ଈଶ୍ୱରପୁରରେ ରାଶନ, ରିଲିଫ ଚାଉଳ ହଡପ

ରାଜନଗର,୮ା୩(ଡି.ଏନ.ଏ.):ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତରେ ୬୪୦ ହିତାଧିକାରୀଙ୍କ ରିଲିଫ ଚାଉଳ, ରାଶନ ଚାଉଳ, ଗହମ ଓ କିରୋସିନ ହଡପ କରାଯାଇଛି। ଏ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ହିତାଧିକାରୀ ପହଞ୍ଚତ୍ ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତିଙ୍କୁ ଅଭିଯୋଗ କରିଛନ୍ତି। ଏବେ ଯାଏ କରୋନା ତୃତୀୟ ଲହର ପାଇଁ ସରକାର ଯୋଗାଇ ଦେଇଥିବା ୪ ମାସର ରିଲିଫ ଚାଉଳ ମିଳିନାହିଁ। ନଭେମ୍ବରରୁ ଏଯାଏ ଟୋପେ କିରୋସିନ ଦିଆଯାଇନାହିଁ। ଏବେ ଜାନୁୟାରୀ, ଫେବୃୟାରୀର ରାଶନ ଚାଉଳ ଦିଆଯାଉଛି। ଗହମ ମଧ୍ୟ ଦିଆଯାଉନାହିଁ। ଏହାର ପ୍ରତିବାଦ କଲେ, ରାଶନ ରିଟେଲର କାର୍ଡ କାଟି ଦେବୁ ବୋଲି ଧମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି। ତୁରନ୍ତ ବକେୟା ସମସ୍ତ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି।
ଅଭିଯୋଗକୁ ଭିତ୍ତିକରି ଅପରାହ୍ନରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍‌ ଇଶ୍ୱରପୁର ପଞ୍ଚାୟତର ଜୁନୁସନଗରରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ବେଳେ ଶହଶହ ହିତାଧିକାରୀ ଟିମ୍‌ ନିକଟରେ ପହଞ୍ଚତ୍ ଅଭିଯୋଗ କରିବା ସହ ରାଶନ କାର୍ଡ ଦେଖାଇଥିଲେ। ସେମାନେ କିପରି ୨୦୨୧ ନଭେମ୍ବରରୁ କିରୋସିନ ପାଇନାହାନ୍ତି ତାହା କହିଥିଲେ। ରିଟେଲର ସୋମବାର ତରବରିଆ ଭାବେ ଡିସେମ୍ବର, ଜାନୁୟାରୀର ଅଳ୍ପ କେତେଜଣଙ୍କୁ ରିଲିଫ ଚାଉଳ ଦେବା ବେଳେ କିରୋସିନ ନ ଦେଇ ଖାତାରେ ପକାଇଛନ୍ତି। ଅଭିଯୋଗ ଅନୁଯାୟୀ, କାର୍ଡରେ କେବେ ଆମକୁ ଚାଉଳ, କିରୋସିନ ଦେଲେ ରିଟେଲର ତାରିଖ ପକାଉନାହାନ୍ତି। ଆମକୁ କେବେ ପିଓଏସ୍‌ ମେଶିନରୁ ବାହାରୁ ଥିବା ବିଲ ଦିଆଯାଉନାହିଁ। ଆମର ଆଖି ସ୍କାନ ଓ ଟିପ ଗଲା ପରେ ସରକାର ରାଶନ ଦେବେ ବୋଲି କହି ପୂର୍ବରୁ ଏହି କାମ କରାଇ ଦେଉଛନ୍ତି। ଆମେ କିନ୍ତୁ ରିଲିଫ୍‌ ଓ ଯୋଗାଣ ସାମଗ୍ରୀ ପାଉନାହୁଁ ବୋଲି ଅଭିଯୋଗ କରିଥିଲେ। ତଦନ୍ତକାରୀ ଟିମ ହିତାଧିକାରୀଙ୍କ ରାଶନ କାର୍ଡ ଦେଖିବା ପରେ ଦୁର୍ନୀତିର ପ୍ରମାଣ ପାଇଥିଲେ। କିଏ ଅକ୍ଟୋବର ପର ଠୁଁ ଚାଉଳ ପାଇନାହାନ୍ତି ତ ଆଉ କିଏ ଆଦୌ କିରୋସିନ ପାଇନାହାନ୍ତି ଜଣାପଡିଥିଲା। ରିଟେଲର କାଉଣ୍ଟରରେ ଧୀରେନନାଥ ମହାକୁଡଙ୍କ ପୁଅ ବସି ରାଶନ ଚାଉଳ ଦେଉଥିଲେ। କେଉଁ ମାସର ଚାଉଳ ଏବେ ଦେଉଛ ବୋଲି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପଚାରିବାରୁ ଏବେ ଡିସେମ୍ବର, ଜାନୁୟାରୀ ରିଲିଫ ଚାଉଳ ବାଣ୍ଟୁଥିବା କହିଥିଲେ। ଫେବୃୟାରୀ, ମାର୍ଚ୍ଚର ରିଲିଫ ଚାଉଳ କୁଆଡେ ଗଲା ବୋଲି ପଚାରିବାରୁ ଫେବୃୟାରୀର ରିଲିଫ ଚାଉଳ ଉଠାଇ ଥିବା ମାନିଥିଲେ। ମାତ୍ର ଗୋଦାମରେ ୧୮ ବସ୍ତା ଚାଉଳ, ୧୬ ବସ୍ତା ଗହମ ଓ ୩ ବ୍ୟାରେଲ କିରୋସିନ ଷ୍ଟକ ଥିବା ଦେଖିବାକୁ ମିଳିଥିଲା। ହିତାଧିକାରୀଙ୍କୁ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ବୁଝାଇ ଥିଲେ ଯେ, ପୂର୍ବରୁ ଯେହେତୁ ସ୍କାନ କରି ଦେଇଛନ୍ତି, ଆପଣମାନେ ଯାହା ଚାଉଳ ଅଛି ନେଇ ଯାଆନ୍ତୁ। ପରେ ସେ କେତେ ଷ୍ଟକ୍‌ ଉଠାଇଛନ୍ତି, କେତେ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସମସ୍ତ କାର୍ଡ ଦେଖି ପଦକ୍ଷେପ ନିଆଯିବ ବୋଲି ଉତ୍ୟକ୍ତ ହିତାଧିକାରୀଙ୍କୁ କହିଥିଲେ। ଏଥିସହ ରିଟେଲର କାଉଣ୍ଟରରେ ଥିବା ପିଏସ୍‌ଓ ମେଶିନକୁ ଜବତ କରିଥିଲେ। ରାଶନ କାର୍ଡ ଦେଖାଇ ମନି ଭୂୟଁା, ରେଣୁକା ବାରିକ, ଦେବ ଦୁଲାଲ ମଣ୍ଡଳ, ବିମଳ ଚନ୍ଦ୍ର ଦାସ, ରାଜୀବ ଲୋଚନ ପାଲ, କାର୍ତ୍ତିକ ହାତି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri