Delimitation in Odisha: ଦିଲ୍ଲୀରେ ହେଉଛି ବଡ଼ ପ୍ଲାନିଂ, ଓଡ଼ିଶାର ଲୋକ ସଭାରେ ବଢିଯିବ ଆସନ!

ନୂଆଦିଲ୍ଲୀ,୨୮।୨: ଦେଶରେ ବଢ଼ିପାରେ ଲୋକ ସଭା ସିଟ। ସୀମା ର୍ନିଦ୍ଧାରଣ ପରେ ଲୋକ ସଭା ଆସନ ୮୪୮ ଆସନା ଛୁଇଁବା ସମ୍ଭାବନା। ଏନେଇ ବଡ଼ ଆକଳନ କରିଛନ୍ତି ଜାତୀୟ ଗଣମାଧ୍ୟମ। Delimitationକୁ ଚର୍ଚ୍ଚା ଜୋର ଧରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏହି କଥା ଉଠାଇବା ପରେ ଦକ୍ଷିଣ ଭାରତ ସହ ଏବେ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏଠାରେ ଥିବା ସମସ୍ତ ଦକ୍ଷିଣ ରାଜ୍ୟର ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସୀମା ର୍ନିଦ୍ଧାରଣ ଯୋଗୁଁ ଆସନ ସଂଖ୍ୟାରେ କୌଣସି ହ୍ରାସ ହେବ ନାହିଁ। ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ସୀମା ର୍ନିଦ୍ଧାରଣ କୌଣସି ଦକ୍ଷିଣ ରାଜ୍ୟକୁ ପ୍ରଭାବିତ କରିବ ନାହିଁ।

Delimitation in Odisha: ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଲୋକ ସଭା ଆସନ ୨୮ ଓ ବିଧାନସଭା ୧୯୬କୁ ବୃଦ୍ଧି ହୋଇପାରେ। ଓଡ଼ିଶାର ଲୋକ ସଂଖ୍ୟା ଓ ଭୌଗଳିକ ସ୍ଥିତି ଦେଖି ବଢ଼ିବ ଲୋକ ସଭା କ୍ଷେତ୍ର। ୨୦୨୬ ଜନଗଣନା ପରେ ଦେଶରେ ବଢ଼ିପାରେ ଲୋକ ସଭା ସିଟ। ସୀମା ପୁନଃ ର୍ନିଦ୍ଧାରଣ ପରେ ଲୋକ ସଭା ଆସନ ୮୪୮ ଛୁଇଁବ! ଓଡ଼ିଶାର ଲୋକ ସଭା ଆସନ ୨୧ରୁ ବଢ଼ି ହେବ ୨୮। ୧୯୬କୁ ବଢ଼ିପାରେ ଓଡ଼ିଶାର ବିଧାସଭା ସିଟ।

Delimitation in Odisha: ଦେଶରେ ଜନସଂଖ୍ୟା ବଢ଼ିଥିବାବେଳେ ବଢ଼ିପାରେ ଲୋକ ସଭା ଆସନ। ଲୋକ ସଭା ଆସନ ଆଧାରରେ ବିଧାନସଭା ଆସନ ବି ବଢ଼ିବ। ଏକ ଜାତୀୟ ସଂସ୍ଥାର ରିପୋର୍ଟ ଅନୁସାରେ ସଂସଦୀୟ କ୍ଷେତ୍ରର ସୀମା ପୁନଃର୍ନିଦ୍ଧାରଣ ପରେ ଦେଶରେ ସଂସଦୀୟ କ୍ଷେତ୍ର ୮୪୮ ଛୁଇଁବ। ଓଡ଼ିଶାରେ ବି ବଢିବ ସଂସଦୀୟ କ୍ଷେତ୍ର ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ଲୋକ ସଭା ଆସନ ୨୧ ଥିବା ବେଳେ ଏହି ସଂଖ୍ୟା ୨୮ ଛୁଇଁବ ବୋଲି ଆକଳନ କରାଯାଉଛି। ଲୋକସଂଖ୍ୟା ଓ ଭୌଗଳିକ ସ୍ଥିତିକୁ ନେଇ ସୀମା ର୍ନିଦ୍ଧାରଣ କରାଯିବ।

ରିପୋର୍ଟ ଅନୁସାରେ ସୀମା ର୍ନିଦ୍ଧାରଣ ହେଲେ ଉତ୍ତର ପ୍ରଦେଶରେ ସର୍ବାଧିକ ୧୪୩ ଲୋକ ସଭା ଆସନ ହେବ। ସେହିପରି ବିହାରରେ ୭୯,ମହାରାଷ୍ଟ୍ରରେ ୭୬, ପଶ୍ଚିମବଙ୍ଗରେ ୬୦ , ମଧ୍ୟପ୍ରଦେଶରେ ୫୨ ଲୋକ ସଭା ଆସନ ରହିବ । ହେଲେ ୨୦୨୬ରେ ସୀମା ର୍ନିଦ୍ଧାରଣ ହେବା ନେଇ ଆଲୋଚନା ହେଉଥିବା ବେଳେ ସିଟ ସଂଖ୍ୟା କମିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ତାମିଲ ନାଡୁ ମୁଖ୍ୟମନ୍ତ୍ରୀ।

ଜନସଂଖ୍ୟା କମୁଥିବାରୁ ଲୋକସଭା ସିଟ ହ୍ରାସ ପାଇବ ବୋଲି ଏମ.କେ ଷ୍ଟାଲିନ ଆଶଙ୍କା ପ୍ରକାଶ କରିବା ବେଳେ ଗୋଟିଏ ବି ଆସନ କମିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। କେବଳ ତାମିଲନାଡୁ ନୁହେଁ ଦକ୍ଷିଣ ଭାରତୀୟ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ହୋଇଥିବାରୁ ସିଟ କମିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ୨୧ ରୁ ୨୮ ହୋଇପାରେ ବୋଲି ଆକଳନ କରାଯାଉଛି।

ଦେଶରେ ୩୬ କୋଟି ଜନସଂଖ୍ୟା ଥିବା ବେଳେ ଲୋକସଭା ଆସନ ସଂଖ୍ୟା ଥିଲା ୪୯୪ । ପରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ବଢ଼ି ଚାଲିଛି ଲୋକ ସଭା କ୍ଷେତ୍ର । ତେବେ ୨୦୨୧ରେ ହେବାକୁ ଥିବା ଜନଗଣନା କୋଭିଡ ଯୋଗୁଁ ହୋଇପାରି ନଥିଲା । ପରବର୍ତ୍ତୀ ଜନଗଣନା ପରେ ହିଁ ଆରମ୍ଭ ହେବ ଲୋକସଭା କ୍ଷେତ୍ର ଭୃଦ୍ଧି ପ୍ରକ୍ରିୟା।

ଶାହାଙ୍କ ଏହି ପ୍ରତିଶ୍ରୁତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସେହି ବୟାନ ପରେ ଆସିଛି, ଯେଉଁଥିରେ ସେ ସୀମା ର୍ନିଦ୍ଧାରଣ ବିରୋଧରେ ପ୍ରତିବାଦ କରିବା ପାଇଁ ମାର୍ଚ୍ଚ ୫ରେ ସମସ୍ତ ଦଳର ବୈଠକ ଡାକିବା ବିଷୟରେ କହିଥିଲେ। ଷ୍ଟାଲିନ ଭୟ କରିଥିଲେ ଯେ ଏହି ସୀମା ର୍ନିଦ୍ଧାରଣ ଦକ୍ଷିଣ ରାଜ୍ୟଗୁଡ଼ିକର ସ୍ବାର୍ଥରେ ହେବ ନାହିଁ, ଯେଉଁମାନେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିଛନ୍ତି। ରିପୋର୍ଟ ଅନୁସାରେ, ସୀମା ର୍ନିଦ୍ଧାରଣ ପରେ ତାମିଲନାଡୁର ଲୋକ ସଭା ଆସନ ୩୯ ରୁ ୩୧ କୁ ହ୍ରାସ ପାଇପାରେ।

୨୦୨୬ ଜନଗଣନା ପରେ ସୀମା ର୍ନିଦ୍ଧାରଣ ହେବ
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୬ରେ ଜନଗଣନା ପରେ ହିଁ ସୀମା ର୍ନିଦ୍ଧାରଣ କରାଯାଇପାରିବ। 2026ରେ ଉପଲବ୍ଧ ସର୍ବଶେଷ ଜନଗଣନା ତଥ୍ୟ ସାରା ଦେଶରେ ସୀମା ର୍ନିଦ୍ଧାରଣ ପାଇଁ ବ୍ୟବହାର କରାଯିବ। ଏଥିପାଇଁ, ଯେଉଁ ସୀମା ର୍ନିଦ୍ଧାରଣ କମିଶନ ଗଠନ କରାଯିବ, ସେଥିରେ ସମସ୍ତ ଦଳର ପ୍ରତିନିଧି ରହିବେ ଯାହା ଦ୍ୱାରା ସେମାନେ ସେମାନଙ୍କର ମତାମତ ଉପସ୍ଥାପନ କରିପାରିବେ। ଏହା ସମ୍ଭବତଃ ୨୦୨୯ ଲୋକ ସଭା ର୍ନିବାଚନ ପାଇଁ ଆଧାର ଗଠନ କରିବ।

ଷ୍ଟାଲିନ ସୀମା ର୍ନିଦ୍ଧାରଣକୁ ଦକ୍ଷିଣ ରାଜ୍ୟଗୁଡ଼ିକର ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବାକୁ ଅନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକୁ ଏକଜୁଟ ହେବାକୁ କହିଛନ୍ତି। BRS ଏବଂ କଂଗ୍ରେସ ମଧ୍ୟ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। ଏହି ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ କାରଣ ଉତ୍ତର ପ୍ରଦେଶ ଏବଂ ବିହାର ଭଳି ଉତ୍ତର ରାଜ୍ୟଗୁଡ଼ିକରେ ଗତ କିଛି ଦଶନ୍ଧି ମଧ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଛି ଏବଂ ସେମାନଙ୍କର ଲୋକ ସଭା ଆସନ ସଂଖ୍ୟା ବର୍ତ୍ତମାନର ଯଥାକ୍ରମେ ୮୦ ଏବଂ ୪୦ରୁ ଯଥେଷ୍ଟ ବୃଦ୍ଧି ପାଇପାରେ।

ଏମକେ ଷ୍ଟାଲିନ କହିଛନ୍ତି ଯେ ତାମିଲନାଡୁର ଆସନ ସଂଖ୍ୟା ହ୍ରାସ କରିବା ତାମିଲନାଡୁର ଅଧିକାର ଉଲ୍ଲଂଘନ ସହିତ ସମାନ ଏବଂ ଏହା କେବଳ ରାଜ୍ୟକୁ ନୁହେଁ ବରଂ ସମଗ୍ର ଦକ୍ଷିଣ ଭାରତକୁ ପ୍ରଭାବିତ କରେ। ସେ ଏହି ପଦକ୍ଷେପକୁ ବିରୋଧ କରିବା ପାଇଁ ଦକ୍ଷିଣର ବିଭିନ୍ନ ରାଜନୈତିକ ଦଳକୁ ଚିଠି ମଧ୍ୟ ଲେଖିଛନ୍ତି।

Delimitation କ’ଣ?
Delimitation ପ୍ରକ୍ରିୟାର ଲକ୍ଷ୍ୟ ହେଉଛି ସମସ୍ତ ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ପାଇଁ ଆସନ ସଂଖ୍ୟା ଏବଂ କ୍ଷେତ୍ରୀୟ ସୀମା ସ୍ଥିର କରିବା। ଅନୁରୂପ ଭାବରେ SC-ST ସଂରକ୍ଷିତ ଆସନ ମଧ୍ୟ ର୍ନିଣ୍ଣୟ କରାଯାଏ। ଶେଷ ସୀମା ର୍ନିଦ୍ଧାରଣ କମିଶନ ୨୦୦୨ ମସିହାରେ ଗଠନ କରାଯାଇଥିଲା, ଯେତେବେଳେ ଶେଷ ସୀମା ର୍ନିଦ୍ଧାରଣ କାର୍ଯ୍ୟ ୧୯୭୬ ମସିହାରେ ସମାପ୍ତ ହୋଇଥିଲା। ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଆଧାରରେ ଲୋକ ସଭାରେ ଆସନ ବଣ୍ଟନର ସୂତ୍ର ଦ୍ୱାରା ସୀମା ର୍ନିଦ୍ଧାରଣ ର୍ନିଣ୍ଣୟ କରାଯାଏ। ତେଣୁ, ଜନସଂଖ୍ୟା ପରିବର୍ତ୍ତନ ଅନୁସାରେ ଆସନ ନିର୍ଦ୍ଧାରଣ କରାଯିବ।

ଭାରତୀୟ ସମ୍ବିଧାନର ଧାରା ୮୧ରେ କୁହାଯାଇଛି ଯେ ଲୋକ ସଭାରେ ଆସନ ବିଭିନ୍ନ ରାଜ୍ୟ ମଧ୍ୟରେ ଏପରି ଭାବରେ ବଣ୍ଟନ କରାଯିବା ଉଚିତ ଯେ ସେହି ସଂଖ୍ୟା ଏବଂ ରାଜ୍ୟର ଜନସଂଖ୍ୟା ମଧ୍ୟରେ ଅନୁପାତ, ଯଥାସମ୍ଭବ, ସମସ୍ତ ରାଜ୍ୟ ପାଇଁ ସମାନ ହେବ।

Delimitation ବିଷୟରେ ସମ୍ବିଧାନ କ’ଣ କୁହେ?
ପ୍ରତ୍ୟେକ ରାଜ୍ୟର ଆଞ୍ଚଳିକ ର୍ନିବାଚନମଣ୍ଡଳୀ ସମ୍ପର୍କରେ, ସମ୍ବିଧାନରେ କୁହାଯାଇଛି ଯେ ପ୍ରତ୍ୟେକ ର୍ନିବାଚନମଣ୍ଡଳୀର ଜନସଂଖ୍ୟା ଏବଂ ଏହାକୁ ଆବଣ୍ଟିତ ଆସନ ସଂଖ୍ୟା ମଧ୍ୟରେ ଅନୁପାତ, ଯଥାସମ୍ଭବ, ସମଗ୍ର ରାଜ୍ୟରେ ସମାନ ହେବ”।

କିନ୍ତୁ ଜନସଂଖ୍ୟା ପରିବର୍ତ୍ତନ ହେଉଥାଏ ଏବଂ ତେଣୁ ବିଭିନ୍ନ ବିଧାନସଭା ଏବଂ ର୍ନିବାଚିତ ସଂସ୍ଥାଗୁଡ଼ିକୁ ଆସନ ବଣ୍ଟନ ସମୟ ସମୟରେ ସମୀକ୍ଷା ଏବଂ ସଜାଡ଼ିବାକୁ ପଡିବ। ଏହା ହେଉଛି ସୀମା ର୍ନିଦ୍ଧାରଣର କାର୍ଯ୍ୟ, ଯାହା ଭାରତରେ ସୀମା ର୍ନିଦ୍ଧାରଣ କମିଶନ ଦ୍ୱାରା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?