ରଶ୍ମି ‘ନାଗିନ-୪’ର ଶୁଟିଂରେ ବ୍ୟସ୍ତ

ମୁମ୍ବାଇ: ଟେଲି ଜଗତରେ ରଶ୍ମି ଦେଶାଇ ଜଣେ ସଫଳ ଅଭିନେତ୍ରୀ। ତେବେ ରଶ୍ମୀଙ୍କ ଡ୍ୟାନ୍ସର ସମସ୍ତେ ଦିଓ୍ବାନା। ‘ନଚ୍‌ ବଲିୟେ’ ସୋ’ରେ ସେ ଜଣେ ଷ୍ଟ୍ରଙ୍ଗ୍‌ କଣ୍ଟେଷ୍ଟାଣ୍ଟ ଥିଲେ। କରୋନା ପାଇଁ ସବୁ ଶୁଟିଂ ବନ୍ଦ ଥିଲା। ଦେଶ ଅନ୍‌ଲକ୍‌ ହେବାପରେ ଜୁଲାଇ ମାସରୁ ଶୁଟିଂ ଆରମ୍ଭ ହୋଇଛି। ସେଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସେ ଖୁସିରେ ତାଙ୍କର ବିଭନ୍ନ ପୋଜ୍‌ର ଫଟୋ ସହ ଭିଡିଓ ମଧ୍ୟ କରି ଶୁଟିଂ ସେଟ୍‌ରୁ ହି ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ରଶ୍ମି ବର୍ତ୍ତମାନ ‘ନାଗୀନ-୪’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାର ଫିନାଲେ ଜବରଦସ୍ତ ହୋଇଛି ବୋଲି ସେ କହିଛନ୍ତି। ନିକଟରେ ସେ ଶୁଟିଂ ଲୋକେଶନରୁ ନିଜର ଏକ ଭିଡିଓ ଶେୟାର କରିଥିଲେ। ଯେଉଁ ଭିଡିଓରେ ସେ ଦେଶୀ ଗର୍ଲ ଷ୍ଟାଇଲ୍‌ରୁ ସଙ୍ଗେ ସଙ୍ଗେ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ନଜର୍‌ ଆସିଥିଲେ। ତାଙ୍କର ଏହି ଟ୍ରାନ୍ସଫର୍ମେଶନ ଭିଡିଓକୁ ଫ୍ୟାନ୍‌ମାନେ ବେଶ୍‌ ଲାଇକ୍‌ କରିଛନ୍ତି। ଏହି ଭିଡିଓକୁ ରଶ୍ମି ତାଙ୍କ ଭ୍ୟାନିଟି ଭ୍ୟାନ୍‌ରୁ ଶୁୁଟ୍‌ କରି ଶେୟାର କରିଛନ୍ତି। ଦୁଇଟି ଯାକ ଗେଟ୍‌ଅପ୍‌ରେ ସେ ସୁନ୍ଦର ଦେଖାଯାଉଛନ୍ତି ବୋଲି ଫ୍ୟାନ୍‌ମାନେ କମେଣ୍ଟ କରିଛନ୍ତି। ରଶ୍ମି ତାଙ୍କ ରିଲ୍‌ ଲାଇଫ୍‌ରେ ବେଶ୍‌ ସଫଳ ହୋଇଥିବାବେଳେ ରିୟଲ ଲାଇଫ୍‌ରେ ତାଙ୍କ ବୈବାହିକ ଜୀବନ ବିଫଳ ହୋଇଛି। ରଶ୍ମୀଙ୍କୁ ‘ଉତ୍ତରନ’ ସିରିୟଲରୁ ସମସ୍ତେ ଚିହ୍ନିଥିଲେ। ତପସ୍ୟା ଚରିତ୍ରଟି ଦର୍ଶକଙ୍କୁ ବେଶ୍‌ ପ୍ରଭାବ ପକାଇଥିଲା। ସେ ଏହି ସିରିୟଲରୁ ତାଙ୍କ କୋ-ଆକ୍ଟର ନନ୍ଦୀଶ ଶାନ୍ଧୁଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ। କିନ୍ତୁ ୨ଜଣଙ୍କ ମଧ୍ୟରେ ମତାନ୍ତର ହେବାରୁ ୨୦୧୫ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri