ରଶ୍ମି ‘ନାଗିନ-୪’ର ଶୁଟିଂରେ ବ୍ୟସ୍ତ

ମୁମ୍ବାଇ: ଟେଲି ଜଗତରେ ରଶ୍ମି ଦେଶାଇ ଜଣେ ସଫଳ ଅଭିନେତ୍ରୀ। ତେବେ ରଶ୍ମୀଙ୍କ ଡ୍ୟାନ୍ସର ସମସ୍ତେ ଦିଓ୍ବାନା। ‘ନଚ୍‌ ବଲିୟେ’ ସୋ’ରେ ସେ ଜଣେ ଷ୍ଟ୍ରଙ୍ଗ୍‌ କଣ୍ଟେଷ୍ଟାଣ୍ଟ ଥିଲେ। କରୋନା ପାଇଁ ସବୁ ଶୁଟିଂ ବନ୍ଦ ଥିଲା। ଦେଶ ଅନ୍‌ଲକ୍‌ ହେବାପରେ ଜୁଲାଇ ମାସରୁ ଶୁଟିଂ ଆରମ୍ଭ ହୋଇଛି। ସେଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସେ ଖୁସିରେ ତାଙ୍କର ବିଭନ୍ନ ପୋଜ୍‌ର ଫଟୋ ସହ ଭିଡିଓ ମଧ୍ୟ କରି ଶୁଟିଂ ସେଟ୍‌ରୁ ହି ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ରଶ୍ମି ବର୍ତ୍ତମାନ ‘ନାଗୀନ-୪’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାର ଫିନାଲେ ଜବରଦସ୍ତ ହୋଇଛି ବୋଲି ସେ କହିଛନ୍ତି। ନିକଟରେ ସେ ଶୁଟିଂ ଲୋକେଶନରୁ ନିଜର ଏକ ଭିଡିଓ ଶେୟାର କରିଥିଲେ। ଯେଉଁ ଭିଡିଓରେ ସେ ଦେଶୀ ଗର୍ଲ ଷ୍ଟାଇଲ୍‌ରୁ ସଙ୍ଗେ ସଙ୍ଗେ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ନଜର୍‌ ଆସିଥିଲେ। ତାଙ୍କର ଏହି ଟ୍ରାନ୍ସଫର୍ମେଶନ ଭିଡିଓକୁ ଫ୍ୟାନ୍‌ମାନେ ବେଶ୍‌ ଲାଇକ୍‌ କରିଛନ୍ତି। ଏହି ଭିଡିଓକୁ ରଶ୍ମି ତାଙ୍କ ଭ୍ୟାନିଟି ଭ୍ୟାନ୍‌ରୁ ଶୁୁଟ୍‌ କରି ଶେୟାର କରିଛନ୍ତି। ଦୁଇଟି ଯାକ ଗେଟ୍‌ଅପ୍‌ରେ ସେ ସୁନ୍ଦର ଦେଖାଯାଉଛନ୍ତି ବୋଲି ଫ୍ୟାନ୍‌ମାନେ କମେଣ୍ଟ କରିଛନ୍ତି। ରଶ୍ମି ତାଙ୍କ ରିଲ୍‌ ଲାଇଫ୍‌ରେ ବେଶ୍‌ ସଫଳ ହୋଇଥିବାବେଳେ ରିୟଲ ଲାଇଫ୍‌ରେ ତାଙ୍କ ବୈବାହିକ ଜୀବନ ବିଫଳ ହୋଇଛି। ରଶ୍ମୀଙ୍କୁ ‘ଉତ୍ତରନ’ ସିରିୟଲରୁ ସମସ୍ତେ ଚିହ୍ନିଥିଲେ। ତପସ୍ୟା ଚରିତ୍ରଟି ଦର୍ଶକଙ୍କୁ ବେଶ୍‌ ପ୍ରଭାବ ପକାଇଥିଲା। ସେ ଏହି ସିରିୟଲରୁ ତାଙ୍କ କୋ-ଆକ୍ଟର ନନ୍ଦୀଶ ଶାନ୍ଧୁଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ। କିନ୍ତୁ ୨ଜଣଙ୍କ ମଧ୍ୟରେ ମତାନ୍ତର ହେବାରୁ ୨୦୧୫ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କ ସହ ବିବାହକୁ ନେଇ ଏମିତି କହିଲେ ଆଲିଆ

ବଲିଉଡ୍‌ର ଚର୍ଚ୍ଚିତ ଖବର ମଧ୍ୟରେ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟଙ୍କ ବିବାହ। ଉଭୟଙ୍କ ବିବାହକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି। ଗତ ୨...

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର...

ବିଜ୍ଞାପନ କରି ବିବାଦକୁ ଆସିଥିଲେ ନୀଳନୟନା, ପୂରାଘଟଣା ଜାଣିଲେ

ବଲିଉଡ ତାରକାମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି ଜଣାଶୁଣା, ସେମାନେ ବିଜ୍ଞାପନ ପାଇ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ଫିଲ୍ମ ଜଗତରେ ଅନେକ ବଲିଉଡ...

ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା...

ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ

ବଲିଉଡ୍‌ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ...

ଚର୍ଚ୍ଚା: ମା’ ହେବାକୁ ଯାଉଛନ୍ତି ପ୍ରିୟଙ୍କା !

ମୁମ୍ବାଇ: ଜଣେ ବଲିଉଡ୍‌ କଳାକାର ଭାବେ ହଲିଉଡ୍‌ରେ ବେଶ୍‌ ନା କମାଇଛନ୍ତି ପ୍ରିୟଙ୍କା ଚୋପ୍ରା। ପିସିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ହେଉଥିବା ବେଳେ...

କାର୍ତ୍ତିକଙ୍କୁ ମନେ ପକାଉଛନ୍ତି ସୈଫ୍‌ ଲଳନା ସାରା, ରଣବୀର କହିଲେ ‘କିଏ ଭେଟାଇଥିଲା ଭୁଲିବ ନାହିଁ’

ମୁମ୍ବାଇ: ସୈଫ ଲଳନା ସାରା ଓ ଅଭିନେତା କାର୍ତ୍ତିକ୍‌ ଆର୍ୟନ ପରସ୍ପରକୁ ମନେ ପକାଉଛନ୍ତି। ଭାବୁଥିବେ କ’ଣ ପାଇଁ। ତେବେ କଥାଟି ହେଲା ନିକଟରେ ଉଭୟ...

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ...

Advertisement
Archives

Model This Week