ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ୍‌,୭।୫: ଝାରସୁଗୁଡ଼ାରେ ପୁଣି ଲଜ୍ଜା । ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଗଣବଳତ୍କାର କରାଯାଇଛି। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ୍‌ ହୋଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ଅପରାଧିମାନେ ଗତ ଗୁରୁବାର ଦ୍ୱିପ୍ରହରରେ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ରେଲଓ୍ବର ଏକ ପରିତ୍ୟକ୍ତ କୋଠାରେ ଯୁବତୀଙ୍କୁ ଗଣବଳତ୍କାର କରିଥିଲେ। ଏତିକିବେଳେ ପୀଡିତା ପାଟି କରିବାରୁ ନିକଟରେ ଥିବା କିଛି ଯୁବକ ପହଞ୍ଚି ବିରୋଧ କରିଥିଲେ। ଫଳରେ ଅପରାଧିମାନେ ଘଟଣା ସ୍ଥଳ ଛାଡି ପଲାଇ ଥିଲେ। ଭିଡିଓ ଭାଇରାଲ୍‌ ହେବାପରେ ଏହି ଘଟଣା ଲୋକ ଲୋଚନକୁ ଆସିଛି । ଘଟଣାର ୨ ଦିନ ବିତିଯାଇଥିଲେ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା। ଜିଲା ଶିଶୁ ସୁରକ୍ଷା ସମିତି(ସିଡବ୍ଲ୍ୟୁସି) ଅଧ୍ୟକ୍ଷା ଆନନ୍ଦିନୀ ପାଢୀ ଘଟଣାର ସଂକ୍ରାନ୍ତରେ ଝାରସୁଗୁଡ଼ା ରେଲଓ୍ବ ପୋଲିସର ଦୃଷ୍ଟିକୁ ଆଣିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ସମଲେଶ୍ୱରୀ ମା’ ଘର ଚେରିଟେବୁଟ୍‌ ଟ୍ରଷ୍ଟ ଅଧ୍ୟକ୍ଷା ପଦ୍ମିନୀ ସିଂ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ରାଉରକେଲା ରେଲଓ୍ବେ ଏସ୍‌ପି ଝାରସୁଗୁଡ଼ା ରେଲଓ୍ବ ପୋଲିସ୍‌କୁ ଏକ ମାମଲା ରୁଜୁ କରି ତଦନ୍ତ ପାଇଁ ଟୁଇଟ କରି ନିର୍ଦ୍ଦେଶ ଦେଇଥିଲେ। ରେଲଓ୍ବେ ପୋଲିସ ଝାରସୁଗୁଡ଼ା ଜିଆର୍‌ପି ଥାନାରେ ଏକ ମାମଲା (ନଂ.୨୪।୨୧) ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଜିଆର୍‌ପି ଥାନା ଆଇଆଇସି ସୌଦାମିନୀ ନାଗ କହିଛନ୍ତି। ଅନ୍ୟପକ୍ଷେ ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାସ ଘଟଣା ସଂକ୍ରାନ୍ତରେ ଜାଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଟାଉନ୍‌ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଜିଆର୍‌ପି ଥାନାକୁ ହସ୍ତାନ୍ତର କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଲଇକେରା ଥାନା ନକ୍ସାପାଲି ଗ୍ରାମର ହେମରାଜ ବେସନ(୨୯)। ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ନେଇ ପୋଲିସ ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?