ଜୁଲାଇ ୧୨ରେ ରଥଯାତ୍ରା

ପୁରୀ ଅଫିସ,୨।୩: ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଓ ପର୍ବପର୍ବାଣୀ ତାଲିକା ସୋମବାର ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତାଲିକା ପ୍ରକାଶିତ ହୋଇଛି। ତାଲିକାରେ ଉଲ୍ଲେଖ ରହିଛି ଯେ, ଏପ୍ରିଲ୍‌ ୧୪ରେ ମହାବିଷୁବ ସଂକ୍ରାନ୍ତି, ୨୧ରେ ରାମନବମୀ, ୨୭ରେ ଲଙ୍କାପୋଡ଼ି ଓ ଚୈତ୍ର ପୂର୍ଣ୍ଣିମା, ମେ ୧୫ରେ ଅକ୍ଷୟ ତୃତୀୟା, ୨୫ରେ ନୃସିଂହ ଜନ୍ମ, ଜୁନ ୧୦ରେ ସାବିତ୍ରୀ ଅମାବାସ୍ୟା, ୧୫ରେ ଶିବବିବାହ ଓ ରଜ ସଂକ୍ରାନ୍ତି ପାଳନ ହେବ। ଜୁନ୍‌ ୨୪ରେ ସ୍ନାନଯାତ୍ରା ଓ ଜୁଲାଇ ୯ରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଜୁଲାଇ ୧୨ରେ ରଥଯାତ୍ରା, ୧୬ରେ ହେରାପଞ୍ଚମୀ, ଅଗଷ୍ଟ ୧୭ରେ ଝୁଲଣ ଯାତ୍ରା, ୩୦ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୯ରେ ବାଲିତୃତୀୟା, ୧୦ରେ ଗଣେଶ ଚତୁର୍ଥୀ, ୧୪ରେ ରାଧାଷ୍ଟମୀ ପାଳନ ହେବ। ଅକ୍ଟୋବର ୧୨ରେ ମହାଷ୍ଟମୀ, ନଭେମ୍ବର ୧୨ରେ ଅଁଳା ନବମୀ, ଡିସେମ୍ବର ୪ରେ ଦେବଦୀପାବଳି ଉତ୍ସବ ପାଳନ କରାଯିବ। ନୀତିକାନ୍ତି ନିର୍ଦ୍ଧାରଣ ନେଇ ପୂର୍ବରୁ ପରିଚାଳନା କମିଟି ବୈଠକ ହୋଇଥିଲା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ଅନୁମୋଦନ ପରେ ଏହି ପର୍ବପର୍ବାଣୀ ଓ ନୀତିକାନ୍ତି ନିର୍ଦ୍ଧାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?