ବିବାହ ବନ୍ଧନରେ ବାନ୍ଧିହେଲେ ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ

ଦେବଗଡ଼,୯ା୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ। ପରିବାର ଲୋକ ଏବଂ ଜ୍ଞାତିପରିଜନଙ୍କ ସମ୍ମୁଖରେ ସାତଜନ୍ମ ପାଇଁ ଜୀବନସାଥୀ ଭାବେ ଉଭୟେ ଉଭୟଙ୍କୁ ଆପଣାଇ ନେଇଛନ୍ତି। ତେବେ ନବ ବିବାହିତ ଯୁବକ ବିଚାରାଧୀନ ବନ୍ଦୀ ଭାବେ ପୁଣିଥରେ ଜେଲ ହାଜତକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନବ ବିବାହିତା ଯୁବତୀ ମଧ୍ୟ ଫେରି ଯାଇଛନ୍ତି ବାପଘରକୁ। ଅପେକ୍ଷା କରିଛନ୍ତି ସ୍ବାମୀଙ୍କର ଫେରିବା ବାଟକୁ । ଏଭଳି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲାରେ।

ସୂଚନାନୁଯାୟୀ, ଦେବଗଡ଼ ଥାନା କରଡ଼ାପାଳ ଗ୍ରାମର ଗୁରୁଚରଣ ବାଙ୍କିରା ନାମକ ଜଣେ ଯୁବକ ନିକଟସ୍ଥ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ନିକଟସ୍ଥ କରଡ଼ାପାଳ ଗ୍ରାମର ଗୁରୁଚରଣ ବାଙ୍କିରା ଗିରଫ ହୋଇଥିଲେ। ଦେବଗଡ଼ ଆଦର୍ଶ ଥାନା ପୋଲିସ ତାଙ୍କୁ ବଳାତ୍କାର ଏବଂ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିବା ବେଳେ ୨୦୨୨ ମେ’ ୩ଠାରୁ ସେ (ଗୁରୁଚରଣ) ବିଚାରାଧୀନ ବନ୍ଦୀ ଭାବେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରରେ କାଳ କାଟୁଥିଲେ। ତେବେ ପୀଡିତାଙ୍କୁ ୧୮ ବର୍ଷ ହେବା ପରେ  ଅଭିଯୁକ୍ତ ଓ ପୀଡ଼ିତା ଉଭୟେ ଉଭୟଙ୍କୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି କ୍ରମରେ ଉଭୟେ (ଅଭିଯୁକ୍ତ ଓ ପୀଡ଼ିତା ) ବିବାହ ପାଇଁ ମିଳିତ ଭାବେ ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। ଅଭିଯୁକ୍ତ ଗୁରୁଚରଣଙ୍କ ଓକିଲ ମଧ୍ୟ ଏଥିପାଇଁ ଅନୁମତି ଦେବାକୁ ମାନ୍ୟବର ଅଦାଲତରେ ଲିଖିତ ଆବେଦନ କରିଥିଲେ। ମାନ୍ୟବର ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହ ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିବାହ ନିମନ୍ତେ ତାରିଖ ଧାର୍ଯ୍ୟ କରିବା ସହ ଅଭିଯୁକ୍ତଙ୍କୁ ସେଠାରେ ହାଜର କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ଅନୁଯାୟୀ, ଗୁରୁବାର ପୂର୍ବାହ୍ନରେ ଜେଲ୍‌ କର୍ତ୍ତୃପକ୍ଷ ଅଭିଯୁକ୍ତ ଗୁରୁଚରଣଙ୍କୁ ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହାଜର କରିଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ପୀଡିତାଙ୍କ ମା’, ଅଭିଯୁକ୍ତ ଗୁରୁଚରଣଙ୍କ ପିତା ଓ ଉଭୟଙ୍କ ଜ୍ଞାତିପରିଜନ,ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ସବ୍‌ଆସିଷ୍ଟାଣ୍ଟ ଜେଲର ପୀତବାସ ହୋତା, ଅଭିଯୁକ୍ତଙ୍କ ଓକିଲ ଦିଲ୍ଲୀପ କୁମାର ଗୁରୁ ଓ ସିଦ୍ଧେଶ୍ୱର ଗୁରୁ, ପୋଲିସ ଉପସ୍ଥିତିରେ ଉପନିବନ୍ଧକ ରୁବି ବେହେରା ଉଭୟଙ୍କୁ ଆଇନ ଅନୁଯାୟୀ ବିବାହ କରାଇଥିଲେ। ସେଠାରେ ଜିଲା ଉପନିବନ୍ଧକଙ୍କ ସମ୍ମୁଖରେ ଗୁରୁଚରଣ ଏବଂ ପୀଡ଼ିତା ଉଭୟେ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଏହି ଅବସରରେ ଅଭିଯୁକ୍ତ ଗୁରୁଚରଣ ପୀଡ଼ତାଙ୍କୁ ଶଙ୍ଖା ଓ ସିନ୍ଦୂର ପିନ୍ଧାଇ ବିଧିବଦ୍ଧ ଭାବେ ସ୍ତ୍ରୀର ମାନ୍ୟତା ଦେଇଥିଲେ ଓ ଉଭୟଙ୍କ ପରିବାର ଲୋକେ ମଧ୍ୟ ଖୁସିବ୍ୟକ୍ତ କରିଥିଲେ। ତେବେ ଉପରୋକ୍ତ ମାମଲା ଏବେ ମଧ୍ୟ ବିଚାରାଧୀନ ରହିଥିବାରୁ ନବ ବିବାହିତ ଗୁରୁଚରଣଙ୍କୁ ପୁଣି ଥରେ ଜେଲ ହାଜତକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri