ନଦୀ କୂଳରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ, ୧୨ା୯: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି । ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗିରଫ ଯୁବକ ହେଲେ ପୁଷ୍ପଧ୍ୱଜ କହଁର ।

ମିଳିଥିବା ସୂଚନା ମୁତାବକ, ଗତ ୫ ତାରିଖରେ ନାବାଳିକା ଜଣକ ଗାଁ ପାଖ ନଦୀକୁ ଶୌଚ ହେବାକୁ ଯାଇଥିଲେ। ପୁଷ୍ପଧ୍ୱଜ ସେଠାରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ଏ ନେଇ ନାବାଳିକାଙ୍କ ବାପା ୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୬୩/୨୧) ରୁଜୁ କରି ତଦନ୍ତ ପରେ ପୁଷ୍ପଧ୍ୱଜଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି  ।


Enter your email to get our daily news in your inbox.

All Right Reserved By Dharitri.Com

ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ...

ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୪।୧୨: ଚାଉଳ ନ ଫେରାଇ ୨ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଉଠାଣ କରିବା ପାଇଁ ସୁଯୋଗ ଦେବା ଘଟଣାରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ...

ରକ୍ତତୀର୍ଥ କୁଦୋପାଲି ସୁରକ୍ଷାରେ ‘ରଣଭୂମି’

ସମ୍ବଲପୁର,୧୫ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠରେ ରହିଛି କୁଦୋପାଲି ପାହାଡ଼। ଇଂରେଜ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧର ମୂକସାକ୍ଷୀ ଏହି ଐତିହ୍ୟସ୍ଥଳ ଆଜି ଅବହେଳିତ। ଅବହେଳା ଯୋଗୁ...

ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ

ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ...

ବାଇକ୍‌ ଯାଞ୍ଚବେଳେ ପୋଲିସ ଲାଠିମାଡରେ ଯୁବକ ଗୁରୁତର

ପାଟଣାଗଡ, ୨୩ା୯ (ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ତରଫରୁ ରବିବାର ସନ୍ଧ୍ୟାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା। ଏହି ସମୟରେ ପୋଲିସ...

ବହୁ ପଦବୀ ଆଶାୟୀ ନିରାଶ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ଜିଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋର୍‌ଦାର ଲବି କରିଥିଲେ...

ଧରାପଡ଼ିଲା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗ

କଟକ ଅଫିସ,୫ା୬: ଏକ ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ। ରାଜ୍ୟର ବିଭିନ୍ନ ଜିଲାରେ ଏହି ଗ୍ୟାଙ୍ଗ ଅନେକ ଅପରାଧିକ କାର୍ଯ୍ୟକଳାପ ଘଟାଇଥିବା...

ନିଆଁରେ ପୋଡ଼ି ୩ ମହିଳା ଗୁରୁତର

କପ୍ତିପଦା,୨୬ା୭(ଡି.ଏନ.ଏ)- ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଡିବିରି ନିଆଁରୁ ପୋଡ଼ି ହୋଇ ୩...

Advertisement
Archives

Model This Week