ଈଶ୍ୱରପୁରରେ ରାଶନ, ରିଲିଫ ଚାଉଳ ହଡପ

ରାଜନଗର,୮ା୩(ଡି.ଏନ.ଏ.):ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତରେ ୬୪୦ ହିତାଧିକାରୀଙ୍କ ରିଲିଫ ଚାଉଳ, ରାଶନ ଚାଉଳ, ଗହମ ଓ କିରୋସିନ ହଡପ କରାଯାଇଛି। ଏ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ହିତାଧିକାରୀ ପହଞ୍ଚତ୍ ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତିଙ୍କୁ ଅଭିଯୋଗ କରିଛନ୍ତି। ଏବେ ଯାଏ କରୋନା ତୃତୀୟ ଲହର ପାଇଁ ସରକାର ଯୋଗାଇ ଦେଇଥିବା ୪ ମାସର ରିଲିଫ ଚାଉଳ ମିଳିନାହିଁ। ନଭେମ୍ବରରୁ ଏଯାଏ ଟୋପେ କିରୋସିନ ଦିଆଯାଇନାହିଁ। ଏବେ ଜାନୁୟାରୀ, ଫେବୃୟାରୀର ରାଶନ ଚାଉଳ ଦିଆଯାଉଛି। ଗହମ ମଧ୍ୟ ଦିଆଯାଉନାହିଁ। ଏହାର ପ୍ରତିବାଦ କଲେ, ରାଶନ ରିଟେଲର କାର୍ଡ କାଟି ଦେବୁ ବୋଲି ଧମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି। ତୁରନ୍ତ ବକେୟା ସମସ୍ତ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି।
ଅଭିଯୋଗକୁ ଭିତ୍ତିକରି ଅପରାହ୍ନରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍‌ ଇଶ୍ୱରପୁର ପଞ୍ଚାୟତର ଜୁନୁସନଗରରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ବେଳେ ଶହଶହ ହିତାଧିକାରୀ ଟିମ୍‌ ନିକଟରେ ପହଞ୍ଚତ୍ ଅଭିଯୋଗ କରିବା ସହ ରାଶନ କାର୍ଡ ଦେଖାଇଥିଲେ। ସେମାନେ କିପରି ୨୦୨୧ ନଭେମ୍ବରରୁ କିରୋସିନ ପାଇନାହାନ୍ତି ତାହା କହିଥିଲେ। ରିଟେଲର ସୋମବାର ତରବରିଆ ଭାବେ ଡିସେମ୍ବର, ଜାନୁୟାରୀର ଅଳ୍ପ କେତେଜଣଙ୍କୁ ରିଲିଫ ଚାଉଳ ଦେବା ବେଳେ କିରୋସିନ ନ ଦେଇ ଖାତାରେ ପକାଇଛନ୍ତି। ଅଭିଯୋଗ ଅନୁଯାୟୀ, କାର୍ଡରେ କେବେ ଆମକୁ ଚାଉଳ, କିରୋସିନ ଦେଲେ ରିଟେଲର ତାରିଖ ପକାଉନାହାନ୍ତି। ଆମକୁ କେବେ ପିଓଏସ୍‌ ମେଶିନରୁ ବାହାରୁ ଥିବା ବିଲ ଦିଆଯାଉନାହିଁ। ଆମର ଆଖି ସ୍କାନ ଓ ଟିପ ଗଲା ପରେ ସରକାର ରାଶନ ଦେବେ ବୋଲି କହି ପୂର୍ବରୁ ଏହି କାମ କରାଇ ଦେଉଛନ୍ତି। ଆମେ କିନ୍ତୁ ରିଲିଫ୍‌ ଓ ଯୋଗାଣ ସାମଗ୍ରୀ ପାଉନାହୁଁ ବୋଲି ଅଭିଯୋଗ କରିଥିଲେ। ତଦନ୍ତକାରୀ ଟିମ ହିତାଧିକାରୀଙ୍କ ରାଶନ କାର୍ଡ ଦେଖିବା ପରେ ଦୁର୍ନୀତିର ପ୍ରମାଣ ପାଇଥିଲେ। କିଏ ଅକ୍ଟୋବର ପର ଠୁଁ ଚାଉଳ ପାଇନାହାନ୍ତି ତ ଆଉ କିଏ ଆଦୌ କିରୋସିନ ପାଇନାହାନ୍ତି ଜଣାପଡିଥିଲା। ରିଟେଲର କାଉଣ୍ଟରରେ ଧୀରେନନାଥ ମହାକୁଡଙ୍କ ପୁଅ ବସି ରାଶନ ଚାଉଳ ଦେଉଥିଲେ। କେଉଁ ମାସର ଚାଉଳ ଏବେ ଦେଉଛ ବୋଲି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପଚାରିବାରୁ ଏବେ ଡିସେମ୍ବର, ଜାନୁୟାରୀ ରିଲିଫ ଚାଉଳ ବାଣ୍ଟୁଥିବା କହିଥିଲେ। ଫେବୃୟାରୀ, ମାର୍ଚ୍ଚର ରିଲିଫ ଚାଉଳ କୁଆଡେ ଗଲା ବୋଲି ପଚାରିବାରୁ ଫେବୃୟାରୀର ରିଲିଫ ଚାଉଳ ଉଠାଇ ଥିବା ମାନିଥିଲେ। ମାତ୍ର ଗୋଦାମରେ ୧୮ ବସ୍ତା ଚାଉଳ, ୧୬ ବସ୍ତା ଗହମ ଓ ୩ ବ୍ୟାରେଲ କିରୋସିନ ଷ୍ଟକ ଥିବା ଦେଖିବାକୁ ମିଳିଥିଲା। ହିତାଧିକାରୀଙ୍କୁ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ବୁଝାଇ ଥିଲେ ଯେ, ପୂର୍ବରୁ ଯେହେତୁ ସ୍କାନ କରି ଦେଇଛନ୍ତି, ଆପଣମାନେ ଯାହା ଚାଉଳ ଅଛି ନେଇ ଯାଆନ୍ତୁ। ପରେ ସେ କେତେ ଷ୍ଟକ୍‌ ଉଠାଇଛନ୍ତି, କେତେ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସମସ୍ତ କାର୍ଡ ଦେଖି ପଦକ୍ଷେପ ନିଆଯିବ ବୋଲି ଉତ୍ୟକ୍ତ ହିତାଧିକାରୀଙ୍କୁ କହିଥିଲେ। ଏଥିସହ ରିଟେଲର କାଉଣ୍ଟରରେ ଥିବା ପିଏସ୍‌ଓ ମେଶିନକୁ ଜବତ କରିଥିଲେ। ରାଶନ କାର୍ଡ ଦେଖାଇ ମନି ଭୂୟଁା, ରେଣୁକା ବାରିକ, ଦେବ ଦୁଲାଲ ମଣ୍ଡଳ, ବିମଳ ଚନ୍ଦ୍ର ଦାସ, ରାଜୀବ ଲୋଚନ ପାଲ, କାର୍ତ୍ତିକ ହାତି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?