ପିମ୍ପୁଡ଼ିଠାରେ ବିରଳ ଖଣିଜ

ନୂଆଦିଲ୍ଲୀ: ବିଚିତ୍ରମୟ ଜୀବଜଗତ। ଏଠାରେ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ଖାଦ୍ୟ ଏବଂ ଖାଦକଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା ଖେଳରେ ଜୀବନ ବଞ୍ଚାଇବାକୁ ପ୍ରକୃତି ସମସ୍ତଙ୍କୁ ସ୍ବତନ୍ତ୍ର କ୍ଷମତା ଦେଇଛି। ହାତୀ ଭଳି ବିଶାଳକାୟ ପ୍ରାଣୀ ଅମାପ ଶକ୍ତିର ଅଧିକାରୀ ହୋଇଥିବାବେଳେ ଆକାରରେ କ୍ଷୁଦ୍ର କୀଟ ନିକଟରେ ରହିଛି ହାତୀକୁ ମାରିବାର କ୍ଷମତା। ସେହିପରି ଏକ ପ୍ରଜାତିର ପିମ୍ପୁଡ଼ି ଶରୀରରେ ବୈଜ୍ଞାନିକମାନେ ବିରଳ ଖଣିଜ ଖୋଜି ପାଇଛନ୍ତି। ଯଦିଓ ଏହି ଖଣିଜ କବଚ ଆକାରରେ ସେମାନଙ୍କୁ ଶତ୍ରୁ କବଳରୁ ସୁରକ୍ଷା ଦିଏ, ତଥାପି ପ୍ରାକୃତିକ ଉପାୟରେ ଏହା ସୃଷ୍ଟି ହେଉଥିବାରୁ ଏହାର ମାତ୍ରା ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ବିବିଧତାରେ ଭରା ପ୍ରାଣୀଜଗତରେ ପ୍ରତି ଜୀବ କେତେକ ସ୍ବତନ୍ତ୍ର କ୍ଷମତାର ଅଧିକାରୀ। ଶିକାରୀ ପ୍ରାଣୀଙ୍କ ନଜରରୁ ନିଜକୁ ବଞ୍ଚାଇବା ଲାଗି କ୍ଷୁଦ୍ର ଜୀବଙ୍କ ନିକଟରେ ବିଶେଷ ଦକ୍ଷତା ଥାଏ, ଯାହା ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବାରେ ସହାୟକ ହୋଇଥାଏ। ବୈଜ୍ଞାନିକମାନେ ପତ୍ର ଖାଉଥିବା ଏକ ପିମ୍ପୁଡ଼ି ନିକଟରେ ଭିନ୍ନ ଧରଣର ଏକ ଜୈବିକ ଖଣିଜରେ ତିଆରି କବଚ ଖୋଜି ବାହାର କରିଛନ୍ତି, ଯାହା ବିରଳ କ୍ୟାଲସିୟମ ସିଲିସାଇଟ୍‌ରେ ନିର୍ମିତ। ସାଧାରଣତଃ ଏଭଳି କବଚ ସାମୁଦ୍ରିକ କଙ୍କଡ଼ା ଭଳି ଜୀବଙ୍କ ନିକଟରେ ଦେଖାଯାଇଥାଏ, ଯାହା ଶତ୍ରୁ କବଳରୁ ସୁରକ୍ଷା ଦିଏ। ହେଲେ ସ୍ଥଳ ଭାଗରେ ବସବାସ କରୁଥିବା କୀଟପତଙ୍ଗ ନିକଟରେ ଏଭଳି କବଚ ସାଧାରଣତଃ ଦୃଷ୍ଟିଗୋଚର ହୋଇ ନ ଥାଏ। ପୃଥିବୀ ପୃଷ୍ଠରେ କ୍ୟାଲସିୟମ ସିଲିସାଇଟ୍‌ ଜୈବିକ ଖଣିଜ ଅତି ସ୍ବଳ୍ପ ପରିମାଣରେ ରହିଛି। ଚୂନପଥର ଖଣି ଏହାର ମୁଖ୍ୟ ସ୍ରୋତ। ଏଭଳି ପିମ୍ପୁଡ଼ିଙ୍କ ଦେହରେ ଏହି ଖଣିଜ ସ୍ବତଃ ସୃଷ୍ଟି ହେବା ନିଶ୍ଚିତ ଭାବେ ଶୁଭସଙ୍କେତ ବୋଲି ଅଧ୍ୟୟନର ପ୍ରମୁଖ ଲେଖକ ହୋଙ୍ଗଜୀ ଲି ସୂଚନା ଦେଇଛନ୍ତି।

ଏକ ପ୍ରକାର ଆଣ୍ଟିବାୟୋଟିକ୍‌ ସୃଷ୍ଟିକାରୀ ବ୍ୟାକ୍ଟେରିଆ ସମ୍ପର୍କରେ ଗବେଷଣା କରିବା ସମୟରେ ପିମ୍ପୁଡ଼ିକୁ ନେଇ କେତେକ ରୋଚକତଥ୍ୟ ପଦାକୁ ଆସିଛି। ଏଭଳି ଉପକାରୀ ବ୍ୟାକ୍ଟେରିଆ ଫିମ୍ପି ସୃଷ୍ଟିକାରୀ ହାନିକାରକ ପିମ୍ପୁଡ଼ିଠାରୁ ଫସଲକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଓ୍ବିସ୍‌କନସିନ୍‌ ୟୁନିଭର୍ସିଟିର ପ୍ରଫେସର ତଥା ଅଧ୍ୟୟନର ସହଲେଖକ କ୍ୟାମରନ୍‌ କ୍ୟୁରି କହିଛନ୍ତି, ପିମ୍ପୁଡ଼ି ମେଳରେ ବଡ଼ ଓ୍ବାର୍କର ଥାଆନ୍ତି। ସେମାନଙ୍କୁ ମେଜର କୁହାଯାଏ। ସେମାନଙ୍କ ଶରୀରରେ ଦାନା ଦାନା ହୋଇ ଧଳା ରଙ୍ଗର ଆବରଣ ଦେଖାଯାଏ। ପିମ୍ପୁଡ଼ିମାନେ ପରିପକ୍ୱ ହେବା ପରେ ସ୍ବତଃ ଏହି ଖଣିଜ ସେମାନଙ୍କ ଶରୀରରେ ସୃଷ୍ଟି ହୋଇଥାଏ। ବୟସ ବଢ଼ିବା ସହିତ ଏହା କଠିନ ହୋଇଯାଏ ଏବଂ ପୂରା ଶରୀରକୁ ଆଚ୍ଛାଦନ କରିଦିଏ।
ଫିମ୍ପି ତିଆରି କରୁଥିବା ଅନ୍ୟ ଏକ ପିମ୍ପୁଡ଼ି ପ୍ରଜାତି ହେଲା ଆଟା ସେଫେଲୋଟସ୍‌। ଏମାନେ ମେଜର ବା ଓ୍ବାର୍କର ପିମ୍ପୁଡ଼ି ଦଳକୁ ଆକ୍ରମଣ କରି ଖଣ୍ଡ ବିଖଣ୍ଡିତ କରିଦିଅନ୍ତି। ହେଲେ କବଚ ଧାରଣ କରିବା ପରେ ଓ୍ବାର୍କର ପିମ୍ପୁଡ଼ି ହାରିଯାଇଥିବା ବାଜି ଜିତିଯାଇଥାନ୍ତି। ଏହି କବଚ କେବଳ ସୁରକ୍ଷା ଦିଏନାହିଁ, ରୋଗ ସଂକ୍ରମଣରୁ ମଧ୍ୟ ବଞ୍ଚାଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri