Posted inଜାତୀୟ

ରାମ ବିଳାସ ପାଶୱାନଙ୍କର ହେଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ/ପାଟନା,୪ ।୧୦: ଗତ କିଛିଦିନ ହେବ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାୱାନଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହାର୍ଟ ସର୍ଜରୀ କରାଯାଇଛି । ରାମ ବିଳାସଙ୍କ ପୁଅ ତଥା ଏଲ୍‌ଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କିଛିଦିନ ହେବ ତାଙ୍କ ପିତାଙ୍କର ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ହାର୍ଟ ସର୍ଜରୀ କରିବାକୁ ପଡିଲା । ଆବଶ୍ୟକ ପଡିଲେ ଏକ ସପ୍ତାହ ପରେ ଆଉ ଏକ ସର୍ଜରୀ କରିବାକୁ ପଡିବ ବୋଲି ଚିରାଗ ସୂଚନା ଦେଇଛନ୍ତି । ଏହି ସଙ୍କଟ ସମୟରେ ଆପଣମାନେ ମୋ ପରିବାରକୁ ସହଯୋଗ କରିଥିବାରୁ ଧନ୍ୟବାଦ ବୋଲି ଲେଖିଛନ୍ତି ଚିରାଗ । ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ରାମବିଳାସ ହଠାତ୍ ଅସୁସ୍ଥ ହୋଇ ପଡିବା ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଶନିବାର ଏଲ୍‌ଜେପିର ସଂସଦୀୟ ବୋର୍ଡର ବୈଠକକୁ ବାତିଲ କରାଯାଇଛି । ସୂଚନାଯୋଗ୍ୟ, ଶନିବାର ଯେତେବେଳେ ବୈଠକ ଆୟୋଜନ ହେବାର ଥିଲା ଠିକ୍ ସେତିକି ବେଳେ ରାମ ବିଳାସଙ୍କ ଦେହ ଅଧିକ ଖରାପ ହେବାରୁ ବୈଠକ ଛାଡି ଚିରାଗ ହସ୍ପିଟାଲ ଚାଲି ଯାଇଥିଲେ ଫଳରେ ବୈଠକୁ ବାତିଲ କରିବାକୁ ପଡିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କୁ କାଳିମାଡ଼ କଲେ ମହିଳା

ପାଟନା, ୨୩ା୮: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ପ୍ରଥମ ଥର ପାଇଁ ନିଜ ଲୋକ ସଭା ନିର୍ବାଚନମଣ୍ଡଳୀ ବିହାରର ହାଜିପୁର ଗସ୍ତ କରିଥିବା ପଶୁପତି...

ଭାରତ-ଇସ୍ରାଏଲ ମିଳିତ ଭାବେ ପ୍ରସ୍ତୁତ କରିବେ ହାଇଟେକ୍ ଅସ୍ତ୍ର ପ୍ରଣାଳୀ

ନୂଆଦିଲ୍ଲୀ,୨୬ ।୯: ଭାରତ ଓ ଇସ୍ରାଏଲ ସେମାନଙ୍କର ପ୍ରତିରକ୍ଷା ସହଭାଗିତାକୁ ଆହୁରି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ଉଭୟ ଦେଶ ଉଚ୍ଚ ବୈଷୟିକ...

ଭାରତ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଟିଏ ଦିନରେ ଦୁଇଟି ରାଜ୍ୟ ଗସ୍ତରେ ଅଛନ୍ତି । ପ୍ରଥମେ ସେ ଆସାମର ସୋନିତପୁର ଜିଲରେ ପହଞ୍ଚିଛନ୍ତି...

ରାମଲୀଳା ପାଇଁ ଚାଲିଛି ପ୍ରସ୍ତୁତି, ମନୋଜ ତିଓ୍ବାରୀ କରିବେ ଅଭିନୟ

ନୂଆଦିଲ୍ଲୀ,୩୦।୮: କରୋନା ସମୟରେ ଦେଶରେ ସବୁ ମହୋତ୍ସବ ଫିକା ପଡିଯାଇଛି। ମାସ ମାସ ଧରି ଠପ୍‌ ହୋଇଯାଇଛି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ଧୀରେ ଧୀରେ ସବୁକିଛି...

୫୫ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ମିଳିବ ବାଳ ଅପରାଧୀଙ୍କ ଦଣ୍ଡ: ଜୁଭେନାଇଲ୍‌ ବୋର୍ଡକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୮।୧୦: ଜଣେ ୫୫ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ବାଳ ଅପରାଧୀଙ୍କ ଲାଗି ଧାର୍ଯ୍ୟ ହୋଇଥିବା ଦଣ୍ଡାଦେଶ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ...

୩ ଜୈଶ୍‌ ଆତଙ୍କବାଦୀ ଗିରଫ

ଜମ୍ମୁ,୧୩-୯(ପି.ଟି.):ଏକ କାର୍ଡବୋର୍ଡ ବୋଝେଇ ଟ୍ରକ୍‌ରେ ବିପୁଳ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାବେଳେ ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଗୁରୁବାର ୩ ଜୈଶ୍‌ ଆତଙ୍କବାଦୀ ଧରାପଡ଼ିଛନ୍ତି। ସକାଳ ୮ଟାରେ ଜମ୍ମୁ-ପଠାକୋଟ...

ମନ୍ଦିର ପରିଚାଳନାରେ ରାଜପରିବାରର ବି ରହିଛି ଅଧିକାର: ସୁପ୍ରିମକୋର୍ଟ

ଥିରୁଭାନନ୍ତପୁରମ,୧୩।୭: ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନା କ୍ଷେତ୍ରରେ ତ୍ରାବଣକୋର ରାଜପରିବାରର ମଧ୍ୟ ଅଧିକାର ରହିଛି। ସୋମବାର ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହ ରାଜପରିବାରର ଅଧିକାରକୁ ମାନ୍ୟତା...

ମହାରାଷ୍ଟ୍ରରେ ଭାଜପା ଖେଳ ଶେଷ:ପରାଜୟ ପୂର୍ବରୁ ପଳାୟନ

ନୂଆଦିଲ୍ଲୀ/ମୁମ୍ବାଇ,୨୭-୧୧:ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଭାଜପାର ସଂଖ୍ୟାଖେଳ ଶେଷ ହୋଇଯାଇଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା...

Advertisement


Archives

Model This Week