ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।

ନୀତି ର୍ନିଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆସି ରଥରେ ବିଜେ କରିଥିଲେ। ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିଲେ। ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଦେବଦଳନ ରଥରେ ବିଜେ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ। ପରେ ଆରମ୍ଭ ହୋଇଥିଲା ପବିତ୍ର ଛେରାପହଁରା ନୀତି। ଗଜପତି ମହାରାଜା ସୁବର୍ଣ୍ଣ ଖଡ଼ିକାରେ ରଥ ମାର୍ଜନା କରି ଭକ୍ତି ଭାବରେ ସମ୍ପନ୍ନ କରିଥିଲେ ଛେରାପହଁରା ନୀତି
ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା।

ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨ ହଜାର ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସି ପଡ଼ିଲା ମାଟି ଅତଡ଼ା, ୧୩ ମୃତ

ପାଙ୍ଗି,୨୪।୭: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। କିଛି ଅଞ୍ଚଳ ଏବେ ବି ବର୍ଷା ଅପେକ୍ଷାରେ ଥିବା ବେଳେ, ପାହାଡ଼ି ରାଜ୍ୟ ସମେତ ଅନ୍ୟାନ୍ୟ ଅନେକ…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଗୁଜରାଟରେ ବର୍ଷା ତାଣ୍ଡବ, ପାଣି ଘେରରେ ସୁରତ

ଅହମଦାବାଦ,୨୪ା୭: ଗୁଜରାଟର ଦକ୍ଷିଣ ଭାଗ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ଅନଶନରେ ଯୋଗଦେବା ପାଇଁ ଅଭିନେତାମାନଙ୍କୁ ଟଙ୍କା ଦିଆଯାଉଛି? ହଇଚଇ ସୃଷ୍ଟି କରିଛି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୭: ଛାତ୍ର ଆନ୍ଦୋଳନ ମଧ୍ୟରେ ‘ବିଗ ବସ ଓଟିଟି’ ଫେମ ଆକାଂକ୍ଷା ପୁରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ‘ବିଘ୍ନହର୍ତା ଗଣେଶ’ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ…

CJP ସହ ବୈଠକ ପରେ ନଡ୍ଡାଙ୍କ ବଡ଼ ବୟାନ! ‘୩ ଦାବି, ୫ ପ୍ରସ୍ତାବ ମିଳିଛି’, କାଲି ହେବ…

ନୂଆଦିଲ୍ଲୀ,୨୪ା୭: NEET ପରୀକ୍ଷାରେ ଅନିୟମିତତା ଅଭିଯୋଗରୁ ସୃଷ୍ଟି ହୋଇଥିବା ପ୍ରତିବାଦ ଏବେ ଧୀରେ ଧୀରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ…

୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା: ପେପର ଲିକ୍ ବିରୋଧରେ ସରକାରଙ୍କ କଠୋର ଆଇନ, କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ,୨୪ା୭: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପେପର ଲିକ୍ ବିଲ୍ ସଂଶୋଧନ’କୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ପେପର ଲିକ୍ ମାଫିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri