Posted inଫୁରସତ

ସୌନ୍ଦର୍ଯ୍ୟର ଗନ୍ତାଘର ରତ୍ନାଗିରି

ଦକ୍ଷିଣ-ପଶ୍ଚିମ ମହାରାଷ୍ଟ୍ରର ଏକ ଆକର୍ଷଣୀୟ ସହର ହେଉଛି ରତ୍ନାଗିରି। ଆଲ୍‌ଫୋନ୍‌ସୋ ନାମକ ଏକ ଆମ୍ବ ଚାଷ ପାଇଁ ଏହି ସ୍ଥାନର ରହିଛି ବେଶ୍‌ ଖ୍ୟାତି। ପାହାଡପର୍ବତ, ଝରଣା ଦ୍ୱାରା ଘେରି ହୋଇ ରହିଥିବା ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସରଳ ଭାଷାରେ କହିଲେ, ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ସ୍ଥାନଟିଏ ହୋଇଥିବାରୁ ଅଧିକାଂଶ ସମୟରେ ଏଠାରେ ଆଗନ୍ତୁକଙ୍କର ଭିଡ଼ ଜମୁଥିବାର ଦେଖିବାକୁ ମିଳିଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରତ୍ନାଗିରି ଦିନେ ସତାରା ରାଜାଙ୍କ ଅଧିନରେ ଥିଲା। ପରେ ଏହା ଇଂରେଜଙ୍କ ହାତକୁ ଗଲା। ସେଥିପାଇଁ ରତ୍ନାଗିରିର ଇତିହାସ ବେଶ୍‌ ସମୃଦ୍ଧ।

କେବେ ଯିବେ
ଏଠାକାର ଜଳବାୟୁ ବର୍ଷସାରା ଖୁବ୍‌ ଅନୁକୂଳ ରହିଥାଏ, ଯଦ୍ଦ୍ବାରା ବର୍ଷ ତମାମ୍‌ ଏଠାରେ ପର୍ଯ୍ୟଟକଙ୍କର ଭିଡ ପରିଲକ୍ଷିତ ହୋଇଥାଏ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ।

କେମିତି ଯିବେ
ରତ୍ନାଗିରିକୁ ଯିବା ପାଇଁ ଉଭୟ ସଡ଼କପଥ, ରେଳପଥର ସୁବ୍ୟବସ୍ଥା ରହିଛି। କୋନ୍‌କାନ୍‌ ରେଲଓ୍ବେ ରୁଟ୍‌ ହେଉଛି ଏହାର ମୁଖ୍ୟ ରେଳହେଡ୍‌; ଯେଉଁଠାକୁ ମୁମ୍ବାଇ, ନୂଆ ଦିଲ୍ଲୀ, ଅମ୍ରିତସର, ଚଣ୍ଡିଗଡ଼, ଡେରାଡୁନ୍‌, ଜୟପୁର, ଜୋଧପୁର, ଅହମ୍ମଦାବାଦ୍‌, ପୁଣେ ଆଦି ସ୍ଥାନରୁ ପର୍ଯ୍ୟଟକ ରେଳଯୋଗେ ଆସି ପହଁଞ୍ଚତ୍ପାରିବେ। ଅନ୍ୟପକ୍ଷେ ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଉକ୍ତ ସହରକୁ ଯା’ଆସ କରିଥାଏ। ପର୍ଯ୍ୟଟକ ଚାହିଁଲେ ଏଥିରେ ମଧ୍ୟ ଯାଇ ଆରାମରେ ରତ୍ନାଗିରିରେ ପହଁଞ୍ଚତ୍ପାରିବେ।

କ’ଣ ଦେଖିବେ
ରତ୍ନାଗିରି ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ରତ୍ନାଗିରି ଦୁର୍ଗ, ଜୟଗଢ ଦୁର୍ଗ, ବୌଦ୍ଧ ମଠ, ଥିବା ମହଲ, ମାଲଗୁଣ୍ଡ, ପାଓ୍ବସ, ବେଲନେଶ୍ୱର, ଗଣପତି ପୁଲେ ଇତ୍ୟାଦି। କେବଳ ସେତିକି ନୁହେଁ, ପର୍ଯ୍ୟଟକ ରତ୍ନାଗିରିରେ କେତେକ ଛୋଟବଡ଼ ପାହାଡ଼ ଓ ସେଥିରୁ ବୋହି ଆସୁଥିବା ଝରଣାର ଅପୂର୍ବ ସୌନ୍ଦର୍ଯ୍ୟକୁ ମଧ୍ୟ ମନଭରି ଉପଭୋଗ କରିପାରିବେ।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟ
ରତ୍ନାଗିରିରେ ଥିବା ପାହାଡର ଶୀର୍ଷଭାଗରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଦେଖିବାକୁ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଟ୍ରେକିଂର ମଜା ନେଇହେବ
ରତ୍ନାଗିରିରେ ଅନେକ ଟ୍ରେକିଂ ପଏଣ୍ଟ ବି ରହିଛି। ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ଗଲେ ପର୍ଯ୍ୟଟକ ଟ୍ରେକିଂର ଭରପୂର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମହିଳା ୫୪ ବର୍ଷ ପୂର୍ବେ ଉଦ୍ଭାବନ କରିଥିଲେ ସାନିଟାଇଜର: ଯାହା ବର୍ତ୍ତମାନ କରୋନା ଜୀବାଣୁଠୁୁ କରୁଛି ରକ୍ଷା

କରୋନା ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିରଖିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଚାଇନାର ଉହାନ...

ଟିକେଟ୍‌ କାଉଣ୍ଟରେ ଲାଗିଥିଲା ଏପରି ସାଇନ ବୋର୍ଡ: ଦେଖିଲେ ହସି ହସି ଗଡ଼ିଯିବେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିଶ୍ୱର ୫ ବିପଜ୍ଜନକ ବିମାନବନ୍ଦର: ଯେଉଁଠି ଯାତ୍ରାତ ଦୂର କଥା ଦେଖିଲେ ଲାଗିବ ଡର

ବିମାନରେ ଯାତ୍ରା କରିବାକୁ ହେଲେ ବିମାନବନ୍ଦର ଯିବାକୁ ପଡ଼ିଥାଏ। ମାତ୍ର ଏପରି ଅନେକ ବିମାନବନ୍ଦର ଅଛି ଯାହା ଦେଖିବାକୁ ବହୁତ ସୁନ୍ଦର। କ’ଣ ଆପଣ ଏପରି...

ସୋସିଆଲ୍‌ ମିଡିଆ କ୍ରେଜ୍‌

ସୋସିଆଲ୍‌ ମିଡିଆରେ ଅପ୍‌ଡେଟ୍‌ ରହିବା ଯେମିତି ବର୍ତ୍ତମାନ ଅଧିକାଂଶଙ୍କ ପାଇଁ ଏକ ନିଶା ପାଲଟିଗଲାଣି। ବିଶେଷକରି ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍‌ ଏତେ ଅଧିକ ଯେ, ଏହା...

ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ...

ମେଣ୍ଢାଙ୍କୁ ଜଗୁଛି ରୋବୋ

ନୂଆଦିଲ୍ଲୀ: ଚାଷକାମରେ ଆଜିକାଲି ରୋବୋ ସବୁକିଛି କରିପାରୁଛି। ଏମିତିକି ରୋବୋ ବି ମେଣ୍ଢାପଲଙ୍କୁ ନେଇ ଚରାଇ ପୁଣି ଥରେ ଘରକୁ ଫେରାଇ ଆଣିପାରେ। ଏମିତି ଏକ...

୪୦ ବର୍ଷ ପରେ ଏକାଠି ହେଲେ ପିଲାଦିନର ପ୍ରେମ ପକ୍ଷୀ: ଆଉ ତା’ପରେ…

କୁହାଯାଏ, ପ୍ରେମ ଶାଶ୍ୱତ। ପ୍ରକୃତ ପ୍ରେମ କେବେ ହାରେନା। ଏମିତି ଏକ ପ୍ରେମ କାହାଣୀ ବ୍ରିଟେନରେ ଦେଖିବାକୁ ମିଳିଛି। ପେନି ଉମ୍ବର୍ସ ଏବଂ ମାର୍କ ବେଥେଲଙ୍କ...

ଏଭଳି ବୁଦ୍ଧି ପ୍ରୟୋଗ କରି ପେଟ ପୂରାଉଛି ଛେଳି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week