Posted inଫୁରସତ

ସୌନ୍ଦର୍ଯ୍ୟର ଗନ୍ତାଘର ରତ୍ନାଗିରି

ଦକ୍ଷିଣ-ପଶ୍ଚିମ ମହାରାଷ୍ଟ୍ରର ଏକ ଆକର୍ଷଣୀୟ ସହର ହେଉଛି ରତ୍ନାଗିରି। ଆଲ୍‌ଫୋନ୍‌ସୋ ନାମକ ଏକ ଆମ୍ବ ଚାଷ ପାଇଁ ଏହି ସ୍ଥାନର ରହିଛି ବେଶ୍‌ ଖ୍ୟାତି। ପାହାଡପର୍ବତ, ଝରଣା ଦ୍ୱାରା ଘେରି ହୋଇ ରହିଥିବା ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସରଳ ଭାଷାରେ କହିଲେ, ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ସ୍ଥାନଟିଏ ହୋଇଥିବାରୁ ଅଧିକାଂଶ ସମୟରେ ଏଠାରେ ଆଗନ୍ତୁକଙ୍କର ଭିଡ଼ ଜମୁଥିବାର ଦେଖିବାକୁ ମିଳିଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରତ୍ନାଗିରି ଦିନେ ସତାରା ରାଜାଙ୍କ ଅଧିନରେ ଥିଲା। ପରେ ଏହା ଇଂରେଜଙ୍କ ହାତକୁ ଗଲା। ସେଥିପାଇଁ ରତ୍ନାଗିରିର ଇତିହାସ ବେଶ୍‌ ସମୃଦ୍ଧ।

କେବେ ଯିବେ
ଏଠାକାର ଜଳବାୟୁ ବର୍ଷସାରା ଖୁବ୍‌ ଅନୁକୂଳ ରହିଥାଏ, ଯଦ୍ଦ୍ବାରା ବର୍ଷ ତମାମ୍‌ ଏଠାରେ ପର୍ଯ୍ୟଟକଙ୍କର ଭିଡ ପରିଲକ୍ଷିତ ହୋଇଥାଏ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ।

କେମିତି ଯିବେ
ରତ୍ନାଗିରିକୁ ଯିବା ପାଇଁ ଉଭୟ ସଡ଼କପଥ, ରେଳପଥର ସୁବ୍ୟବସ୍ଥା ରହିଛି। କୋନ୍‌କାନ୍‌ ରେଲଓ୍ବେ ରୁଟ୍‌ ହେଉଛି ଏହାର ମୁଖ୍ୟ ରେଳହେଡ୍‌; ଯେଉଁଠାକୁ ମୁମ୍ବାଇ, ନୂଆ ଦିଲ୍ଲୀ, ଅମ୍ରିତସର, ଚଣ୍ଡିଗଡ଼, ଡେରାଡୁନ୍‌, ଜୟପୁର, ଜୋଧପୁର, ଅହମ୍ମଦାବାଦ୍‌, ପୁଣେ ଆଦି ସ୍ଥାନରୁ ପର୍ଯ୍ୟଟକ ରେଳଯୋଗେ ଆସି ପହଁଞ୍ଚତ୍ପାରିବେ। ଅନ୍ୟପକ୍ଷେ ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଉକ୍ତ ସହରକୁ ଯା’ଆସ କରିଥାଏ। ପର୍ଯ୍ୟଟକ ଚାହିଁଲେ ଏଥିରେ ମଧ୍ୟ ଯାଇ ଆରାମରେ ରତ୍ନାଗିରିରେ ପହଁଞ୍ଚତ୍ପାରିବେ।

କ’ଣ ଦେଖିବେ
ରତ୍ନାଗିରି ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ରତ୍ନାଗିରି ଦୁର୍ଗ, ଜୟଗଢ ଦୁର୍ଗ, ବୌଦ୍ଧ ମଠ, ଥିବା ମହଲ, ମାଲଗୁଣ୍ଡ, ପାଓ୍ବସ, ବେଲନେଶ୍ୱର, ଗଣପତି ପୁଲେ ଇତ୍ୟାଦି। କେବଳ ସେତିକି ନୁହେଁ, ପର୍ଯ୍ୟଟକ ରତ୍ନାଗିରିରେ କେତେକ ଛୋଟବଡ଼ ପାହାଡ଼ ଓ ସେଥିରୁ ବୋହି ଆସୁଥିବା ଝରଣାର ଅପୂର୍ବ ସୌନ୍ଦର୍ଯ୍ୟକୁ ମଧ୍ୟ ମନଭରି ଉପଭୋଗ କରିପାରିବେ।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟ
ରତ୍ନାଗିରିରେ ଥିବା ପାହାଡର ଶୀର୍ଷଭାଗରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଦେଖିବାକୁ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଟ୍ରେକିଂର ମଜା ନେଇହେବ
ରତ୍ନାଗିରିରେ ଅନେକ ଟ୍ରେକିଂ ପଏଣ୍ଟ ବି ରହିଛି। ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ଗଲେ ପର୍ଯ୍ୟଟକ ଟ୍ରେକିଂର ଭରପୂର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?