ରତ୍ନାବତୀ ସ୍କୁଲ

ରାଜସ୍ଥାନର ଜଏସାଲମେରର ଥର୍‌ ମରୁଭୂମିରେ ନିର୍ମାଣ ହୋଇଛି ରାଜକୁମାରୀ ରତ୍ନାଦେବୀ ବାଳିକା ବିଦ୍ୟାଳୟ। ଏହି ସ୍କୁଲ୍‌ର ନିଆରା ନିର୍ମାଣ ଶୈଳୀ ଲାଗି ଏହା ବେଶ୍‌ ପ୍ରସିଦ୍ଧ। ଜାଣିବା ଏହି ସ୍କୁଲ୍‌ ବିଷୟରେ କିଛି ରୋଚକ କଥା…
– ସଂସଦ ଭବନ ପରି ଡିଜାଇନ୍‌ ହୋଇଥିବା ଏହି ସ୍କୁଲ୍‌ର ବାହାର ଅଣ୍ଡାକୃତି (ଓଭାଲ୍‌) ଆକାରର। ଡାଏନା କେଲୋଗ୍‌ ଆର୍କିଟେକ୍‌ ନାମକ ଏକ ନ୍ୟୁୟର୍କ କମ୍ପାନୀ ଏହି ସ୍କୁଲ୍‌ ଡିଜାଇନ୍‌ କରିଛନ୍ତି । ମାଇକେଲ ଡ୍ୟୁବ୍‌ ଏନ୍‌ଜିଓ (ସିଆଇଟିଟିଏ) ଏହାକୁ ନିର୍ମାଣ କରିଛନ୍ତି।
– ଏହି ସ୍କୁଲ୍‌ର ଏପରି ନାମକରଣ କରିବାର ଅର୍ଥ ଛାତ୍ରୀମାନଙ୍କ ମନରେ ଆତ୍ମବିଶ୍ୱାସ ଓ ସାହସ ଦୃଢ଼ କରିବା। ପୌରାଣିକ କାହାଣୀ ଅନୁସାରେ ରତ୍ନାବତୀଙ୍କ ପିତା ମହାରାବଲ ରତ୍ନସିଂହ ଯେତେବେଳେ ରାଜମହଲ ଛାଡ଼ି ଯୁଦ୍ଧ ପାଇଁ ଯାଇଥିଲେ, ସେହି ସମୟରେ ରାଜକୁମାରୀ ହିଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ମୋଗଲ ସମ୍ରାଟ୍‌ ଆଲାଉଦ୍ଦିନ୍‌ ଖିଲିଜୀ ମହଲ ଉପରେ ଆକ୍ରମଣ କରିଥିଲେ। ରାଜକୁମାରୀ ରତ୍ନାବତୀ ଏକା ମୋଗଲ ସେନା ସହ ଲଢ଼ି ସେନାପତି କାଫୁରଙ୍କ ସହ ୧୦୦ ସୈନିକଙ୍କୁ ପରାସ୍ତ କରିଥିଲେ।
– ଏହି ସ୍ଥାନର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍କୁଲ୍‌ ଭିତରେ ପିଲାଙ୍କୁ ଗରମ ଅନୁଭୂତ ହୋଇନଥାଏ। କୌଣସି ଏୟାର୍‌ କଣ୍ଡିଶନର ବ୍ୟବସ୍ଥା ନ ଥାଇ ମଧ୍ୟ ପ୍ରଚଣ୍ଡ ଗରମ ଭିତରେ କ୍ଲାସରୁମ୍‌ଗୁଡିକ ଥଣ୍ଡା ଲାଗିଥାଏ। ଏହାକୁ ନିର୍ମାଣ କରିବା ଲାଗି ସେଠାରେ ମିଳୁଥିବା ଏକ ହଳଦିଆ ରଙ୍ଗର ପଥର ବ୍ୟବହାର କରାଯାଇଥାଏ।
– କ୍ଲାସ୍‌ରୁମ୍‌ରେ ଥିବା ଝରକାଗୁଡିକୁ ସାମାନ୍ୟ ଉଚ୍ଚତାଠାରୁ ୬ଫୁଟ୍‌ ଉଚ୍ଚରେ ରଖାଯାଇଛି। ପ୍ରତ୍ୟେକ ରୁମ୍‌ରେ ଭେଣ୍ଟିଲେସନ ବ୍ୟବସ୍ଥା କରାଯାଇଛି। ସୌର ପ୍ୟାନେଲ୍‌ ଦ୍ୱାରା ସ୍କୁଲ୍‌ରେ ବିଦ୍ୟୁତ୍‌ ପରିଚାଳନା କରାଯାଉଛି।
– ରାଜସ୍ଥାନରେ ମହିଳା ସାକ୍ଷରତା ହାର ବଢ଼ାଇବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଛି।
– ଏହି ସ୍କୁଲ୍‌ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ବାଳିକାମାନେ ପାଠ ପଢୁଛନ୍ତି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ୪୦୦ ଛାତ୍ରୀ ପାଠ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?