୱକପ୍‌ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳୁଛି। ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିଲେ ହେଁ ବିଶ୍ୱକପ୍‌ରେ ଓପନିଂ କିଏ କରିବ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି।

ବର୍ତ୍ତମାନ ସମୟରେ ରୋହିତ ଶର୍ମାଙ୍କ ସହ କେଏଲ୍‌ ରାହୁଲ ଓପନିଂ ଯୋଡ଼ି ଭାବେ ମଇଦାନକୁ ଓହ୍ଲାଉଛନ୍ତି। ହେଲେ ଦୀର୍ଘ ସମୟ ଧରି ଏହି ଯୋଡ଼ି ଆଶାନୁରୂପକ ପ୍ରଦର୍ଶନ କରୁ ନ ଥିବାରୁ ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ବିବାଦ ଦେଖାଦେଉଛି। ଏଭଳିସ୍ଥିତିରେ ବିରାଟ କୋହଲି ଓପନିଂ କରନ୍ତୁ ବୋଲି ଅନେକେ ମତ ଦେଉଛନ୍ତି।

ଏବେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବ କୋଚ୍‌ ରବି ଶାସ୍ତ୍ରୀ। ବିରାଟ ଓପନିଂ ନ କରନ୍ତୁ ବୋଲି ସେ ସିଧାସିଧା କହିବା ସହ କହିଛନ୍ତି ଯେ, ମୁଁ ଚାହୁଁଛି କେଏଲ୍‌ ଏବଂ ରୋହିତ ହିଁ ବିଶ୍ୱକପ୍‌ରେ ଓପନିଂ କରନ୍ତୁ। ଯଦି କିଛି ଏମରଜେନ୍ସିଂ ଆସେ ତେବେ କୋହଲି ଓପନିଂ କରିବାରନ୍ତି। ହେଲେ ଯଦି ଆମକୁ ମଧ୍ୟକ୍ରମକୁ ମଜଭୂତ କରିବାକୁ ପଡେ ତେବେ କୋହଲି ସେଥିଲାଗି ଫିଟ୍‌।

ପ୍ରକାଶ ଯେ, ଅଧିନାୟକ ରୋହିତ ଶର୍ମା ପୂର୍ବରୁ ବିଶ୍ୱକପ୍‌ରେ କେଏଲ୍‌ ଓପନିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ବିରାଟ ସର୍ବଦା ଜଣେ ତୃତୀୟ ଓପନର ବିକଳ୍ପ ଭାବେ ରହିବେ, ଆବଶ୍ୟକ ପଡ଼ିଲେ ସେ ଓପନିଂ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri