ପିମ୍ପୁଡ଼ିଠାରେ ବିରଳ ଖଣିଜ

ନୂଆଦିଲ୍ଲୀ: ବିଚିତ୍ରମୟ ଜୀବଜଗତ। ଏଠାରେ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ଖାଦ୍ୟ ଏବଂ ଖାଦକଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା ଖେଳରେ ଜୀବନ ବଞ୍ଚାଇବାକୁ ପ୍ରକୃତି ସମସ୍ତଙ୍କୁ ସ୍ବତନ୍ତ୍ର କ୍ଷମତା ଦେଇଛି। ହାତୀ ଭଳି ବିଶାଳକାୟ ପ୍ରାଣୀ ଅମାପ ଶକ୍ତିର ଅଧିକାରୀ ହୋଇଥିବାବେଳେ ଆକାରରେ କ୍ଷୁଦ୍ର କୀଟ ନିକଟରେ ରହିଛି ହାତୀକୁ ମାରିବାର କ୍ଷମତା। ସେହିପରି ଏକ ପ୍ରଜାତିର ପିମ୍ପୁଡ଼ି ଶରୀରରେ ବୈଜ୍ଞାନିକମାନେ ବିରଳ ଖଣିଜ ଖୋଜି ପାଇଛନ୍ତି। ଯଦିଓ ଏହି ଖଣିଜ କବଚ ଆକାରରେ ସେମାନଙ୍କୁ ଶତ୍ରୁ କବଳରୁ ସୁରକ୍ଷା ଦିଏ, ତଥାପି ପ୍ରାକୃତିକ ଉପାୟରେ ଏହା ସୃଷ୍ଟି ହେଉଥିବାରୁ ଏହାର ମାତ୍ରା ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ବିବିଧତାରେ ଭରା ପ୍ରାଣୀଜଗତରେ ପ୍ରତି ଜୀବ କେତେକ ସ୍ବତନ୍ତ୍ର କ୍ଷମତାର ଅଧିକାରୀ। ଶିକାରୀ ପ୍ରାଣୀଙ୍କ ନଜରରୁ ନିଜକୁ ବଞ୍ଚାଇବା ଲାଗି କ୍ଷୁଦ୍ର ଜୀବଙ୍କ ନିକଟରେ ବିଶେଷ ଦକ୍ଷତା ଥାଏ, ଯାହା ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବାରେ ସହାୟକ ହୋଇଥାଏ। ବୈଜ୍ଞାନିକମାନେ ପତ୍ର ଖାଉଥିବା ଏକ ପିମ୍ପୁଡ଼ି ନିକଟରେ ଭିନ୍ନ ଧରଣର ଏକ ଜୈବିକ ଖଣିଜରେ ତିଆରି କବଚ ଖୋଜି ବାହାର କରିଛନ୍ତି, ଯାହା ବିରଳ କ୍ୟାଲସିୟମ ସିଲିସାଇଟ୍‌ରେ ନିର୍ମିତ। ସାଧାରଣତଃ ଏଭଳି କବଚ ସାମୁଦ୍ରିକ କଙ୍କଡ଼ା ଭଳି ଜୀବଙ୍କ ନିକଟରେ ଦେଖାଯାଇଥାଏ, ଯାହା ଶତ୍ରୁ କବଳରୁ ସୁରକ୍ଷା ଦିଏ। ହେଲେ ସ୍ଥଳ ଭାଗରେ ବସବାସ କରୁଥିବା କୀଟପତଙ୍ଗ ନିକଟରେ ଏଭଳି କବଚ ସାଧାରଣତଃ ଦୃଷ୍ଟିଗୋଚର ହୋଇ ନ ଥାଏ। ପୃଥିବୀ ପୃଷ୍ଠରେ କ୍ୟାଲସିୟମ ସିଲିସାଇଟ୍‌ ଜୈବିକ ଖଣିଜ ଅତି ସ୍ବଳ୍ପ ପରିମାଣରେ ରହିଛି। ଚୂନପଥର ଖଣି ଏହାର ମୁଖ୍ୟ ସ୍ରୋତ। ଏଭଳି ପିମ୍ପୁଡ଼ିଙ୍କ ଦେହରେ ଏହି ଖଣିଜ ସ୍ବତଃ ସୃଷ୍ଟି ହେବା ନିଶ୍ଚିତ ଭାବେ ଶୁଭସଙ୍କେତ ବୋଲି ଅଧ୍ୟୟନର ପ୍ରମୁଖ ଲେଖକ ହୋଙ୍ଗଜୀ ଲି ସୂଚନା ଦେଇଛନ୍ତି।

ଏକ ପ୍ରକାର ଆଣ୍ଟିବାୟୋଟିକ୍‌ ସୃଷ୍ଟିକାରୀ ବ୍ୟାକ୍ଟେରିଆ ସମ୍ପର୍କରେ ଗବେଷଣା କରିବା ସମୟରେ ପିମ୍ପୁଡ଼ିକୁ ନେଇ କେତେକ ରୋଚକତଥ୍ୟ ପଦାକୁ ଆସିଛି। ଏଭଳି ଉପକାରୀ ବ୍ୟାକ୍ଟେରିଆ ଫିମ୍ପି ସୃଷ୍ଟିକାରୀ ହାନିକାରକ ପିମ୍ପୁଡ଼ିଠାରୁ ଫସଲକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଓ୍ବିସ୍‌କନସିନ୍‌ ୟୁନିଭର୍ସିଟିର ପ୍ରଫେସର ତଥା ଅଧ୍ୟୟନର ସହଲେଖକ କ୍ୟାମରନ୍‌ କ୍ୟୁରି କହିଛନ୍ତି, ପିମ୍ପୁଡ଼ି ମେଳରେ ବଡ଼ ଓ୍ବାର୍କର ଥାଆନ୍ତି। ସେମାନଙ୍କୁ ମେଜର କୁହାଯାଏ। ସେମାନଙ୍କ ଶରୀରରେ ଦାନା ଦାନା ହୋଇ ଧଳା ରଙ୍ଗର ଆବରଣ ଦେଖାଯାଏ। ପିମ୍ପୁଡ଼ିମାନେ ପରିପକ୍ୱ ହେବା ପରେ ସ୍ବତଃ ଏହି ଖଣିଜ ସେମାନଙ୍କ ଶରୀରରେ ସୃଷ୍ଟି ହୋଇଥାଏ। ବୟସ ବଢ଼ିବା ସହିତ ଏହା କଠିନ ହୋଇଯାଏ ଏବଂ ପୂରା ଶରୀରକୁ ଆଚ୍ଛାଦନ କରିଦିଏ।
ଫିମ୍ପି ତିଆରି କରୁଥିବା ଅନ୍ୟ ଏକ ପିମ୍ପୁଡ଼ି ପ୍ରଜାତି ହେଲା ଆଟା ସେଫେଲୋଟସ୍‌। ଏମାନେ ମେଜର ବା ଓ୍ବାର୍କର ପିମ୍ପୁଡ଼ି ଦଳକୁ ଆକ୍ରମଣ କରି ଖଣ୍ଡ ବିଖଣ୍ଡିତ କରିଦିଅନ୍ତି। ହେଲେ କବଚ ଧାରଣ କରିବା ପରେ ଓ୍ବାର୍କର ପିମ୍ପୁଡ଼ି ହାରିଯାଇଥିବା ବାଜି ଜିତିଯାଇଥାନ୍ତି। ଏହି କବଚ କେବଳ ସୁରକ୍ଷା ଦିଏନାହିଁ, ରୋଗ ସଂକ୍ରମଣରୁ ମଧ୍ୟ ବଞ୍ଚାଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri