ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ ବାନ୍ଧି ତାଲା ପକାଯାଇଥିଲା। ପୁଅର ଏଭଳି କଷ୍ଟକୁ ଦେଖି ଗୁମୁରି କାନ୍ଦୁଥିବା ମାଆ ଥିଲେ ଅସହାୟ। ପେଟକୁ ଦି ମୁଠା ଦାନା ଯୋଗାଡ କରିବାର ସଂଘର୍ଷ ଭିତରେ ପୁଅର ଚିକିତ୍ସା କଥା ଭାବିବା ଥିଲା ମାର ବୃଥା ପ୍ରୟାସ। ଶେଷରେ ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଶିକୁଳି ମୁକ୍ତ ହୋଇଥିଲେ ପୁରୀ ସଦର ବ୍ଲକ ପାର୍ବତୀପୁର ପାଇକ ସାହିର ରାମଚନ୍ଦ୍ର ରାଉତ। ଜିଲା ସାମାଜିକ ସୁରକ୍ଷା ବିଭାଗ ତାଙ୍କୁ ଉଦ୍ଧାର କରି କଣାସସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ପଠାଇଥିଲା। ଚିକିତ୍ସା ପାଇଁ ପ୍ରତିଷ୍ଠାନ ତାଙ୍କୁ କଟକ ଏସ୍‌ସିବି ମେଡିକାଲ ନେଇଥିବାବେଳେ ସେଠାରୁ ନିଖୋଜ ହୋଇଯାଇଛନ୍ତି ରାମଚନ୍ଦ୍ର। ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଗତ ଅକ୍ଟୋବର ୯ରୁ ରାମଚନ୍ଦ୍ର ନିଖୋଜ ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ସେବା ପ୍ରତିଷ୍ଠାନ ଅଭିଯୋଗ କରିଛି। ଇତିମଧ୍ୟରେ ମାସେ ପୂରିବାକୁ ଯାଉଥିବାବେଳେ ଏ ସଂକ୍ରାନ୍ତରେ ଜିଲା ପ୍ରଶାସନକୁ ଜଣାଯାଇ ନାହିଁ।

ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ କହିଛନ୍ତି, ରାମଚନ୍ଦ୍ରଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ନୀଳାଚଳ ସେବା ପ୍ରତିଷ୍ଠାନରେ ରଖାଯାଇଥିଲା। ଅଧିକ ଚିକିତ୍ସା ଲାଗି ସେମାନେ ଏସ୍‌ସିବି ମେଡିକାଲ ମାନସିକ ରୋଗ ବିଭାଗକୁ ନେଇଥିଲେ। ବିଭାଗ ପକ୍ଷରୁ ପ୍ରଥମେ କରୋନା ପରୀକ୍ଷା ଲାଗି ପରାମର୍ଶ ଦିଆଯାଇଥିଲା। ରାମଚନ୍ଦ୍ରଙ୍କୁ ଏସ୍‌ସିବି ପରିସରରେ କରୋନା ପରୀକ୍ଷା କରିବା ସମୟରେ ସେ କେଉଁଆଡେ ପଳାଇଥିଲେ। ପ୍ରତିଷ୍ଠାନ କର୍ମଚାରୀ ତାଙ୍କୁ ନ ପାଇବା ପରେ ଗତ ଅକ୍ଟୋବର ୯ରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ମେଡିକାଲ ପକ୍ଷରୁ ବି ଆଉଏକ ଅଭିଯୋଗ କରାଯାଇଛି। ମାତ୍ର ରାମଚନ୍ଦ୍ରଙ୍କ ନିଖୋଜ ସଂକ୍ରାନ୍ତରେ ପ୍ରତିଷ୍ଠାନ ପକ୍ଷରୁ ଜିଲା ପ୍ରଶାସନକୁ ଜଣାଯାଇ ନ ଥିଲା। ଶନିବାର ଅପରାହ୍ନରେ ଜଣେ ସ୍ବେଚ୍ଛାସେବୀଙ୍କଠାରୁ ଖବର ପାଇବା ପରେ ସେ ପ୍ରତିଷ୍ଠାନ ସହ ଯୋଗାଯୋଗ କରିଥିଲେ। ରାମଚନ୍ଦ୍ର ନିଖୋଜ ହୋଇଥିବା ନେଇ ତାଙ୍କୁ ସୂଚନା ଦିଆଯାଇଥିଲା ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପାଢୀ କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ରିପୋର୍ଟ ଦେବା ଲାଗି ସେବା ପ୍ରତିଷ୍ଠାନକୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପ୍ରତିଷ୍ଠାନର ସମ୍ପାଦକ ସୁବାସ ଗଜେନ୍ଦ୍ର କହିଛନ୍ତି, ରାମଚନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ନିଆଯାଇଥିଲା। ସେ ନିଖୋଜ ହୋଇଯିବା ପରେ ଆମେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲୁ। ସେହିଦିନ ଟେଲିଫୋନ ମାଧ୍ୟମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ରାମଚନ୍ଦ୍ରଙ୍କ ନିଖୋଜ ସଂକ୍ରାନ୍ତରେ ଜଣାଇଥିଲୁ। କିନ୍ତୁ ଲିଖିତ ଭାବେ ଜଣାଇ ନ ଥିଲୁ।

ତେବେ ଏଠି ପ୍ରଶ୍ନ ଉଠୁଛି ଦିନକ ପରେ ରାମଚନ୍ଦ୍ରଙ୍କ ନିଖୋଜକୁ ମାସେ ପୂରିବ। ହେଲେ ଏ ବିଷୟରେ ଏସ୍‌ସିବି ମେଡିକାଲ ହେଉ ଅବା ନୀଳାଚଳ ସେବା ପ୍ରତିଷ୍ଠାନ କେହି ବି ପୁରୀ ଜିଲା ପ୍ରଶାସନକୁ ଖବର ଦେଇନାହାନ୍ତି। ଅଭିଯୋଗ ପାଇବା ପରେ ପୋଲିସ ରାମଚନ୍ଦ୍ରଙ୍କୁ ଠାବ କରିବା ଲାଗି କି ପ୍ରକାର ପଦକ୍ଷେପ ନେଇଛି ତାହାକୁ ନେଇ ବି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ...

ବ୍ରହ୍ମପୁରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ: କ୍ୟାନସରର ଏକ ତୃତୀୟାଂଶ ଧୂମପାନ ଲାଗି ହୁଏ

ବ୍ରହ୍ମପୁର ଅଫିସ୍‌,୩୧।୫: ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା...

ଲୋକଙ୍କ ସମସ୍ୟା ବୁଝିବାକୁ ୯ କି.ମି. ଚାଲିଲେ ବିଡିଓ

ଦଶପଲ୍ଲା,୨୨ା୧୦(ଡି.ଏନ.ଏ.): ରାଜ୍ୟ ସରକାର ଚଳିତମାସ ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଆଧାରରେ ରାଜନେତାଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ...

ଅର୍ଥ ବିଭାଗରେ ଅଦଳବଦଳ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଟ୍ୟାକ୍ସେସନ୍‌ ଏଣ୍ଡ ଆକାଉଣ୍ଟସ୍‌ ସର୍ଭିସ-୨ର ୫୪ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏ...

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ‘ଲୋଭ ପରିହାର କର, ସଚ୍ଚୋଟ ହୁଅ’

ଅନୁଗୋଳ ଅଫିସ, ୧ା୧୧-ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗୁରୁବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।...

୫ ଲକ୍ଷ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

ଢେଙ୍କାନାଳ ଅଫିସ,୬।୭: ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଫ୍ଲାାଇଙ୍ଗ୍‌ ସ୍କାର୍ଡ ଟିମ୍‌ ବୁଧବାର ଢେଙ୍କାନାଳ ବାଜି ଚୌକ ହାଉସିଂ ବୋର୍ଡ କଲୋନୀରେ...

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର...

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ସହ ଗ୍ୟାସ ଟ୍ୟାଙ୍କର ଧକ୍କା: ଜଣେ ମୃତ, ୧୦ ଆହତ

ବଇଣ୍ଡା,୧୯।୫(ଡି.ଏନ୍‌.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ମଙ୍ଗଳବାର ସକାଳେ ପ୍ରବାସୀଙ୍କୁ ନେଇ କୋଲକତା ଯାଉଥିବା ଏକ ବସ୍‌ ସହ ଗ୍ୟାସ...

Advertisement
Archives

Model This Week