Posted inଜାତୀୟ

କେବଳ ପୁରୀରେ ହେବ ରଥଯାତ୍ରା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୬।୭: ଚଳିତ ବର୍ଷ କେବଳ ପୁରୀରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହି ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ୍‌ ରଖିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର ଅନ୍ୟ ଜଗନ୍ନାଥ ମନ୍ଦିର ପରିସରରେ ଏହା ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯିବ। ତେବେ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର କରି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହିତ ସହମତ ହୋଇଛନ୍ତି। ଫଳରେ ଅନ୍ୟ ସହରରେ ରଥଯାତ୍ରା ଅନୁଷ୍ଠିତ କରାଇବା ଲାଗି ହୋଇଥିବା ଆବେଦନ ଖାରଜ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁନୋ ଜାତୀୟ ଉଦ୍ୟାନରେ ଆଉ ୫ ଚିତାଙ୍କୁ ଅବାଧ ବିଚରଣ ପାଇଁ ଛଡ଼ାଯିବ

ନୂଆଦିଲ୍ଲୀ, ୯ା୫: ବର୍ଷାଋତୁ ପୂର୍ବରୁ ୫ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ବିଚରଣ ଲାଗି ଛାଡ଼ିଦିଆଯିବ। ସେମାନଙ୍କୁ ନାମିବ୍ୟାରୁ ଅଣାଯିବା ପରେ ସ୍ଥାନୀୟ...

ସାନିଟାଇଜର ପିଇ ୭ ମୃତ

ୟବତମାଲ, ୨୫ା୪: ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାବେଳେ ସାନିଟାଇଜର ପିଇ ୟବତମାଲ ଜିଲାର ୭ ଜଣଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସମସ୍ତଙ୍କ...

ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ

ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର...

ପ୍ରତି ଘରେ ତ୍ରିରଙ୍ଗା ଗରିବଙ୍କ ଉପରେ ବୋଝ ନ ହେଉ, ବରୁଣ ଗାନ୍ଧୀଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ...

ବିହାର ନିର୍ବାଚନ: ମୋଦିଙ୍କ ରାଲି ଉପରେ ଜେଡିୟୁର ନଜର

ନୂଆଦିଲ୍ଲୀ,୧୦ ।୧୦: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ ତାରିଖ । ଏହାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟ ତତ୍ପର । ଏଥର ଭାରତୀୟ...

ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି...

ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୯।୧୦: ୟୁକ୍ରେନରେ ଥିବା ଏହାର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛି ଭାରତ। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ସୁରକ୍ଷା ଅବସ୍ଥା ଖରାପ ହେବା...

ହସ୍ତକ୍ଷେପ ଲାଗି ମନାକଲା କେନ୍ଦ୍ର

ନୂଆଦିଲ୍ଲୀ/ହାଇଦ୍ରାବାଦ, ୫ା୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଭାଇଜାଗ୍‌କୁ କାର୍ଯ୍ୟକାରୀ ରାଜଧାନୀ, ଅମରାବତୀକୁ ବ୍ୟବସ୍ଥାପକ ରାଜଧାନୀ ଓ କୁର୍ନୁଲ୍‌କୁ ନ୍ୟାୟିକ ରାଜଧାନୀ କରିବା ଯୋଜନାରେ ଅଛନ୍ତି।...

Advertisement
Archives

Model This Week