ରାଶନ ମିଳିଲା ନାହିଁ, ତାତିଲେ ହିତାଧିକାରୀ

ବରୀ,୨୭।୯(ଡି.ଏନ.ଏ.):ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସରେ ସରକାରୀ ନିୟମ ମୁତାବକ ଚାଉଳ ଓ ଗହମ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ଦାୟିତ୍ୱରେ ଥିବା ସରକାରୀ ଖୁଚୁରା ବିକ୍ରେତା(ରିଟେଲର) ହିତାଧିକାରୀମାନଙ୍କ ରାଶନ ସାମଗ୍ରୀ ହଡପ କରି ଚାଲିଛନ୍ତି ା ଫଳରେ ହିତାଧିକାରୀମାନେ ଏ ସଂକ୍ରାନ୍ତରେ ବ୍ଲକ୍‌ ଓ ଜିଲା ପ୍ରଶାସନ ନିକଟରେ ଲିଖିତ ଓ ମୌଖିକ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ା ଏପରି କି ଅଭିଯୋଗ ଉପରେ ତଦନ୍ତ ହେଉଥିଲେ ମଧ୍ୟ ସମ୍ପୃକ୍ତ ହିତାଧିକାରୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନ ଥିବା ଆଲୋଚନା ହେଉଛି ା
ସୂଚନା ଅନୁଯାୟୀ, ଗତ ୨୨ତାରିଖରେ ବରି ବ୍ଲକ୍‌ ଅଧୀନ କିମ୍ଭିରିଆପାଳ ପଞ୍ଚାୟତର ଶତାଧିକ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଚାଉଳ ଓ ଗହମ ପାଇ ନ ଥିଲେ ା ଏ ନେଇ ସେମାନେ ବରୀ ବ୍ଲକ୍‌ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଅଭିଯୋଗକୁ ବରୀ ବ୍ଲକ୍‌ ପ୍ରଶାସନ ଗ୍ରହଣ କରିବା ପରେ ବି ଅଦ୍ୟାବଧି ଏହି ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ା ଏପରି କି ହିତାଧିକାରୀମାନଙ୍କୁ ସେମାନଙ୍କ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ ା ଫଳରେ ସମ୍ପୃକ୍ତ ହିତାଧିକାରୀମାନେ ସୋମବାର ବରୀ ବ୍ଲକ୍‌ ଅଫିସରେ ପହଞ୍ଚତ୍ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା ଏଥି ସହିତ ସେମାନେ ବରୀ ବ୍ଲକ୍‌ ଯୋଗାଣ ନିରୀକ୍ଷକଙ୍କୁ ଘେରାଉ କରିଥିବା ଦେଖିବାକୁ ମିଳିଥିଲା ା କିମ୍ଭିରିଆପାଳ ପଞ୍ଚାୟତର ନାଲୁ ପରିଡାଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ବରୀ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ ଘଟଣାର ତଦନ୍ତ କରାଯାଉ ା ୭ ଦିନ ମଧ୍ୟରେ ପୂର୍ବରୁ ବକେୟା ଥିବା ରାଶନ ସାମଗ୍ରୀ ହିତାଧିକାରୀଙ୍କୁ ଦେବାକୁ ଦାବି କରିଥିଲେ ା ଏଥିରେ ବ୍ୟତିକ୍ରମ ହେଲେ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଚିନ୍ମୟ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗକୁ ଗୁରୁତ୍ୱ ଦେଇ ତଦନ୍ତ ପାଇଁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି। ଯଦି ଘଟଣାର ସତ୍ୟତା ଥାଏ ତା’ହେଲେ ସମ୍ପୃକ୍ତ ଖୁଚୁରା ବିକ୍ରେତା (ରିଟେଲର)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷେ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗ ଆସିଛି ଖୁବ୍‌ ଶୀଘ୍ର ଘଟଣାର ତଦନ୍ତ କରାଯାଇ ରିପୋର୍ଟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri