Posted inଖେଳ

ଫିଟ୍‌ ହୋଇଗଲେଣି, ତଥାପି NCAରେ କାହିଁକି ଅଛନ୍ତି ଶାମି? ପ୍ରଶ୍ନ ଉଠାଇଲେ ପଣ୍ଟିଂ-ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧: ଫିଟ୍‌ ହୋଇଗଲେଣି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ତଥାପି ତାଙ୍କୁ ଦଳରେ ନିଆଯାଉନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଭାଗରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଥିଲା। ଏପରି ହୋଇଥିଲେ ଦଳର ସ୍ଥିତି ମଜଭୂତ ହୋଇଥାନ୍ତା। ମାତ୍ର ତାହା ନ ହେବାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭେଟେରାନ ରବି ଶାସ୍ତ୍ରୀ ଏବଂ ରିକି ପଣ୍ଟିଂ।

ଶାମି ଆହତ ସମସ୍ୟାରୁ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗରେ ତିନୋଟି ଫର୍ମାଟ ରଣଜୀ ଟ୍ରଫି, ସୈୟଦ ମୁସ୍ତାକ ଅଲି ଟି୨୦ ଏବଂ ବିଜୟ ହଜାରେ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ଭାରତୀୟ ଟିମ୍‌କୁ ସେ ଶୀଘ୍ର ଫେରିପାରନ୍ତି ବୋଲି କୁହାଯାଇଥିଲା। ହେଲେ ବିସିସିଆଇ ଅନ୍ୟ କାରଣ ଦର୍ଶାଇ ଏହାକୁ ଟାଳି ଦେଇଥିଲା।

ଏବେ ଶାସ୍ତ୍ରୀ କହିଛନ୍ତି, ସଚ୍ଚୋଟତାର ସହ କହିଲେ ମୁଁ ଗଣମାଧ୍ୟମରେ ଚାଲୁଥିବା କଥା ଶୁଣି ଚକିତ ହୋଇଥିଲି କି ଶେଷରେ ଶାମିଙ୍କ ସହ କ’ଣ ହୋଇଛି। ଯେତେବେଳେ ସେ ଫିଟ୍‌ ବୋଲି କୁହାଯାଉଛି ତେବେ ସେ କେଉଁଠି ଅଛନ୍ତି। କେତେଦିନ ହେଲାଣି ସେ ଏନ୍‌ସିଏରେ ଅଛନ୍ତି ଜଣାନାହିଁ। ସେ କେଉଁ ସ୍ଥିତିରେ ଅଛନ୍ତି ତାହାକୁ ନେଇ ଚିନ୍ତା କରାଯାଇପାରିଥାନ୍ତା। ଯଦି ମୋତେ ନିଷ୍ପତ୍ତି ନେବାକୁ ହୋଇଥାନ୍ତା ତେବେ ମୁଁ ତାଙ୍କୁ ଅଷ୍ଟ୍ରେଲିଆ ନେଇ ଆସିଯାଇଥାନ୍ତି। କାରଣ ସେଭଳି ହୋଇଥିଲେ ମେଲବର୍ନ ଏବଂ ସିଡନୀ ମୁକାବିଲା ଭାରତ ଜିତିଯାଇଥାନ୍ତା ବୋଲି ସେ କହିଛନ୍ତି।

ପଣ୍ଟିଂ ଶାସ୍ତ୍ରୀଙ୍କ ସମର୍ଥନ କରି କହିଛନ୍ତି, ମୋତେ ବାସ୍ତବରେ ଚକିତ କରିଛି ଯେ ସିରିଜ ମଝିରେ ତାଙ୍କୁ ଦଳରେ କାହିଁକି ସାମିଲ କରାଯାଇନାହିଁ। ସେ କମ୍‌ ଓଭର ବୋଲିଂ କରିଥିଲେ ବି ଫରକ ପଡ଼ିଥାନ୍ତି। ସେ ନ ଥିବାରୁ ଅଷ୍ଟ୍ରେଲିଆ ସପକ୍ଷରେ ସିରିଜ ଯିବା ନିଶ୍ଚିତ ବୋଲି ଜଣାଥିବା ପଣ୍ଟିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri