ରଥଯାତ୍ରା ଦଳଚକଟା ଘଟଣା: ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍‌ ଦେଲେ ମନ୍ତ୍ରୀ

ଖୋର୍ଦ୍ଧା,୨ା୭(ପ୍ରଭାତ ପାଣିଗ୍ରାହୀ): ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ତେବେ ଆଜି ଅର୍ଥାତ୍‌ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୃତ ମହିଳାଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ସରକାରଙ୍କ ଘୋଷଣା ଅନୁଯାୟୀ ୨୫ ଲକ୍ଷ ଟଙ୍କାର ଚେକ୍‌ ବାସନ୍ତିଙ୍କ ସ୍ବାମୀ ଦିଲୀପ ସାହୁଙ୍କୁ ପ୍ରଦାନ କରିଥିଲେ। ଘଟଣା ଦିନ ସମସ୍ଥ ସ୍ଥିତି ସମ୍ପର୍କରେ ଦିଲ୍ଲୀପ ଆଇନମନ୍ତ୍ରୀଙ୍କୁ ଜଣାଇଥିଲେ। ଦୁଇ ଜଣ ଅଫିସରଙ୍କ ଦାୟିତ୍ୱରେ ଅବହେଳା ଯୋଗୁ ଏହି ଘଟଣା ଘଟିଲା। ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଦଳାଚକଟା ସ୍ତ୍ରୀଙ୍କୁ ହରାଇ ଦିଲ୍ଲୀପଙ୍କ ପୁରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ମନ୍ତ୍ରୀଙ୍କ ସହ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri