Posted inଫୁରସତ

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ ପରିସ୍ଥିତିରେ କେମିତି ଆଡ୍‌ଜଷ୍ଟ କରି ଚଳିବାକୁ ହୁଏ ତାହା ମୁଁ ପିଲାଟି ଦିନରୁ ଶିଖିଛି। ସେମିତି ବୋଉ ସାବିତ୍ରୀ ଦେବୀ ଓ ବାପା ପ୍ରଭାକର ଦଳେଇଙ୍କଠାରୁ ପରୋପକାର କରିବାର ଶିକ୍ଷା ପାଇଛି। ସେଥିପାଇଁ ପାଠପଢ଼ା ସାଙ୍ଗକୁ ଛୋଟବେଳୁ କାହାକୁ ବିପଦରେ ପଡ଼ିଥିବାର ଦେଖିଲେ ତାକୁ ନିଜ ସାଧ୍ୟମତେ ସାହାଯ୍ୟ କରିବାକୁ ଆଗେଇଯାଏ। ଏମିତି ଏମିତିରେ ସ୍କୁଲପଢ଼ା ସରିବା ପରେ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ୨ ଓ ଫିଜିକ୍ସ ଅନର୍ସ ନେଇ ଯୁକ୍ତ୩ ପଢ଼େ। ପରେ ମାଥ୍‌ମାଟିକ୍ସରେ ଓ ଓଡ଼ିଆରେ ପି.ଜି. କରେ। ମୋର ଜଣେ ବଡ଼ ଭାଇ ମୋତେ ପାଠପଢା ପାଇଁ ପ୍ରାୟତଃ ଆର୍ଥିକ ସାହାଯ୍ୟ କରିଥାନ୍ତି। ବୋଉ ବି ହାତଖର୍ଚ୍ଚ ପାଇଁ ମୋ ପାଖକୁ କିଛି ଟଙ୍କା ପ୍ରତିମାସ ପଠାଇଥାଏ। ତେଣୁ ମେସ୍‌ ଭଡ଼ା ଆଉ ହାତଖର୍ଚ୍ଚ ବାଦ୍‌ ଯାହା ଟଙ୍କା ବଳେ, ତାକୁ ନେଇ ପାସ୍‌ବୁକ୍‌ରେ ରଖିଦିଏ। ଆବଶ୍ୟକ ବେଳେ ଯଦି କିଏ ଆର୍ଥିକ ସାହାଯ୍ୟ ମାଗେ ତା’ହେଲେ ପାସ୍‌ବୁକ୍‌ରୁ ଟଙ୍କା ଉଠାଇ ତାକୁ ଦିଏ। ତା’ଛଡ଼ା ପଢ଼ାପଢ଼ିରେ ସଉକ ଥିବାରୁ ବେଳେବେଳେ ଏହି ସଞ୍ଚତ୍ତ ଟଙ୍କାରେ ବିଭିନ୍ନ ପ୍ରକାର ବହି କିଣି ଦେଇଥାଏ। ଏହି ଧାରା ମୋର ଚାକିରି କରି ବାହାଘର ପର୍ଯ୍ୟନ୍ତ ଚାଲିଥାଏ। ଅର୍ଥାତ୍‌ ପି.ଜି. ପଢା ସରିବା ପରେ ମୁଁ ଯେତେବେଳେ ବେସରକାରୀ ଭାବେ କନ୍ଦାଖାଇ କଲେଜରେ ଫିଜିକ୍ସ ଡେମୋନଷ୍ଟ୍ରେଟର ଭାବେ କାମ କରୁଥିଲି, ସେତେବେଳେ ମୋତେ ମାସକୁ ମାତ୍ର ୮୦୦ରୁ ୧୦୦୦ଟଙ୍କା ଦରମା ମିଳୁଥିଲା। ଘରର ଚଳଣି ସ୍ବଚ୍ଛଳ ନ ହେଲେ ବି ଚଳନୀୟ ଥିବାରୁ ବାପା କି ବୋଉ କେହି ବି ଦିନେ ମୋ ଦରମା ଟଙ୍କା ନେଉ ନ ଥିଲେ। ଓଲଟା ସେମାନେ ମୋତେ ଏତେ ସ୍ବଳ୍ପ ଟଙ୍କାରେ ବାହାରେ ଚଳିବାରେ ଅସୁବିଧା ହେଉଥିବ ଭାବି ମୋ ପକେଟ୍‌ରେ ବେଳେବେଳେ ପଇସା ଗୁଞ୍ଜି ଦେଉଥିଲେ। ମୋ ବାହାଘର ପର୍ଯ୍ୟନ୍ତ ସେମାନେ ଦିନେ ପଇସା ନେଇ ନାହାନ୍ତି କି ମୁଁ ବି ସେମାନଙ୍କୁ କେବେ ଦେଇନି। ସବୁ କିଛି ବହି କିଣା ଆଉ ପରୋପକାରରେ ସାରିଛି। କିନ୍ତୁ ବାହାଘର ପରେ ଦାୟିତ୍ୱ ଆସିବାରୁ ଘରକୁ କ୍ରମେ ଆର୍ଥିକ ସାହାଯ୍ୟ କରିବାକୁ ଲାଗିଲି। ତେବେ ପ୍ରାୟ ୯/୧୦ ବର୍ଷ ପର୍ଯ୍ୟନ୍ତ କନ୍ଦାଖାଇ କଲେଜରେ ଚାକିରି କରିବା ପରେ ମୋତେ ବ୍ରହ୍ମଗିରି ନିକଟସ୍ଥ ଗଡ଼କୋକଲ ଉଚ୍ଚ ବିଦ୍ୟାଳୟରେ ସରକାରୀ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ମିଳିଲା। ୨୦୧୬ ଯାଏ ଏଠି ଶିକ୍ଷକତା କରିବା ପରେ ମୋର ଆମ ଗାଁରେ ଥିବା ଡ. ମାୟାଧର ମାନସିଂହ ମେମୋରିଆଲ ହାଇସ୍କୁଲ୍‌କୁ ବଦଳି ହେଲା; ଯେଉଁଠାରେ ଏବେ ବି ବିଜ୍ଞାନ ଶିକ୍ଷକ ଭାବେ ମୁଁ କାର୍ଯ୍ୟରତ। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ଲେଖାଲେଖିରେ ବି ମୋର ରୁଚି ରହିଛି। ୯ମ ଶ୍ରେଣୀରେ ପଢ଼ିଲାବେଳେ ପ୍ରଥମ କରି ଗୋଟିଏ ଗପ ଲେଖିଥିଲି; ଯାହାର ଶୀର୍ଷକ ଥିଲା ‘ସାନପୁଅ’। ଏହା ଆମ ଗଣିତ ସାର୍‌ଙ୍କର ଏକ ହାତଲେଖା ମାଗାଜିନ୍‌ରେ ପ୍ରକାଶ ପାଇଥିଲା। ସେମିତି କନ୍ଦାଖାଇ କଲେଜରେ ଚାକିରି କଲାବେଳେ କଲେଜ ମୁଖପତ୍ରରେ ‘ଓଡ଼ିଆ ପୁଅର କଳ୍‌କୀ ଖଡ଼ଗ’ ଶୀର୍ଷକ ମୋର ପ୍ରଥମ କବିତା ପ୍ରକାଶ ପାଇଲା। ବାସ୍‌ ତା’ପରଠୁ କ୍ରମେ ଗପ, କବିତା, ନାଟକ ଆଦି ଲେଖି ଚାଲିଲି। ୟା’ଭିତରେ ‘ତୁରୀ’ ଶୀର୍ଷକ ଏକ କବିତା ସଂକଳନ ମୋର ପ୍ରକାଶ ପାଇସାରିଛି। ତା’ସହିତ ମୋ ଲିଖିତ ‘କାଳିଜାଈ’ ଗୀତିନାଟ୍ୟ ଏବଂ ‘ଲୀଳାକ୍ଷେତ୍ରେ ଲୀଳାମୟ’ ନାଟକ ମଞ୍ଚସ୍ଥ ହୋଇ ଦର୍ଶକାଦୃତ ଲାଭ କରିସାରିଛି। ଏହାବାଦ୍‌ ମୁଁ ବର୍ତ୍ତମାନ ଦୁଇଟି ସାହିତ୍ୟ ଅନୁଷ୍ଠାନ ‘ମାନସିଂହ ସାହିତ୍ୟ ସଂସଦ’ର ସଭାପତି ଏବଂ ‘ଆମ ପୁସ୍ତକ ମେଳା’ର ସଂପାଦକ ଦାୟିତ୍ୱ ମଧ୍ୟ ତୁଲାଉଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri