Posted inଜାତୀୟ

ରାମଲାଲା: ଅନିଲ ମିଶ୍ରା ମୁଖ୍ୟ କର୍ତ୍ତା

ଅଯୋଧ୍ୟା,୧୭।୧: ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ଅର୍ଦ୍ଧନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ହିନ୍ଦୁଧର୍ମର ୪ ଶଙ୍କରାଚାର୍ଯ୍ୟ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏହି ପ୍ରସଙ୍ଗକୁ ନେଇ ବଡ଼ ବିତର୍କ ମୁଣ୍ଡ ଟେକିଛି। ଏପରି କି ଆସନ୍ତା ୨୨ରେ ହେବାକୁ ଥିବା ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ରାଜନୀତୀକରଣ ଏବଂ ପ୍ରାଣପ୍ରତିଷ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ମଧ୍ୟ ଶଙ୍କରାଚାର୍ଯ୍ୟମାନେ ବିରୋଧ କରିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ନିର୍ବାଚନୀ ଲାଭ ପାଇଁ ଭାଜପାର ଏକ ରାଜନୈତିକ ଇଭେଣ୍ଟ ଦର୍ଶାଇ ଉତ୍ସବକୁ ବର୍ଜନ କରିଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ ଡ. ଅନିଲ ମିଶ୍ରା ଓ ତାଙ୍କ ସ୍ତ୍ରୀ ଉଷା ମିଶ୍ରାଙ୍କୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନରେ ମୁଖ୍ୟ ଜଜମାନ (କର୍ତ୍ତା) କରାଯାଇଛି। ମୋଦି କେବଳ ପ୍ରତୀକାମତ୍କ ଯଜମାନ ବା ନାମମାତ୍ର କର୍ତ୍ତା ଭୂମିକାରେ ରହିବେ ବୋଲି ରାମମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ ସୂଚନା ଦେଇଛନ୍ତି।
ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ରାମମନ୍ଦିରକୁ ଏକ ବଡ଼ ପ୍ରସଙ୍ଗ କରିବାକୁ ଚାହୁଁଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମୁଖରେ ରଖି ପ୍ରଶଂସା ସାଉଁଟିବା ଲାଗି ଶାସକ ଦଳ ଅନେକ ଯୋଜନା କରିଥିଲା। ଯୋଜନା ମୁତାବକ ସବୁକିଛି ଚାଲିଥିବାବେଳେ ପ୍ରାୟ ୧୫ ଦିନ ତଳେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କଚାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ତେବେ ୪ ଜଣ ଯାକ ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠାକୁ ଯିବେ ନାହିଁ ବୋଲି ଗତ ୧୧ ତାରିଖରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ଏକ ଭିଡିଓ ଜାରି କରି କହିଥିଲେ। ପରବର୍ତ୍ତୀ ସମୟରେ ଦ୍ୱାରକା ପୀଠର ସଦାନନ୍ଦ ସରସ୍ବତୀ ଏବଂ ଶାରଦା ପୀଠର ସ୍ବାମୀ ଭାରତୀ ଶ୍ରୀତୀର୍ଥ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଫଳରେ ଉତ୍ସବରେ ଯୋଗଦେବାକୁ ପୂର୍ବରୁ ମନା କରିଥିବା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ହିନ୍ଦୁତ୍ୱ ବିରୋଧୀ ଆଖ୍ୟା ଦେଇଥିବା ଭାଜପା ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି। ସମ୍ଭବତଃ ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁଷ୍ଠାନରେ ପ୍ରତୀକାମତ୍କ ଯଜମାନ କରାଯାଇଛି। ଏନେଇ ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ କହିଛନ୍ତି, ଅନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏହା ଜାନୁୟାରୀ ୨୨ ପର୍ଯ୍ୟନ୍ତ ଚାଲିବ। ୧୧ ଜଣ ପୂଜକ ଦେବଦେବୀଙ୍କୁ ରୀତିନୀତି ଅନୁସାରେ ଆବାହନ କରୁଛନ୍ତି। ପ୍ରାଣପ୍ରତିଷ୍ଠା ୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୦ରୁ ୪୦ ମିନିଟ୍‌ ଧରି ଚାଲିବ। ପ୍ରାଣପ୍ରତିଷ୍ଠା ବେଳେ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ରା ଓ ତାଙ୍କ ସ୍ତ୍ରୀ ଉଷା ମିଶ୍ରା ମୁଖ୍ୟ ଯଜମାନ ରହିବେ। ଜଜମାନ ହେଉଛନ୍ତି ପୂଜାର ମୁଖ୍ୟ କର୍ତ୍ତା, ଯାହାଙ୍କ ତରଫରୁ ସମ୍ପୂର୍ଣ୍ଣ ପୂଜାର୍ଚ୍ଚନା କରାଯାଇଥାଏ। ଅନିଲଙ୍କୁ ଅନୁଷ୍ଠାନ ଶେଷ ହେବା ପର୍ଯ୍ୟନ୍ତ ରୀତିନୀତିର ପାଳନ କରିବାକୁ ପଡ଼ିବ। କିନ୍ତୁ ପ୍ରଧାନମନ୍ତ୍ରୀ ପ୍ରତୀକାମତ୍କ ଯଜମାନ ହୋଇଥିବାରୁ କେବଳ ୨୨ ତାରିଖରେ ଆସିବେ। ଶେଷ ଦିନରେ ପ୍ରାୟ ୮,୦୦୦ ଅତିଥି ଯୋଗଦେବେ। ସେମାନଙ୍କୁ ମୋଦି ସମ୍ବୋଧିତ କରିପାରନ୍ତି।
ସେହିପରି ଲଗ୍ନ ବାହାର କରିଥିବା ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ, ପ୍ରାଣପ୍ରତିଷ୍ଠା ଦାୟିତ୍ୱରେ ଥିବା ପୁରୋହିତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଏବଂ ରାମାନନ୍ଦ ସମ୍ପ୍ରଦାୟ ଶ୍ରୀମଠ ଟ୍ରଷ୍ଟର ମହାସଚିବ ସ୍ବାମୀ ରାମବିନୟ ଦାସ ମଧ୍ୟ ଏକ ସାକ୍ଷାତ୍‌କାରରେ ଅନିଲ ମିଶ୍ରା ଯଜମାନ ହେବା ବିଷୟ ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମତରେ ମିଶ୍ରା ଦମ୍ପତି ସଂକଳ୍ପଠାରୁ ନେଇ ପ୍ରାଣ ପ୍ରତିଷ୍ଠା ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଜଣେ ଗୃହସ୍ଥ ହିଁ ଧର୍ମାନୁଷ୍ଠାନରେ ମୁଖ୍ୟ କର୍ତ୍ତା ହୋଇପାରିବେ। ତେଣୁ ଏହି ଗୁରୁଦାୟିତ୍ୱ ତୁଲାଇବା ପାଇଁ ମୋଦିଙ୍କ ପରିବର୍ତ୍ତେ ଅନିଲ ମିଶ୍ରାଙ୍କୁ ଚୟନ କରାଯାଇଥିବା ସେମାନେ କହିଛନ୍ତି। ତ୍ମିକ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri