Posted inଖେଳ

ଚାମ୍ପିଅନ୍ସ ଟ୍ରଫିର ମୋର ଅନ୍ତିମ ICC ଟୁର୍ନାମେଣ୍ଟ, ଏଭଳି ଖୁଲାସା କରି ଚମକାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ମୋର ଅନ୍ତିମ ଆଇସିସି ଟୁର୍ନାମେଣ୍ଟ। ଏଭଳି କିଛି କହି ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ରାସି ଭାନ୍‌ ଡେର୍‌ ଡୁସେନ୍‌। ଇଂଲଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ଅନ୍ତିମ ମୁକାବିଲା ପୂର୍ବରୁ ବ୍ୟାଟ୍ସମ୍ୟାନ୍‌ ବଡ଼ ଖୁଲାସା କରିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍‌ ବିର ଅନ୍ତିମ ମୁକାବିଲାରେ ଶନିବାର ଇଂଲଣ୍ଡର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ। ଇଂଲଣ୍ଡ ପୂର୍ବରୁ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି, ହେଲେ ଦକ୍ଷିଣ ଆଫ୍ରିକାକୁ ବିଜୟର ଆବଶ୍ୟକତା ରହିଛି। ଏହାପୂର୍ବରୁ ଡୁସେନ୍‌ କହିଛନ୍ତି, ମୋର ଲକ୍ଷ୍ୟ ସର୍ବଦା ପ୍ରୋଟିଆଜ୍‌ ପାଇଁ ଖେଳିବା। ଲୋକେ ମୋତେ ପଚାରୁଛନ୍ତି ଯେ ଏହି ଟୁର୍ନାମେଣ୍ଟ ପରେ ଲିଗ୍‌ ଖେଳିବି କି ନାହିଁ। ତାହା ମୁଁ ଜାଣେନା। ମୋ ଦେଶକୁ ପ୍ରତିନିଧିତ୍ୱ କରିବା ସବୁବେଳେ ମୋର ବଡ଼ ଏବଂ ଏକମାତ୍ର ଲକ୍ଷ୍ୟ ହୋଇ ଆସିଛି। ତେଣୁ ଯଦି ସେହି ଲକ୍ଷ୍ୟ ହାସଲ ନ ହୁଏ ତେବେ ମୁଁ କ’ଣ କରିବି ତାହା ଜାଣେନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା ଦଳରେ ବହୁତ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି। ଟ୍ରିଷ୍ଟାନ୍‌ ଷ୍ଟବସ୍‌, ଟୋନି ଡି ଜିଓର୍ଜି ଏବଂ ବ୍ରିଟ୍‌ଜକେଙ୍କ ଭଳି ବ୍ୟାଟ୍ସମ୍ୟାରନ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ନିକଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବ୍ରିଟ୍‌ଜେକେ ତାଙ୍କ ଡେବ୍ୟୁ ମ୍ୟାଚ୍‌ରେ ୧୫୦ ରନ୍‌ କରି ଇତିହାସ ସୃଷ୍ଟି କରିଥିଲେ ବୋଲି ସେ କହିଛନ୍ତି।

ତେବେ ଡୁସେନ୍‌ଙ୍କ କ୍ୟାରିୟର ଦେଖିଲେ ସେ ଦକ୍ଷିଣ ଆଫ୍ରିକା ପାଇଁ ୩ଟି ଫର୍ମାଟରେ ଖେଳିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଲାଗି ୫୦ ଟେଷ୍ଟ, ୬୯ ଦିନିକିଆ, ୫୦ ଟି୨୦ରେ ଯଥାକ୍ରମେ ୯୦୫,୨୫୧୬,୯୭୧ ରନ୍‌ କରିଛନ୍ତି। ଏମିତିରେ ସେ ନିଜର ଅନ୍ତିମ ଆଇସିସି ମ୍ୟାଚ୍‌କୁ ସ୍ମରଣୀୟ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri