ମୂଷା ପ୍ରବଳ

ଦ୍ୱିତୀ ଚନ୍ଦ୍ର ସାହୁ

ଏଇ ଛୋଟିଆ ଜୀବ ପାଇଁ ସବୁଠି ଚର୍ଚ୍ଚା। ଗଣେଶ ପୂଜା ମଣ୍ଡପରେ ଭାରି ଭାରି ଲଡ଼ୁ ଧରି ପାଦ ତଳେ ଠିଆ ହୋଇଥାଏ ନିର୍ଜୀବ ମୂଷା। ଗଣେଶଙ୍କ ବାହାନ ବୋଲି ଅନେକଙ୍କ ଭରି ଦୟା। ଘରଣୀମାନେ କଲବଲ ହୋଇ ମୂଷାକୁ ଗାଳି ଦେଉଥିବେ। କିନ୍ତୁ କହିବେ, ମୂଷାକୁ ଧରି ଆଉ କୋଉଠି ଛାଡ଼ି ଦିଆଯାଉ ପଛେ ମୂଷାକୁ ମରା ନ ଯାଉ। ଯେଉଁଠି ବି ଛାଡ଼ିବ, ସେଠି ପୁଣି ମୂଷା ଉପତ୍ାତ କରିବ ଏ କଥାକୁ ଆମେ ଭୁଲିଯାଉ। ମୂଷା ସିନା ଛୋଟିଆ ଜୀବ, ହେଲେ କରାମତି ଅନେକ। ତା’ର ଉପତ୍ାତରେ ସମସ୍ତେ ଅତିଷ୍ଠ। ତା’ର ଟେର କିଏ କ’ଣ ଜାଣିପାରେ! ସେ କିନ୍ତୁ ନିଜ ରାସ୍ତାରେ ଛାରଖାର କରିପାରେ। ଆଉ କାହାର ଅମାର ଖାଲି କରି ନିଜ ଅମାରକୁ ଭରିପାରେ। ଥରେ ଜାଗା ଜାଣିଗଲେ ମୂଷା ତା’ର ଅଭିଯାନ ଆରମ୍ଭ କରେ। ଆଉ ଡର ନଥାଏ। ମୂଷା ନିପାତ ଲାଗି କେତେ କ’ଣ ଯୋଜନା ହେଉଛି। କିନ୍ତୁ ମୂଷା କୋଉଠି ନିପାତ ହେଉଛି? ମୂୂଷାକୁ ମାରିବା କେଡ଼େ ସହଜ ଭାବି ଯୋଉ ମଣିଷମାନେ ମୂଷାମରା ଅଭିଯାନରେ ଲାଗିପଡ଼ନ୍ତି ପରେ ପରେ ହେଜି ଯାଆନ୍ତି। ମୂଷା ମାରିବା ସତରେ ସହଜ ନୁହଁ। ଜଣେ ଲୋକ ହାଲିଆ ହୋଇ ସେଥିରେ ପଣେ ମିଶିଲେ ଆହୁରି ମୂଷାକୁ ସହଜ ହୁଏ। ଗଳାବାଟ ଦେଇ ଖସିଯାଏ। ତେଣିକି ତୁମେ ଯେତେଯେତେ ପରପଞ୍ଚ କର, ମୂଷା କି ଧରାଦିଏ! ମୂଷାମରା ଉଷକୁ ଆଉ ଡର ନାହଁି ତା’ର। ଘ୍ରାଣଶକ୍ତି ତୀବ୍ର ହୋଇଗଲା। ଦୂରୁ ଜୁହାର କରି ବାଟ ଭାଙ୍ଗି ଚାଲିଯାଏ। ଯନ୍ତା ଭିତରେ ଥିବା ଖାଦ୍ୟର ଲୋଭ ନାହିଁ ତାକୁ ଏବେ। ବାହାରେ ଯେତେ ଇଚ୍ଛା ମିଳୁଥିଲେ ଏଇ ଖଣ୍ଡେନାକୁ ଖାଦ୍ୟକୁ କିଏ ପଚାରେ! ମୂଷାମାନେ ମନଇଚ୍ଛା ଖାଇ ପାରୁଛନ୍ତି ବୋଲି ଧରା ନ ପଡ଼ିବାର ଇଲମ ବି ତାଙ୍କୁ ମାଲୁମ ହୋଇଗଲାଣି। ସେଥିପାଇଁ କୋରାପୁଟିଆ ଦେଶିଆ ଭାଷାରେ ଗୀତରେ ଗୀତରେ କୁହାଯାଇଛି ମୂଷାକେ ମାରରେ ନନା, ମୂଷା କେ ମାର; ମୂଷାକେ ନାଇ ମାରିଲେ ଭଙ୍ଗାଇ ଦେଇଛେ ଘର। ଅତଃ ମୂଷା ପ୍ରବଳ। ଅତ୍ର ତତ୍ର ସର୍ବତ୍ର ମୂଷା। ପ୍ରକାର ଭେଦରେ ବି ଆପଣଙ୍କୁ ତାଟକା କରିଦେଉଛି ମୂଷା। ଚୂଟିଆ ମୂଷା କାଟି କାଟି ଯିବ ଧରା ପଡ଼ିବନି। ଗାତୁଆ ମୂଷା ବଡ଼ ଧୂର୍ତ୍ତ। କଟୁଘର ମୂଷା ଭାରି ଉପତ୍ାତ। ଘରୁଆ ମୂଷା ନିର୍ଭୀକ। ପାନ୍ଦିଲି ମୂଷା ବିରାଟକାୟ ଓ ସାହସୀ ମଧ୍ୟ। ତା’ ଉପରେ ପାହାର ପଡ଼ିଲେ ବି କିଛି ହୁଏନି। ସାମାନ୍ୟ ଦୂରକୁ ଯାଇ ଖତେଇ ହେଲା ବାଗରେ ଦେହକୁ ଝାଡ଼ିଦିଏ। ଡବଡବ କରି ଚାହିଁ ରହେ। ଦୈବାତ୍‌ ସେ ଓଲଟି ଆସିଲେ ଆକ୍ରମଣକାରୀ ଅତର୍ଚ୍ଛା ହୋଇଯାଏ। ମୂଷା ବି ଡରାଇବା ଆରମ୍ଭ କଲାଣି ଏବେ। ମଣିଷ ଥିଲେ ବି ସାମାନ୍ୟ ଦୂରରେ ଆସି ଆଖି ମିଟିମିଟି କରି ଚାହିଁ ରହିଥିବ। ବୋଧେ ନିଶକୁ ମୋଡ଼ି ନିଜ ଭିତରେ ଗର୍ବ କରୁଥିବ ସେ! ଚୁ ଚୁ କରି କହୁଥିବ ବୋଧେ- ଆ ଆ… ଜଲ୍‌ଦି ଆସ! ହେଇଟି ଠିଆ ହୋଇଛି। ଧରିବୁ ଯଦି ଧର୍‌ ଦେଖିବା। ତୋର କେତେ ତାକତ! କିଏ ଯଦି ନିଜ ଗର୍ବ ଖର୍ବ ହୋଇଯାଉଛି ଭାବି ମୂଷାର ଉପସ୍ଥିତି ଦେଖି ଆକ୍ରମଣ ପାଇଁ ଦୌଡ଼ିବ, ମୂଷା ନିମିଷକରେ ଅନ୍ତର୍ଦ୍ଧାନ। ଆଉ ଦିଶିବନି।
ଦି’ ଗୋଡ଼ିଆ ମୂଷାମାନେ ସେଇ ଜାତିଆ। ଭାରି ଉପତ୍ାତ। ଆବଶ୍ୟକତାଠାରୁ ଅଧିକ ଲୋଭ। ଗୋଟାପଣେ ଚରିଯିବାକୁ ଇଚ୍ଛା। ଭିତରେ ଭିତରେ କାରସାଦି। ସବୁଠି ତାଙ୍କ ଗୋଡ଼ ଚାଲେ। ହାତ ଚଳେ। ଚଳେଇ ଚଳେଇ ଚଳୁ କଲେ ଯାଇ ସ୍ଥାବର ଓ ଅସ୍ଥାବର ସବୁ ନବକଳେବର ହୁଏ। କିନ୍ତୁ ଗମ୍ଭୀରା ଘର ସବୁଠି ଖୋଲେନି। ପାଇଖାନା, ଗୋଦାମ ଘର, ଗ୍ୟାରେଜ ଘର, ଫାର୍ମ ହାଉସ୍‌ ପର୍ଯ୍ୟନ୍ତ ଏଇ ମୂଷାଙ୍କ ଭଣ୍ଡାର ଘର ଲମ୍ବିଯାଏ। ଏଇଠି ଲୀଳାଖେଳା ଚାଲେ। ନିଜର ଅସ୍ତିତ୍ୱଠାରୁ ଢେର ବଡ଼ ବୋଲି ଧରି ଏଇ ମୂଷାମାନେ ପ୍ରାୟ ଉପତ୍ାତ ହୁଅନ୍ତି। ଦିନରାତି ସାନବଡ଼, ଭଲମନ୍ଦ ବାଛବିଚାର ସବୁ ଭୁଲିଯାଆନ୍ତି। ନିଜର ଆୟତ୍ତଠାରୁ ଅଧିକ ବୋଲି ନିଜକୁ ବୁଝିବା ଆରମ୍ଭ କରନ୍ତି। ଅହମିକାରେ ନାନାଦି ଭୁଲ ଓ ପାପ କାମରେ ଲିପ୍ତ ରୁହନ୍ତି। ବାହାର ଦୁନିଆକୁ ସତରେ ଭୁଲିଯାଆନ୍ତି। ଆଖି ବୁଜି ବିଲେଇ କ୍ଷୀର ପିଇପାରେ ବୋଲି ମୂଷାମାନେ ଜାଣିଥିବାରୁ ଦିନ ଦି’ପହରେ ବି ଲୋକଙ୍କ ଉପସ୍ଥିତି ସତ୍ତ୍ୱେ ମୂଷା ଖଡ଼ଖାଡ଼ ଓ କୁଟୁରୁମୁଟୁରୁ କରେ। ଶଙ୍ଖୀ ବିଲେଇ କେତେ ଦୌଡ଼ିବ। ତା’ଠାରୁ ତେଜବାନ ହୋଇ ଦୌଡ଼େ ଓ ଲୁଚିବାର କୌଶଳରେ ଏବେ ଓସ୍ତାଦ ମୂଷା। ବିଚରା ବିଲେଇ ମୂଷାକୁ ପାଇ ବି ଧରି ନ ପାରିବାର ଗ୍ଳାନିରେ ଖାଲି ମିଆଁଉ ମିଆଁଉ କରେ। ତା’ର ବିବଶ ପଣରେ ଦୂରରୁ ନିରେଖି ଦେଖି ଦୁଇ ହାତ ପାଟିରେ ଦେଇ ହସେ ମୂଷା। ଡର ଭୟ ଶୂନ୍ୟ ପାଣିପାଗରେ ମୂଷା ପ୍ରବଳ। ସାନଠୁ ବଡ଼ ସମସ୍ତେ ପାରିବାର। ଧରା ପଡ଼ିଲେ ବି କୋଉ ଛଟକରେ ଖସିଯିବାର ବାଟ ବି ଜଣା। ନିଜ ପାରିବାପଣରେ ପର୍ବତ ଭିତରେ, ଢୋଲ ଭିତରେ ପଶି ଯାଉଥିବା ମୂଷା କିନ୍ତୁ ଭୁଲିଯାଏ ତା’ ପାଇଁ ଖାଲି ବିଲେଇ ନାହିଁ ଆଉ କିଏ ବି ଗୋଟେ ଥାଇପାରେ! ମୂଷା ଯେଉଁଠି ଭଣ୍ଡାର ସେଇଠି। ଭଣ୍ଡାର ଖୋଜି ଖୋଜି ସାପ ବି ହାଜର ଏଣିକି। ଗାତ ଭିତରେ ସହଜରେ ପଶିପାରୁଥିବା ସାପ କବଳରେ ମୂଷା ଏଥର। ଉତପାତିଆ ମୂଷା ସାପର ଆଁ ଭିତରେ ଗିଳି ହୋଇଯାଏ। ମଣିଷକୁ ମଣିଷ ଭାବୁ ନଥିବା ମୂଷା ତେଣିକି ବଞ୍ଚତ୍ବା ପାଇଁ ଖାଲି ବିକଳରେ ଛଟପଟ ହୁଏ। ଆଉ ସବୁଠୁ ବଡ଼ କଥା ହେଲା ମୂଷା ସେତେବେଳଯାଏ ନିଜକୁ ସୁରକ୍ଷିତ ଭାବେ, ଯେତେବେଳ ଯାଏ ନିଜ ଭିତରେ ସେ ସୀମିତ ଥାଏ। ସେ ପାପ ହେଉ କି ପାଣି, ଥରେ ଭିଜିଗଲେ ମୂଷା ଆଉ କି ବଞ୍ଚତ୍ପାରେ!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri