Posted inଖେଳ

ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା

ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୭ା୨(ପି.ଟି.): ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ପୋକ୍ସୋ ଆଇନ ଅଧୀନରେ ଅର୍ଜୁନ ପୁରସ୍କାର ବିଜୟୀ ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛି। ୨୨ ବର୍ଷୀୟା ମହିଳା ଜଣକ କହିଛନ୍ତି ଯେ ୨୦୧୮ରେ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ବରୁଣଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେତେବେଳେ ସେ ଜଣେ ନାବାଳିକା ଥିଲେ। ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହେବା ପରେ ୨୦୧୯ରେ ବରୁଣ ତାଙ୍କୁ ବେଙ୍ଗାଲୁରୁର ଜୟନଗରସ୍ଥିତ ଏକ ହୋଟେଲକୁ ନେବାସହ ବିବାହ ପ୍ରତିଶ୍ରୁତି ଦେଇ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲେ। ଉଭୟଙ୍କ ୫ବର୍ଷ ସମ୍ପର୍କ ମଧ୍ୟରେ ବରୁଣ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ।
ସେ କହିଛନ୍ତି, ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ସେଣ୍ଟରଠାରେ ବରୁଣ ଟ୍ରେନିଂ ନେଉଥିବା ବେଳେ ତାଙ୍କ ସହିତ ପ୍ରଥମ ଦେଖା ହୋଇଥିଲା। ମହିଳା ଜଣଙ୍କ ତାଙ୍କ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତବର୍ଷ ତାଙ୍କ ପିତାଙ୍କ ଦେହାନ୍ତ ପରେ ବରୁଣ କ୍ରମେ ତାଙ୍କଠାରୁ ଦୂରେଇ ଯାଇଥିଲେ। ତାଙ୍କ ଟେଲିଫୋନ୍‌ କଲ୍‌ କିମ୍ବା ମେସେଜ୍‌ର ଜବାବ ଦେବା ବନ୍ଦ କରି ଦେଇଥିଲେ। ସେ ଯେତେବେଳେ ପୋଲିସର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ ବରୁଣ ପୁଣି ତାଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଥିଲେ। ମାତ୍ର ବିବାହ କଥା ଉଠାଇବା ମାତ୍ରେ ପୁନର୍ବାର ଦୂରେଇ ଯାଇଥିଲେ ଏବଂ ତାଙ୍କ ଉପରେ ଚାପ ପକାଇଲେ ସେ ତାଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେବେ ବୋଲି ଧମକ ଦେଇଥିଲେ।
ବରୁଣ ୨୦୨୧ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବର୍ତ୍ତମାନ ସେ ପଞ୍ଜାବ ପୋଲିସରେ ଡିଏସ୍‌ପି ପଦବୀକୁ ପଦୋନ୍ନତି ପାଇଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ ଅଧୀନ ଯୌନ ଅପରାଧ ଶିଶୁ ସୁରକ୍ଷା ଆଇନ ପୋକ୍ସୋର ଧାରା ୩୭୬ ଓ ୪୨୦ ଅଧୀନରେ ଏହି ହକି ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଙ୍ଗାଲୁରୁ ପୋଲିସ କହିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ବରୁଣ ଭାରତୀୟ ଦଳର ଷ୍ଟାଣ୍ଡବାଇ ଖେଳାଳି ରହିଥିଲେ। ବର୍ତ୍ତମାନ ସେ ଜାତୀୟ ଦଳ ସହ ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ଟ୍ରେନିଂ ନେଉଛନ୍ତି। ଭାରତ ଫେବୃଆରୀ ୧୦ରେ ଏହାର ଉଦ୍‌ଘାଟନୀ ମ୍ୟାଚ ସ୍ପେନ୍‌ ବିପକ୍ଷରେ ଖେଳିବ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ବରୁଣ ଫେରାର ହୋଇଥିବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଛି ହକି ଇଣ୍ଡିଆ ତରଫରୁ ତାହାକୁ ଖଣ୍ଡନ କରାଯାଇଛି। ଏହା ବାଜେ କଥା। ସେ ବର୍ତ୍ତମାନ ଭୁବନେଶ୍ୱରରେ ଦଳ ସହିତ ଟ୍ରେନିଂ ନେଉଥିବା ସଫେଇ ଦିଆଯାଇଛି। ସୂଚନାଯୋଗ୍ୟ, ବରୁଣଙ୍କ ଘର ହେଉଛି ହିମାଚଳ ପ୍ରଦେଶରେ। ୨୦୧୭ରେ ତାଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସ୍ଥାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?