ଟ୍ରକ୍‌ ‌ କଣ୍ଟେନରରେ ମହିଳାଙ୍କୁ ୨୧ ଦିନ ରଖି ବଳାତ୍କାର

ନୟାଗଡ଼ ଅଫିସ,୧୭।୪: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଖୁଲୁଡା ବଜାରରୁ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରାଯାଇ ଏକ ଟ୍ରକ୍‌ କଣ୍ଟେନରରେ ୨୧ ଦିନ ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କୁ ୪ ଥର ବଳାତ୍କାର କରାଯାଇଥିବା ନୟାଗଡ଼ ଜିଲା ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଅପହରଣକାରୀଙ୍କଠାରୁ କୌଶଳ କ୍ରମେ ଖସି ଆସିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଏନେଇ ଫତେଗଡ଼ ଥାନାରେ ଆଇପିସି ଦଫା ୩୬୩, ୩୬୫, ୩୭୬(୨), ୫୦୬, ୩୪ ଅନୁଯାୟୀ ଏକ ମାମଲା(ନଂ.୭୨/୨୧) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁସାରେ ପୀଡ଼ିତାଙ୍କ ଘର ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରେ। ସେ ଖୁଲୁଡ଼ା ବଜାରରେ ରହୁଥିଲେ। ଗତ ମାର୍ଚ୍ଚ ୨୪ରେ ସେ ଖୁଲୁଡ଼ା ବଜାରକୁ କିଛି କାଗଜପତ୍ର ଜେରକ୍ସ କରିବାକୁ ଯାଉଥିଲେ। ଏହି ସମୟରେ ଏକ ବୋଲେରୋରୁ ଜଣେ ବ୍ୟକ୍ତି କୁଲାଡ଼ ରାସ୍ତା କେଉଁଆଡ଼େ ପଚାରିଥିଲେ। ସେ ରାସ୍ତା କହିବା ପରେ ତାଙ୍କୁ ଅପହରଣ କରି ନେଇଥିଲେ। ଚେତା ଫେରିବା ପରେ ସେ ଜାଣିବାକୁ ପାଇଲେ ତାଙ୍କୁ ବଳାତ୍କାର କରାଯାଇଛି। ସେ ଏକ ବନ୍ଦ କଣ୍ଟେନର ଭିତରେ ଅଛନ୍ତି। ତାଙ୍କ ଦେହରେ ବସ୍ତ୍ର ନାହିଁ। କେବଳ ଓଡ଼ଣି ଘୋଡ଼ାଯାଇଛି। ହେଲେ ସେ ଖସି ପାରୁ ନ ଥିଲେ। ଗତ ୧୩ ତାରିଖ ରାତିରେ ବୋଲଗଡ଼ ଷ୍ଟେଶନ ନିକଟରେ କଣ୍ଟେନର ଥିବାବେଳେ କବାଟ ଖୋଲାଥିଲା। ପୀଡ଼ିତା ରାତିରେ ଖସି ଆସି ଫତେଗଡ଼ ଥାନା ଅଧୀନ ଜଗନ୍ନାଥପ୍ରସାଦ ଗଁାରେ ପହଞ୍ଚିଥିଲେ । ସେଠାରେ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହଯୋଗରେ ଜଗନ୍ନାଥପ୍ରସାଦ ଫାଣ୍ଡିରେ ଅଭିଯୋଗ କରିଥିଲେ। ସିଆରପିସି ଦଫା ୧୬୧ରେ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ପରିବାର ଲୋକ ତାଙ୍କୁ ନେଇଯାଇଛନ୍ତି। ଏନେଇ ତଦନ୍ତକାରୀ ଅଧିକାରୀ ଫତେଗଡ଼ ଥାନା ଆଇଆଇସି ଗିରିଜାନନ୍ଦନ ପଟ୍ଟନାୟକ କୁହନ୍ତି, ପୀଡ଼ିତାଙ୍କୁ ୩ରୁ ୪ଥର ବଳାତ୍କାର କରାଯାଇଛି। ଜଣେ ବ୍ୟକ୍ତି ଏପରି କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri