ସମସ୍ୟାରେ ଥୁଆମୂଳ ରାମପୁର ବ୍ଲକ୍ : ସମାଧାନ ଶୂନ୍ୟ, ପ୍ରହସନ ପାଲଟିଛି ଅଭିଯୋଗ ଶୁଣାଣି

ଆମୂଳ ରାମପୁର,୧୧ା୮ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକରେ ପୂର୍ବରୁ ଅଭିଯୋଗ ଶୁଣାଣି ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରି ନ ଥିବାରୁ ଏହା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବେଲି କେତେ ଜଣ ହିତାଧିକାରୀ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି ସଭାଗୃହଠାରେ ସୋମବାର କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲି ଶିବିର ପରିଚାଳନା କରିଥିବାବେଳେ ଜିଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ପୂର୍ବରୁ ବ୍ଲକ ସଦର ମହକୁମାରେ ଜିଓ ନେଟ୍‌ୱର୍କ ସ୍ଥାପନ, ମୁଖ୍ୟାଳୟର ଦୁଇ ଗୋଟି ପୋଖରୀ ସୌନ୍ଦର୍ଯ୍ୟକରଣ, ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ଭଳି ଅନେକ ଅଭିଯୋଗ ହୋଇ ଆସିଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଏହାର ସମାଧାନ ହୋଇପାରି ନ ଥିବା ଲୋକେ ଅଭିଯୋଗ କରି ପଦକ୍ଷେପ ନେବାକୁ ଦାବି କରିଥିଲେ। ଏନେଇ ବିଡ଼ିଓ ମୁଦୁଲିଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ରଖିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ ଜୁଲାଇରୁ ବନ୍ଦ ହୋଇଯିବ ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

ଖେମେନେଇଙ୍କ ଶେଷକୃତ୍ୟରେ ସାମିଲ ହେବ ଭାରତ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ….

ତେହରାନ,୨୯।୬: ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହାସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ…

୧୦ବର୍ଷ ପରେ ଭରିଏ ସୁନା ନେବ କେତେ ଟଙ୍କା? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୬: ଆଜି ସୁନା ଦରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି। ଗ୍ଲୋବାଲ୍ COMEX ମାର୍କେଟରେ ସୁନା ମୂଲ୍ୟ ୦.୩୬% କମିଯାଇଛି। ସ୍ୱଳ୍ପ ଅବଧିର ଏହି ହ୍ରାସ ସତ୍ତ୍ୱେ…

୩ ଜିଲାର ସୀମାରେ ପହଞ୍ଚିଲେ ଭାଜପାର ନେତା, ବିଧାୟକ ଉଦଘାଟନ କଲେ …

ଦାରିଙ୍ଗବାଡି,୨୯।୬(ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ ନେତା ଏବଂ କର୍ମୀମାନେ ଅଣ୍ଟା ଭିଡିଛନ୍ତି । ସମସ୍ତ ବୁଥ ସ୍ତରରେ କର୍ମୀମାନେ ପ୍ରତେକ…

ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି! ତୃତୀୟ ଭାଷାରେ ଦେବାକୁ ପଡ଼ିବନି…

ନୂଆଦିଲ୍ଲୀ,୨୯।୬: CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି। ବୋର୍ଡ କହିଛି ଯେ…

ରାଜ୍ୟ ସଭାରେ ପହଞ୍ଚିବା ପରେ, ତରୁଣ ଚୁଗ ସଂସଦର ପାହାଚରେ ମୁଣ୍ଡିଆ ମାରିଲେ

ନୂଆଦିଲ୍ଲୀ,୨୯।୬: ରାଜ୍ୟ ସଭା ଏମପି ଭାବରେ ଶପଥ ନେବା ପୂର୍ବରୁ, ତରୁଣ ଚୁଗ ସଂସଦ ଭବନର ଫାଟକରେ ମୁଣ୍ଡ ନଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାଜପା ତାଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri