Posted inଫୁରସତ

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା ଗ୍ରୁପ୍‌ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିଲେ ସେ। ୨୦୧୨ରେ ୭୫ ବର୍ଷ ବୟସରେ ସେ ଅବସର ଗ୍ରହଣ କରିଥିଲେ। ହେଲେ ତାଙ୍କ ବିଷୟରେ ଯଦି କଥା କୁହାଯାଏ ତେବେ ସେ ଜଣେ ତାଲିମପ୍ରାପ୍ତ ପାଇଲଟ୍‌ କଥା ଉଠେ। ଏପରିକି ତାଙ୍କ ପାଖରେ ଲାଇସେନ୍ସ ମଧ୍ୟ ରହିଛି।

୨୦୦୭ରେ ବାଙ୍ଗାଲୋରରେ ଅନୁଷ୍ଠିତ ଏରୋ ଇଣ୍ଡିଆ ଶୋ’ରେ ପ୍ରଥମ ନାଗରିକ ଭାବେ ସେ ଏଫ୍‌-୧୬(ଫାଇଟିଂ ଫାଲକନ୍‌) ଉଡାଇଥିଲେ। ଆମେରିକା ବାୟୁସେନା ବ୍ଲକ-୫୦ର ଏକ ଯୁଦ୍ଧବିମାନରେ ୪୦ ମିନିଟ ଧରି ସହପାଇଲଟ୍‌ ଥିଲେ। ୬୯ ବର୍ଷ ବୟସରେ ଆମେରିକୀୟ ନିର୍ମିତ ବିମାନ ଉଡ଼ାଇବାରେ ସବୁଠୁ ବୟସ୍କ ବ୍ୟକ୍ତି ତାଲିକାରେ ସେ ନିଜ ନାମକୁ ସାମିଲ କରିଥିଲେ।
ତାଙ୍କର ଏବେ ନିଜସ୍ବ ଡାସଲ୍ଟ ଫାଲକନ୍‌-୨୦୦୦ ବିମାନ ରହିଛି। ଏହାର ମୂଲ୍ୟ ୨୨ ମିଲିୟନ୍‌ ଡଲାର ହେବ। କେବେ କେବେ ବୁଲି ଆସିବା ପାଇଁ ସେ ବିମାନ ବାହାର କରିବାକୁ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri