ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ଭୁବନେଶ୍ୱର ରମାଦେବୀ ଜୁନିୟର କଲେଜ (ଉଚ୍ଚ ମାଧ୍ୟମିକ ସ୍କୁଲ୍‌)ରେ ରାଗିଂ ଅଭିଯୋଗ ଆସିଛି। ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଛନ୍ତି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଗଣଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି।
ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲାରେ। ତାଙ୍କ ଅଭିଯୋଗ ହେଲା, ରମାଦେବୀ ଜୁନିୟର କଲେଜର ୧ ନମ୍ବର ରୁମ୍‌ରେ ସେ ରହୁଥିବାବେଳେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଏପରିକି ଏକ ଘରିକିଆ କରି ରଖାଯାଇଛି। ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଛି। ସେ ଓଡ଼ିଆ ମିଡିୟମ ଛାତ୍ରୀ ହୋଇଥିବାବେଳେ ତାଙ୍କ ରୁମମେଟ୍‌ମାନେ ଇଂଲିଶ ମିଡିୟମ ଛାତ୍ରୀ। ତେଣୁ ସେମାନେ ଏପରି ପାତରଅନ୍ତର କରୁଛନ୍ତି। ସେହିଭଳି ଜାତିଆଣ ମନ୍ତବ୍ୟ, ଅଶ୍ଳୀଳ ଭିଡିଓ ଦେଖାଇବା, ରାତିରେ ଶର୍ଟସ୍‌ ପିନ୍ଧିବାକୁ ବାଧ୍ୟ କରିବା ଭଳି ମଧ୍ୟ ଛାତ୍ରୀଜଣଙ୍କ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଛାତ୍ରୀ ଜଣକ ପ୍ରଥମେ ତାଙ୍କ ମା’ ଓ ବାପାଙ୍କୁ ଏବଂ ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରିକି କଲେଜ ଆଣ୍ଟି ରାଗିଂ ସେଲ୍‌ରେ ମଧ୍ୟ ଏହି ଅଭିଯୋଗ କରିଥିଲେ। ହେଲେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଛାତ୍ରୀ ଜଣକ ଗଣଶକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ବିଭାଗ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କଳେଜ ଅଧ୍ୟକ୍ଷା ସରୋଜ ଲକ୍ଷ୍ମୀ ସିଂ କହିଛନ୍ତି, ସେ ଝିଅ ହଷ୍ଟେଲ ଆସିବାର ମାତ୍ର ୧୦ଦିନରେ ଏଭଳି ଅଭିଯୋଗ ଆଣିଥିଲେ। ସେ ରୁମ୍‌ରେ ସିନିୟର ପିଲା ରହୁନାହାନ୍ତି। ତାଙ୍କ ବ୍ୟାଚ୍‌ର ଛାତ୍ରୀ ରହୁଛନ୍ତି। ପୂର୍ବରୁ ସେମାନଙ୍କ ସହିତ ମିଶିକି ଭଲରେ ରହୁଥିଲେ, ମିଳିମିଶି ମାର୍କେଟ ମଧ୍ୟ ଯାଉଥିଲେ। କିନ୍ତୁ ଏବେ ସେ ଯେଉଁ ଅଭିଯୋଗ ଆଣିଛି ସେଥିରେ କୌଣସି ସତ୍ୟସତ୍ୟ ନାହିଁ। ଗତ ୧୪ ତାରିଖ ରାତି ପ୍ରାୟ ୧୦ଟା ପରେ ସେ ଝିଅ ତାଙ୍କ ଅଭିଭାବକଙ୍କ ସହିତ ଆସି ମୋତେ ଅଭିଯୋଗପତ୍ର ଦେଇଥିଲେ ଏବଂ ମୁଁ ଗ୍ରହଣ କରିଥିଲି। ଏହାପରେ ତା’ର ତଦନ୍ତ ହୋଇଥିଲା ଏବଂ ସେଭଳି କିଛି ହୋଇ ନ ଥିବା ଜଣାପଡ଼ିଥିଲା। କେବଳ ରୁମ୍‌ ବାହାରେ ମୁଣ୍ଡ କୁଣ୍ଡାଇବା ପାଇଁ ରୁମ୍‌ମେଟ୍‌ମାନେ ତାଙ୍କୁ କହିଥିବା ଜଣାପଡିଥିଲା। ତେଣୁ ଆମେ ତାଙ୍କୁ ଅନ୍ୟ ରୁମ୍‌ରେ ରହିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ସେ ଏଠାରେ ପଢ଼ିବେନି ବୋଲି କହିଥିଲେ ବୋଲି ଅଧ୍ୟକ୍ଷା ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri