ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ ବାନ୍ଧି ତାଲା ପକାଯାଇଥିଲା। ପୁଅର ଏଭଳି କଷ୍ଟକୁ ଦେଖି ଗୁମୁରି କାନ୍ଦୁଥିବା ମାଆ ଥିଲେ ଅସହାୟ। ପେଟକୁ ଦି ମୁଠା ଦାନା ଯୋଗାଡ କରିବାର ସଂଘର୍ଷ ଭିତରେ ପୁଅର ଚିକିତ୍ସା କଥା ଭାବିବା ଥିଲା ମାର ବୃଥା ପ୍ରୟାସ। ଶେଷରେ ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଶିକୁଳି ମୁକ୍ତ ହୋଇଥିଲେ ପୁରୀ ସଦର ବ୍ଲକ ପାର୍ବତୀପୁର ପାଇକ ସାହିର ରାମଚନ୍ଦ୍ର ରାଉତ। ଜିଲା ସାମାଜିକ ସୁରକ୍ଷା ବିଭାଗ ତାଙ୍କୁ ଉଦ୍ଧାର କରି କଣାସସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ପଠାଇଥିଲା। ଚିକିତ୍ସା ପାଇଁ ପ୍ରତିଷ୍ଠାନ ତାଙ୍କୁ କଟକ ଏସ୍‌ସିବି ମେଡିକାଲ ନେଇଥିବାବେଳେ ସେଠାରୁ ନିଖୋଜ ହୋଇଯାଇଛନ୍ତି ରାମଚନ୍ଦ୍ର। ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଗତ ଅକ୍ଟୋବର ୯ରୁ ରାମଚନ୍ଦ୍ର ନିଖୋଜ ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ସେବା ପ୍ରତିଷ୍ଠାନ ଅଭିଯୋଗ କରିଛି। ଇତିମଧ୍ୟରେ ମାସେ ପୂରିବାକୁ ଯାଉଥିବାବେଳେ ଏ ସଂକ୍ରାନ୍ତରେ ଜିଲା ପ୍ରଶାସନକୁ ଜଣାଯାଇ ନାହିଁ।

ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ କହିଛନ୍ତି, ରାମଚନ୍ଦ୍ରଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ନୀଳାଚଳ ସେବା ପ୍ରତିଷ୍ଠାନରେ ରଖାଯାଇଥିଲା। ଅଧିକ ଚିକିତ୍ସା ଲାଗି ସେମାନେ ଏସ୍‌ସିବି ମେଡିକାଲ ମାନସିକ ରୋଗ ବିଭାଗକୁ ନେଇଥିଲେ। ବିଭାଗ ପକ୍ଷରୁ ପ୍ରଥମେ କରୋନା ପରୀକ୍ଷା ଲାଗି ପରାମର୍ଶ ଦିଆଯାଇଥିଲା। ରାମଚନ୍ଦ୍ରଙ୍କୁ ଏସ୍‌ସିବି ପରିସରରେ କରୋନା ପରୀକ୍ଷା କରିବା ସମୟରେ ସେ କେଉଁଆଡେ ପଳାଇଥିଲେ। ପ୍ରତିଷ୍ଠାନ କର୍ମଚାରୀ ତାଙ୍କୁ ନ ପାଇବା ପରେ ଗତ ଅକ୍ଟୋବର ୯ରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ମେଡିକାଲ ପକ୍ଷରୁ ବି ଆଉଏକ ଅଭିଯୋଗ କରାଯାଇଛି। ମାତ୍ର ରାମଚନ୍ଦ୍ରଙ୍କ ନିଖୋଜ ସଂକ୍ରାନ୍ତରେ ପ୍ରତିଷ୍ଠାନ ପକ୍ଷରୁ ଜିଲା ପ୍ରଶାସନକୁ ଜଣାଯାଇ ନ ଥିଲା। ଶନିବାର ଅପରାହ୍ନରେ ଜଣେ ସ୍ବେଚ୍ଛାସେବୀଙ୍କଠାରୁ ଖବର ପାଇବା ପରେ ସେ ପ୍ରତିଷ୍ଠାନ ସହ ଯୋଗାଯୋଗ କରିଥିଲେ। ରାମଚନ୍ଦ୍ର ନିଖୋଜ ହୋଇଥିବା ନେଇ ତାଙ୍କୁ ସୂଚନା ଦିଆଯାଇଥିଲା ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପାଢୀ କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ରିପୋର୍ଟ ଦେବା ଲାଗି ସେବା ପ୍ରତିଷ୍ଠାନକୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପ୍ରତିଷ୍ଠାନର ସମ୍ପାଦକ ସୁବାସ ଗଜେନ୍ଦ୍ର କହିଛନ୍ତି, ରାମଚନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ନିଆଯାଇଥିଲା। ସେ ନିଖୋଜ ହୋଇଯିବା ପରେ ଆମେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲୁ। ସେହିଦିନ ଟେଲିଫୋନ ମାଧ୍ୟମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ରାମଚନ୍ଦ୍ରଙ୍କ ନିଖୋଜ ସଂକ୍ରାନ୍ତରେ ଜଣାଇଥିଲୁ। କିନ୍ତୁ ଲିଖିତ ଭାବେ ଜଣାଇ ନ ଥିଲୁ।

ତେବେ ଏଠି ପ୍ରଶ୍ନ ଉଠୁଛି ଦିନକ ପରେ ରାମଚନ୍ଦ୍ରଙ୍କ ନିଖୋଜକୁ ମାସେ ପୂରିବ। ହେଲେ ଏ ବିଷୟରେ ଏସ୍‌ସିବି ମେଡିକାଲ ହେଉ ଅବା ନୀଳାଚଳ ସେବା ପ୍ରତିଷ୍ଠାନ କେହି ବି ପୁରୀ ଜିଲା ପ୍ରଶାସନକୁ ଖବର ଦେଇନାହାନ୍ତି। ଅଭିଯୋଗ ପାଇବା ପରେ ପୋଲିସ ରାମଚନ୍ଦ୍ରଙ୍କୁ ଠାବ କରିବା ଲାଗି କି ପ୍ରକାର ପଦକ୍ଷେପ ନେଇଛି ତାହାକୁ ନେଇ ବି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri