ମକର ବୁଡ଼ ବେଳେ ଯୁବତୀଙ୍କୁ ଗଣବଳାତ୍କାର

ବାରିପଦା ଅଫିସ,୧୪।୧: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ବୁଧବାର ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୫୭/୨୧) ରୁଜୁ କରି ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଅଟକ ରଖାଯାଇଛି। ଗିରଫ ଅଭିଯୁକ୍ତ ହେଲେ କାଳିକାପୁର ୱାର୍ଡ ନଂ.୨୪ର ବୁଧୁରାମ ସିଂ। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ତାଙ୍କ ନାବାଳିକା ଭଉଣୀ ସହିତ ମକର ବୁଡ଼ ପାଇଁ ବଡ଼ିଭୋରରୁ ନିକଟସ୍ଥ ନଦୀ କୂଳକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଜୋର ଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଗଣବଳାତ୍କାର କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ତାଙ୍କ ମା’ ବାପା ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ଦୁଇଭଉଣୀ ତାଙ୍କ ସମ୍ପର୍କୀୟଙ୍କ ସହ ରହୁଥିଲେ। ଅଭିଯୁକ୍ତ ବୁଧୁରାମଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଲୀଳ ମେସେଜ ପଠାଇ ଯୁବକ ଗିରଫ

ଚମ୍ପୁଆ,୧୯ା ୫(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଏକ ବିବାହିତା ମହିଳାଙ୍କୁ ଅଶ୍ଲୀଳ ଭିଡିଓ ଓ ମେସେଜ ପଠାଇ ବାରମ୍ବାର ହଇରାଣ ହରକତ କରୁଥିବାରୁ ଜଣେ...

କୟଳପଡ଼ାରେ ହାତୀ, ଲୋକେ ଭୟଭୀତ

ଚୌଦ୍ୱାର,୧୨ା୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା :  ୨୧ ବର୍ଷ ପରେ ସହକାରୀ ଯନ୍ତ୍ରୀ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ, ୩ା୧୧-ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ କୁମାର ଜେନା ଶନିବାର ଏକ ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ...

ଚିଙ୍ଗୁଡି ଘେରି ଯୋଗୁ ଅପରାଧ ବଢୁଛି

କେନ୍ଦ୍ରାପଡା ଅଫିସ/ ରାଜକନିକା, ୧୨। ୧୦: କେନ୍ଦ୍ରାପଡ଼ା ଜିଲାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢ଼ି ଚାଲିଛି। ଏହି ଘେରି ନିର୍ମାଣ ଜିଲାର ସମୁଦ୍ର...

ସିବିଏସ୍‌ଇ ସିଟିଇଟି ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ୨୦୧୯ର ଫଳ ପ୍ରକାଶ ପାଇଛି। ଜୁଲାଇ ୭...

ଫନୀରେ ଉଡିଥିଲା ବିଦ୍ୟାଳୟ ଛପର: ଗଛମୂଳେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

କାଳିଆପାଣି,୨୭ା୬(ଡି.ଏନ୍‌.ଏ.): ୨୦୧୬ ନଗଡା ଅପପୁଷ୍ଟି ଘଟଣାପରେ ନଗଡାର ବିକାଶ କ୍ଷେତ୍ରରେ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ଜୁଆଙ୍ଗ ଜନଜାତିଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ...

ଟିକ୍‌ଟକ୍‌ ଛାଡ଼ି ଏବେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ କରୁଛନ୍ତି ଯୋଗାଭ୍ୟାସ

ଭଦ୍ରକ ଅଫିସ,୧୧ା୫ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ ଭିଡିଓ କିଛି ଦିନ ତଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି...

ଦୁର୍ଗାପୁର ଗ୍ରାମରେ ଶିଆଳ ଆତଙ୍କ: ୨ ଗୁରୁତର

ରସୁଲପୁର, ୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମ ବେହେରା ସାହିରେ ସୋମବାର ସକାଳେ ଶିଆଳ ଆତଙ୍କ ଦେଖାଦେଇଛି। ଏକ ବଣୁଆ ଶିଆଳ ଗାଁ...

Play 250+ Trending Games
Archives

Model This Week

Why Dharitri