ଜୁଲାଇ ୧୨ରେ ରଥଯାତ୍ରା

ପୁରୀ ଅଫିସ,୨।୩: ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଓ ପର୍ବପର୍ବାଣୀ ତାଲିକା ସୋମବାର ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତାଲିକା ପ୍ରକାଶିତ ହୋଇଛି। ତାଲିକାରେ ଉଲ୍ଲେଖ ରହିଛି ଯେ, ଏପ୍ରିଲ୍‌ ୧୪ରେ ମହାବିଷୁବ ସଂକ୍ରାନ୍ତି, ୨୧ରେ ରାମନବମୀ, ୨୭ରେ ଲଙ୍କାପୋଡ଼ି ଓ ଚୈତ୍ର ପୂର୍ଣ୍ଣିମା, ମେ ୧୫ରେ ଅକ୍ଷୟ ତୃତୀୟା, ୨୫ରେ ନୃସିଂହ ଜନ୍ମ, ଜୁନ ୧୦ରେ ସାବିତ୍ରୀ ଅମାବାସ୍ୟା, ୧୫ରେ ଶିବବିବାହ ଓ ରଜ ସଂକ୍ରାନ୍ତି ପାଳନ ହେବ। ଜୁନ୍‌ ୨୪ରେ ସ୍ନାନଯାତ୍ରା ଓ ଜୁଲାଇ ୯ରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଜୁଲାଇ ୧୨ରେ ରଥଯାତ୍ରା, ୧୬ରେ ହେରାପଞ୍ଚମୀ, ଅଗଷ୍ଟ ୧୭ରେ ଝୁଲଣ ଯାତ୍ରା, ୩୦ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୯ରେ ବାଲିତୃତୀୟା, ୧୦ରେ ଗଣେଶ ଚତୁର୍ଥୀ, ୧୪ରେ ରାଧାଷ୍ଟମୀ ପାଳନ ହେବ। ଅକ୍ଟୋବର ୧୨ରେ ମହାଷ୍ଟମୀ, ନଭେମ୍ବର ୧୨ରେ ଅଁଳା ନବମୀ, ଡିସେମ୍ବର ୪ରେ ଦେବଦୀପାବଳି ଉତ୍ସବ ପାଳନ କରାଯିବ। ନୀତିକାନ୍ତି ନିର୍ଦ୍ଧାରଣ ନେଇ ପୂର୍ବରୁ ପରିଚାଳନା କମିଟି ବୈଠକ ହୋଇଥିଲା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ଅନୁମୋଦନ ପରେ ଏହି ପର୍ବପର୍ବାଣୀ ଓ ନୀତିକାନ୍ତି ନିର୍ଦ୍ଧାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଉପସ୍ଥିତିରେ ଟଳିଲା ବ୍ଲକ, ବ୍ୟାଙ୍କ ବିବାଦ

ଖଇରା, ୨୮।୬(ଡି.ଏନ.ଏ.)-ଖଇରା ବ୍ଲକର କେତେକ କର୍ମଚାରୀ ଓ ଖଇରା ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ବିଷ୍ଣୁ ମୋହନ ମହାପାତ୍ରଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳ ପୋଲିସ...

ରବିବାର, ସୋମବାର ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ବଙ୍ଗୋପସାଗରରେ ଲଗାତର ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଲାଗିରହିଛି। ତେବେ ରବିବାର ଏବଂ ସୋମବାର ରାଜ୍ୟର କିଛି ଜିଲାରେ ପ୍ରବଳରୁ...

ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା...

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୦୯ କୁ ବୃଦ୍ଧି...

ସରକାରୀ ଆଇଟିଆଇରେ ଫାଙ୍କା ପଡ଼ିିଲା ସିଟ୍‌

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ଆଇଟିଆଇଗୁଡ଼ିକରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଏହାପରେ କଟକ ସହରସ୍ଥ ୨ଟି ଯାକ ସରକାରୀ ଆଇଟିଆଇରେ ୫୦ ପ୍ରତିଶତ...

ଆଜି ରାଜ୍ୟରେ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୩୩ ଜଣ...

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୬ା୭: ବଲାଙ୍ଗୀର ସହର ସାଲେପାଲିଠାରେ ଥିବା ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ...

ଡାକ୍ତରଙ୍କ ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାର୍ତ୍ତା

ପୁରୀ ଅଫିସ,୨୦।୩: ବିଶ୍ୱବାସୀଙ୍କ ନିଦ ଉଡ଼ାଇଥିବା କରୋନା ଏବେ ଭାରତରେ ନିଜ କାୟା ବିସ୍ତାର କରିବାରେ ଲାଗିଲାଣି। ଭାରତରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି।...

Advertisement
Archives

Model This Week