Posted inଖେଳ

ରାଜଓ୍ବିନ୍ଦରଙ୍କ ପାଇଁ ରାଣୀ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ସିନିୟର ମହିଳା ହକି ଦଳର ଅଧିନାୟିକା ରାଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଯୁବା ଷ୍ଟ୍ରାଇକର ରାଜଓ୍ବିନ୍ଦର କୌର। ରାଣୀଙ୍କ ପ୍ରାରମ୍ଭିକ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। କ୍ରୀଡ଼ାରେ ସଫଳତା ହାସଲ ଦ୍ୱାରା ସେ ନିଜ ପରିବାରକୁ ଦାରିଦ୍ର୍ୟ କବଳରୁ ମୁକୁଳାଇପାରିଥିଲେ। ରାଜଓ୍ବିନ୍ଦରଙ୍କ ଜନ୍ମସ୍ଥାନ ପଞ୍ଜାବର ଏକ ଛୋଟିଆ ଗ୍ରାମରେ। ତାଙ୍କ ପିତା ହେଉଛନ୍ତି ଜଣେ ଅଟୋରିକ୍ସା ଚାଳକ ଓ ମା ଜଣେ ଗୃହିଣୀ। ପରିବାର ଚଳଣି ସେତେଟା ଭଲ ନ ଥିଲା। ରାଜଓ୍ବିନ୍ଦର କହିଛନ୍ତି ଶ୍ରୀ ଗୁରୁ ଅର୍ଜୁନ ଦେବ ପବ୍ଲିକ୍‌ ସ୍କୁଲରେ ଅଧ୍ୟୟନ କରୁଥିବା ସମୟରେ ମୁଁ ଜଣେ ଆଥଲେଟ୍‌ ହେବାକୁ ଚାହୁଁଥିଲି। ୯ମ ଷ୍ଟାଣ୍ଡାର୍ଡରେ ପାଠ ପଢୁଥିବାବେଳେ ମୋର ଭଲ ସ୍ପିଡ୍‌ ଥିଲା। ମୋ ସିନିୟରମାନେ ମୋତେ କିନ୍ତୁ ହକି ଖେଳିବା ପାଇଁ ପ୍ରବର୍ତ୍ତାଇଥିଲେ। ମୁଁ ଏହାର ସୁଯୋଗ ନେଇଥିଲି। ବର୍ତ୍ତମାନ ମୁଁ ଜାତୀୟ ସିନିୟର ମହିଳା ହକିଦଳର ସମ୍ଭାବ୍ୟ କୋର୍‌ ଗ୍ରୁପ୍‌ରେ ସ୍ଥାନ ପାଇପାରିଛି ବୋଲି ୨୧ ବର୍ଷୀୟା ରାଜଓ୍ବିନ୍ଦର ପ୍ରକାଶ କରିଛନ୍ତି। ଜଣେ ଷ୍ଟ୍ରାଇମର ଭାବେ ତାଙ୍କ ସ୍ପିଡ୍‌ ଏବଂ ସ୍ବଭାବ ସୁଲଭ ଫ୍ଲେୟାର କଟ୍‌ ଯୋଗୁ ୨୦୧୫ ଘରୋଇ ଟୁର୍ନାମେଣ୍ଟଗୁଡ଼ିକରେ ସେ ଜାତୀୟ ଚୟନକର୍ତ୍ତାମାନଙ୍କ ଦୃଷ୍ଟିଆକର୍ଷଣ କରିପାରିଥିଲେ। ରାଜଓ୍ବିନ୍ଦର ଶୀଘ୍ର ଜାତୀୟ ଜୁନିୟର କ୍ୟାମ୍ପ ପାଇଁ ମନୋନୀତ ହୋଇଥିଲେ। ୨୦୧୬ରେ ଭାରତ ତରଫରୁ ମାଲେସିଆରେ ୧୮ବର୍ଷରୁ କମ୍‌ ଏସିଆ କପ୍‌ ଖେଳିବା ଲାଗି ସୁଯୋଗ ପାଇଥିଲେ। ପଞ୍ଜାବର ତର୍ନ ତରନ ତରାନ ନିକଟବର୍ତ୍ତୀ ମୁଗଲ ଚାକ୍‌ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ରାଜଓ୍ବିନ୍ଦର କହିଛନ୍ତି ୨୦୧୭ରେ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡାକରା ପାଇବାବେଳେ ମୋତେ ବହୁ ସିନିୟର ଖେଳାଳିଙ୍କ ସହ ବାର୍ତ୍ତାଳାପ ସୁଯୋଗ ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପୃଷ୍ଠଭୂମି କଠିନ ଥିଲା। ପ୍ରତ୍ୟେକଙ୍କ ପଛରେ ଭିନ୍ନ ଭିନ୍ନ କାହାଣୀ ରହିଥିଲା। ହେଲେ ରାଣୀଙ୍କ ପୃଷ୍ଠଭୂମି ମୋ ପୃଷ୍ଠଭୂମି ସହ ମେଳ ଖାଉଥିଲା। ତାଙ୍କୁ ମୁଁ ଆଦର୍ଶ ଭାବେ ଗ୍ରହଣ କରିଥିଲି। ହକିରେ ଚମତ୍କାରିତା ଦେଖାଇ ପାରିଲେ ମୁଁ ମୋ ପରିବାରକୁ ଦାରିଦ୍ର୍ୟରୁ ମୁକ୍ତି କରିପାରିବି ବୋଲି ମୋ ମନରେ ଧାରଣା ସୃଷ୍ଟି ହୋଇଥିଲା। ରାଣୀଙ୍କ ପିତା ଜଣେ କାର୍ଟ-ପୁଲର ଥିଲେ। ଏଥିପାଇଁ ରାଣୀଙ୍କୁ ପ୍ରଥମାବସ୍ଥାରେ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ମାତ୍ର ୧୫ ବର୍ଷ ବୟସରେ ସେ ସର୍ବକନିଷ୍ଠ ଖେଳାଳି ହିସାବରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୧୦ବିଶ୍ୱକପ୍‌ରେ ସେ ଖେଳିବା ସୁଯୋଗ ପାଇଥିଲେ। ପରେ ସେ ଦଳର ଅଧିନାୟିକା ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri