ରାମେଶ୍ୱର ମନ୍ଦିର ଅସୁରକ୍ଷିତ

ସୋନପୁର, ୪।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ରାମେଶ୍ୱର ଶୈବ ମନ୍ଦିର ଏବେ ଅସୁରକ୍ଷିତ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ମନ୍ଦିରର ଏଭଳି ଅବସ୍ଥା ହୋଇଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି। ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲାଣି। ସରକାର ପୁରାତନ ଐତିହ୍ୟ ଓ ପୀଠର ସୁରକ୍ଷା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ମରାମତି ଆବଶ୍ୟକ କରୁଥିବା ଏହି ପୀଠ ପ୍ରତି କାହାର ଦୃଷ୍ଟି ନାହିଁ । ଏଥିଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମହାନଦୀ-ତେଲନଦୀ ସଙ୍ଗମ ସ୍ଥଳରେ ନିର୍ମିତ ଏହି ମନ୍ଦିର ସୁବର୍ଣ୍ଣପୁର ଜିଲାର ସଂସ୍କୃତି ସହ ଜଡିତ। ଦୁଇ ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ। ଏହାକୁ ଦ୍ୱିତୀୟ ବାରଣାସୀ ବୋଲି ମଧ୍ୟ କୁହାଯାଏ। ପ୍ରକୃତିର ନୈସର୍ଗିକ ଶୋଭାକୁ ଉପଭୋଗ କରିବା ପାଇଁ ବର୍ଷ ସାରା ଏଠାରେ ଲୋକଙ୍କ ଭିଡ ଜମେ। ମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରକୃତ ତଥ୍ୟ ନ ଥିଲା ବେଳେ ସ୍ଥାପତ୍ୟଗତ ବିଶେଷତ୍ୱ ଦୃଷ୍ଟିରୁ ଏହା ପ୍ରାୟ ଖ୍ରୀ. ୧୭୦୦ରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦିଅନ୍ତି। ଏହି ମନ୍ଦିରର ଉଚ୍ଚତା ପ୍ରାୟ ୪୦ ଫୁଟ୍‌। ମନ୍ଦିରଟି ବିମାନ, ବୃଷଭ ମଣ୍ଡପ, ଚନ୍ଦନ ମଣ୍ଡପ ଓ ପ୍ରବେଶ ଗୃହର ସମାହାରରେ ସୁସଜ୍ଜିତ। ମନ୍ଦିର ବେଢାରେ ହନୁମାନ, ତ୍ରିବିକ୍ରମ, ଭୈରବ, ଅନ୍ନପୂର୍ଣ୍ଣା, ଦଶଭୂଜାଦୁର୍ଗା, ବାଣେଶ୍ୱର, ନନ୍ଦା, ଭୂକୁଟା, ସରସ୍ବତୀ, ନାରାୟଣ, ଗଣେଶ, କାର୍ତ୍ତିକେୟ, ଚମ୍ପଶ୍ୱର ଓ ପାର୍ବତୀଙ୍କ ଛୋଟ ବଡ ମନ୍ଦିର ରହିଛି। ପରିସରରେ ଅନେକଗୁଡିଏ ପ୍ରାଚୀନ ଭଗ୍ନ ମୂର୍ତ୍ତି ମଧ୍ୟ ସଂରକ୍ଷିତ ହୋଇ ରହିଛି। ତନ୍ମଧ୍ୟରୁ ଅମୋଘସିଦ୍ଧି ବୁଦ୍ଧ ମୂର୍ତ୍ତି ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଦୁରାବସ୍ଥା ସମ୍ପର୍କରେ ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଳିକ କୁହନ୍ତି ପୀଠ ଚତୁଃପାର୍ଶ୍ୱର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ମନ୍ଦିର ମରାମତି ଠିକ୍‌ ଭାବେ କରାଯାଉନି। କିଛି ମାସ ପୂର୍ବରୁ ନୟାଗଡରୁ ମିସ୍ତ୍ରୀ ଆସି ମୁଖ୍ୟ ବଡ ମନ୍ଦିର ମରାମତି କରିଥିଲେ। ମାତ୍ର ପାର୍ଶ୍ୱ ମନ୍ଦିର କାମ ନ କରି କେବଳ ରଙ୍ଗ ମାରି ଚାଲି ଯାଇଥିବା ଅଭିଯୋଗ ହୋଇଛି। ଶୀଘ୍ର ମରାମତି କରା ନ ଗଲେ ମନ୍ଦିର ନଷ୍ଟ ହୋଇଯିବ। ମନ୍ଦିରର ପୂଜକ କଲ୍ୟାଣ ଥନାପତି ଓ ସଚ୍ଚିଦାନନ୍ଦ ଦାଶଙ୍କୁ ପଚାରିବାରୁ ସାମାନ୍ୟ ବର୍ଷା ହେଲେ ମନ୍ଦିରର ବୃଷଭ ମଣ୍ଡପରୁ ପାଣି ଝରୁଥିବା କହିଥିଲେ। ସେହିପରି ସ୍ବର୍ଣ୍ଣଚମ୍ପା ଗଛ ପାର୍ଶ୍ୱରେ ମନ୍ଦିର କାନ୍ଥରେ ଲମ୍ବା ଫାଟ ସୃଷ୍ଟି ହୋଇଛି। ବରଗଛ ଓ ଚମ୍ପା ଗଛର ଚେର ମନ୍ଦିର ପ୍ରତି ବିପଦ ସୃଷ୍ଟି କଲାଣି। ତେଣୁ ଦେବୋତ୍ତର ବିଭାଗ କିମ୍ବା ଜିଲା ପ୍ରଶାସନ ଏହି ପୁରାତନ ମନ୍ଦିରର ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri