ମହିଳାଙ୍କୁ ବଳାତ୍କାର, ହତ୍ୟା

ମଙ୍ଗୁଳି/ଜଗତପୁର, ୯ା୨(ଡି.ଏନ୍‌.ଏ.):ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଛି। ମୃତା ଜଗତପୁର ଷ୍ଟେଶନ ବଜ଼ାର ଅଞ୍ଚଳର ବୋଲି ଜଣାପଡ଼ିଛି। ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ମାମଲା (ନଂ.୬୭/୨୩)ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ରାତି ଅନ୍ଧାର କାରଣରୁ ତଦନ୍ତ ସ୍ଥଗିତ ରହିଥିଲା। ବୁଧବାର ସକାଳୁ ସନ୍ଧାନୀକୁକୁର ଏବଂ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁ, ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟେ ଝାଡୁ, ଏକ ବାଲ୍ଟି ଓ ମଗ ଜବତ କରାଯିବା ସହ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଯାଇଛି।
ସୂଚନା ଅନୁଯାୟୀ, ମୃତା ମହିଳାଙ୍କ ସ୍ବାମୀ ସ୍ଥାନୀୟ ଏକ ଟ୍ରାନ୍ସପୋର୍ଟ ମାଲିକଙ୍କ ଟ୍ରକ୍‌ ଡ୍ରାଇଭର ଭାବେ କାମ କରନ୍ତି। ସେ ରବିବାର ଅପରାହ୍ନରେ ମାଲ୍‌ ଅନ୍‌ଲୋଡ଼ କରିବାକୁ ପାରାଦୀପ ଯାଇଥିଲେ। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଘରେ ପହଞ୍ଚତ୍ଲା ପରେ ସ୍ତ୍ରୀଙ୍କୁ ନ ପାଇ ଝିଅକୁ ମା’ କୁଆଡ଼େ ଯାଇଛି ବୋଲି ପଚାରିଥିଲେ। ମା’ ସାରୁ ବଜାରକୁ ଯାଇଥିଲା, ହେଲେ ଏଯାଏ ଫେରିନି ବୋଲି ଝିଅ କହିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସ୍ତ୍ରୀ ଘରକୁ ନ ଫେରିବାରୁ ସ୍ବାମୀ ଖୋଜିବାକୁ ବାହାରିଥିଲେ। ବହୁ ଖୋଜାଖୋଜି ପରେ ରାତି ପ୍ରାୟ ୧୧ଟା ବେଳକୁ କେହି ଜଣେ ମହିଳା ଏକ ପରିତ୍ୟକ୍ତ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବାବେଳକୁ ସ୍ତ୍ରୀଙ୍କୁ କେହି ଦୃର୍ବୃତ୍ତ ପିନ୍ଧା ଲୁଗାରେ ଗଳା ଚିପି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ଏପରି କି ମୃତଦେହ ନିର୍ବସ୍ତ୍ର ଅବସ୍ଥାରେ ପଡ଼ି ରହିଥିବାବେଳେ ତାଙ୍କ ଯୌନାଙ୍ଗରେ କେହି ଦୁର୍ବୃତ୍ତ ଏକ ଝାଡୁ ପୂରେଇ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇଥିବା ଦେଖିବାକୁ ପାଇଥିଲେ। ଏନେଇ ମହିଳାଙ୍କ ସ୍ବାମୀ ପୋଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଅପରପକ୍ଷେ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁଙ୍କ କହିବା ହେଲା ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କୁ ତାଙ୍କ ପିନ୍ଧିଥିବା ଲୁଗାରେ ହିଁ ଗଳା ଚିପି ହତ୍ୟା କରାଯାଇଥିତ୍ବା ଜଣାପଡ଼ିଛି। ଟ୍ରକ ଟର୍ମିନାଲକୁ ସବୁବେଳେ ଗାଡ଼ି ଆସୁଥିବାରୁ ସ୍ଥାନଟି ସବୁବେଳେ ଜନ ଗହଳିପୂର୍ଣ୍ଣ ଥାଏ। ଜଣେ ବ୍ୟକ୍ତି ଏଭଳି କାର୍ଯ୍ୟ କରିବା ଅସମ୍ଭବ। ଏହି ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବାପରେ ହତ୍ୟା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri