Posted inଫୁରସତ

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ ଥିଲେ। ହେଲେ ଟିକେ ବଡ଼ ହେବାପରେ ତାଙ୍କ ପେଟ ଅନ୍ୟ ପିଲାଙ୍କଠାରୁ କିଛିଟା ବଡ଼ ଦେଖାଗଲା। ସେତେବେଳେ ଏହାକୁ କେହି ନଜର ଦେଇ ନ ଥିଲେ। ହେଲେ ୨୦ ବର୍ଷ ବୟସର ହେବାବେଳକୁ ତାଙ୍କ ପେଟ ଅଧିକରୁ ଅଧିକ ବଡ଼ ହେବାକୁ ଲାଗିଲା। ବ୍ୟାକ୍‌ପେନ୍‌ ହେଲା। ହେଲେ କେବେ ପେଟରେ ଯନ୍ତ୍ରଣା ହେଉ ନ ଥିଲା। ୩୦ ବର୍ଷ ବୟସ ବେଳକୁ ତାଙ୍କ ପେଟ ଏତେ ବଡ଼ ହେଇଗଲା ଯେ, ଲୋକେ ତାଙ୍କୁ ଗର୍ଭବତୀ କହି ଚିଡାଇବାକୁ ଲାଗିଲେ। ଶେଷରେ ଏହି ପେଟ ପାଇଁ ସେ ଯେବେ ଅଣନିଃଶ୍ୱାସୀ ହେବାପରି ଅନୁଭବ କଲେ ପରିବାର ଲୋକେ ଚିନ୍ତାରେ ପଡିଗଲେ। ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲେ। ପ୍ରଥମେ ଡାକ୍ତର ଭାବିଲେ ତାଙ୍କର ଟ୍ୟୁମର ସମସ୍ୟା ଅଛି। ତେଣୁ ଅସ୍ତ୍ରୋପଚାର କରାଗଲା ଟ୍ୟୁମର ବାହାର କରିବାକୁ। ହେଲେ ଯେବେ ପେଟ ଖୋଲାଗଲା ଡାକ୍ତର ଯାହା ଦେଖିଲେ ତାକୁ ବିଶ୍ୱାସ କରିପାରିଲେ ନାହିଁ। ତାଙ୍କ ପେଟ ଭିତରେ ଆଉ ଏକ ମଣିଷ ଛୁଆ ଥିଲା। ହାତ ପୂରେଇ ତାକୁ ବାହାର କରିବାବେଳେ ପ୍ରଥମେ ଗୋଟେ ଗୋଡ, ଏହାପରେ ଦ୍ୱିତୀୟ ଗୋଡ, ପରେ କେଶ, ହାତ ଭଳି ମଣିଷ ଶରୀରର ବିଭିନ୍ନ ଅଙ୍ଗ ବାହାରିଲା। ଡାକ୍ତରମାନେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଆମେ ଏଭଳି ଦୃଶ୍ୟ ଦେଖି ଚକିତ ଓ ଭୟଭୀତ ହୋଇଯାଇଥିଲୁ। ସଞ୍ଜୁ ଭଗତଙ୍କ ପେଟ ଭିତରେ ତାଙ୍କ ଯମଜ ଭାଇ ରହି ଯାଇଥିଲା। ସଞ୍ଜୁ ବଡ଼ ହେବା ସହ ତାଙ୍କ ଯମଜ ଭାଇ ତାଙ୍କ ପେଟରେ ବଢୁଥିଲା। ଏଭଳି ସ୍ଥିତିକୁ ‘ଭାନିଶିଂ ଟ୍ବିନ ସିଣ୍ଡ୍ରୋମ’ ଅବା ‘ଫୋଏଟସ୍‌ ଫେଟୁ’ କୁହାଯାଏ। ଯେଉଁଥିରେ ଯମଜ ଭ୍ରୂଣ ମଧ୍ୟରୁ ଗୋଟିଏ ଭ୍ରୁଣ ଅନ୍ୟ ଭ୍ରୂଣ ଭିତରକୁ ଚାଲିଆସେ। ଅର୍ଥାତ୍‌ ଭଗତଙ୍କ ଯମଜ ତାଙ୍କ ଶରୀର ଭିତରେ ରହିଯାଇଥିଲା। ଯାହାକୁ ସେ ଦୀର୍ଘ ୩୬ ବର୍ଷ ନିଜ ପେଟରେ ଧାରଣ କରିଥିଲେ। ଅସ୍ତ୍ରୋପଚାର ପରେ ଏବେ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri