Posted inଜାତୀୟ

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା ବ୍ୟକ୍ତି ଜଣକ ରାଣା ଥିଲେ ବୋଲି ପ୍ରମାଣ କରିବା ପାଇଁ ଏଜେନ୍ସି ତାଙ୍କ ସ୍ବର ନମୁନା ବା ଭଏସ ସାମ୍ପଲ ଏବଂ ହାତଲେଖା ନମୁନା ନେବାକୁ ପ୍ରସ୍ତୁତ ହେଉଛି। ଆବଶ୍ୟକ ହେଲେ, ରାଣାଙ୍କ ଉପରେ ବୈଜ୍ଞାନିକ ପରୀକ୍ଷଣ ମଧ୍ୟ କରାଯାଇପାରିବ। ଏହି ପରୀକ୍ଷା ଏଜେନ୍ସିର ତଦନ୍ତକୁ ସୁଦୃଢ଼ କରିବ।
ଯଦି ତହଉର ରାଣା ଭଏସ ସାମ୍ପଲ ଦେବାକୁ ମନା କରନ୍ତି, ତେବେ NIA କୋର୍ଟରେ ଆବେଦନ କରିପାରିବ। ଅଭିଯୁକ୍ତଙ୍କ ସମ୍ମତିରେ କେବଳ ସ୍ବର ନମୁନା ନିଆଯାଇଥାଏ, କିନ୍ତୁ ଯଦି ସେ ମନା କରନ୍ତି ତେବେ ଏଜେନ୍ସି କୋର୍ଟକୁ କହିପାରିବ ଯେ ଏହି ନମୁନା ତଦନ୍ତ ପାଇଁ ଆବଶ୍ୟକ। ରାଣାଙ୍କ ବିରୋଧରେ ଥିବା ଅଭିଯୋଗ ପତ୍ରରେ ଏହି ଅସ୍ବୀକାର ମହଙ୍ଗା ସାବ୍ୟସ୍ତ ହୋଇପାରେ। ରାଣାଙ୍କ ଭଏସ ସାମ୍ପଲ NIA ମୁଖ୍ୟାଳୟରେ ହିଁ ନିଆଯାଇପାରିବ, ଯାହା ପାଇଁ ଗୃହ ମନ୍ତ୍ରଣାଳୟର CFSLର ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯିବ।
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାଙ୍କ ପ୍ରାରମ୍ଭିକ ପଚରାଉଚରାରୁ ଅଧିକାରୀମାନେ ସନ୍ତୋଷଜନକ ସୂଚନା ପାଇପାରି ନାହାଁନ୍ତି। କୁହାଯାଉଛି ଯେ ରାଣାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା, ଏହି ସମୟରେ ସେ ବାରମ୍ବାର ‘ମୋର ମନେ ନାହିଁ’ ଏବଂ ‘ମୁଁ ଜାଣି ନାହିଁ’ ଭଳି ଉତ୍ତର ଦେଇଥିଲେ।
ପଚରାଉଚରା ସମୟରେ, ତଦନ୍ତକାରୀ ଅଧିକାରୀମାନେ ରାଣାଙ୍କଠାରୁ ତାଙ୍କ ପରିବାର, ବନ୍ଧୁ ଏବଂ ସମ୍ପର୍କ ବିଷୟରେ ସୂଚନା ପାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ପ୍ରଶ୍ନକୁ ଏଡ଼ାଇ ଚାଲିଥିଲେ। ଏଜେନ୍ସିଗୁଡ଼ିକ ବିଶ୍ୱାସ କରନ୍ତି ଯେ ରାଣା ଜାଣିଶୁଣି ସହଯୋଗ କରୁନାହାଁନ୍ତି ଏବଂ ସମୟ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାଣା ଭାରତର ତଦନ୍ତକାରୀ ସଂସ୍ଥାଗୁଡ଼ିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ, କାରଣ ସେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଆଇଏସଆଇ ସହଯୋଗରେ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିବା ବିଶ୍ୱାସ କରାଯାଏ।
ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ ପରେ ଗୁରୁବାର ରାଣା ନୂଆଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତାଙ୍କୁ ହେପାଜତକୁ ନେଇଥିଲା। ଏହା ପରେ, ରାଣାଙ୍କୁ ପଟିଆଲା ହାଉସ ସ୍ଥିତ ସ୍ବତନ୍ତ୍ର NIA କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୮ ଦିନିଆ ହେପାଜତକୁ ପଠାଇ ଦିଆଯାଇଥିଲା। ଏନଆଇଏ ଏବେ ରାଣାଙ୍କୁ ୨୦୦୮ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ର ବିଷୟରେ ବିସ୍ତୃତ ଭାବରେ ପଚରାଉଚରା କରିବ, ଯେଉଁଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ ଏବଂ ୨୩୮ ରୁ ଅଧିକ ଆହତ ହୋଇଥିଲେ।
କୋର୍ଟରେ ହାଜର ସମୟରେ, NIA କହିଛି ଯେ ରାଣାଙ୍କୁ ପଚରାଉଚରା ମାଧ୍ୟମରେ ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ଏବଂ ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ନେଟୱାର୍କକୁ ଠାବ କରାଯିବ। ତଦନ୍ତକାରୀ ସଂସ୍ଥା କହିଛି ଯେ ଏହି ପ୍ରତ୍ୟର୍ପଣ ଭାରତର ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍‌-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍‌ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍‌-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ…

ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ! ସ୍ୱଚ୍ଛ ଉପକୂଳ ସହର ବର୍ଗରେ…

ଭୁବନେଶ୍ୱର,୧୧ା୧୧: ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା ।…

ସୋନିଆଙ୍କ ସହ ଐଶ୍ୱର୍ଯ୍ୟାଙ୍କ ୩୨ ବର୍ଷ ପୁରୁଣା ଭିଡିଓ ଭାଇରାଲ୍‌, ହାତରେ ଫୁଲ ଧରି କରିଥିଲେ….

ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…

ରୌପ୍ୟ ଜିତି ଓଡ଼ିଶା ଫେରିଲେ ପାୟଲ ନାଗ, ୧୦ ଲକ୍ଷ ଟଙ୍କା ପୁରସ୍କାର ଦେଲା ରାଜ୍ୟ କ୍ରୀଡ଼ା ବିଭାଗ

ଭୁବନେଶ୍ୱର,୧୧।୧୧: ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସ-୨୦୨୬ର ମହିଳା ଆର୍ଚେରୀ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଶାର ପାୟଲ ନାଗ । ସେ ବୁଧବାର…

ଇଂଲଣ୍ଡ ପାଇଁ ବଡ଼ ଝଟକା; ODI-T20 ସିରିଜରୁ ବାଦ୍ ପଡ଼ିଲେ…

ଲଣ୍ଡନ,୧୧।୧୧: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଷ୍ଟାର୍‌ ବ୍ୟାଟର୍‌ ଜାକବ୍‌ ବେଥେଲ୍‌ ଆହତ ହୋଇ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌…

କେଏଲ୍‌ ରାହୁଲଙ୍କ ସ୍ଥାନରେ କିଏ? ଭାରତ ପାଇଁ ୫-୬-୭ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ ଦିନିକିଆ ଦଳରେ କେଏଲ୍‌ ରାହୁଲଙ୍କ ସ୍ଥାନ ପୂରଣ କରିବା ସହଜ ନୁହେଁ। କାରଣ ସେ କେବଳ ୱିକେଟ୍‌କିପିଂ ନୁହେଁ, ବରଂ ଯେକୌଣସି ବ୍ୟାଟିଂ କ୍ରମରେ…

ଗ୍ରାହକଙ୍କୁ ଡବଲ ଝଟକା! Mother Dairy ପରେ ଲିଟର ପିଛା ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: ଏଣିକି ଚା’ ଓ କଫି ପିଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?