Posted inଫୁରସତ

ରାମ କନ୍ଦମୂଳ

ଡ୍ରମ୍‌ ପରି ଦେଖାଯାଉଥିବା ଏହି ଜିନିଷଟି ପ୍ରକୃତରେ ଏକ ଖାଦ୍ୟ, ଯାହାର ନାଁ ରାମ କନ୍ଦମୂଳ। ସାଧାରଣତଃ କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ଏହା ମିଳେ। ଗୋଟିଏ ଗୋଟିଏ ରାମ କନ୍ଦମୂଳର ଓଜନ ୩୦୦ କେଜିରୁ ଊର୍ଦ୍ଧ୍ୱ ହୋଇଥାଏ। ରାସ୍ତାକଡ଼ରେ ବିକ୍ରି ହେଉଥିବା ରାମ କନ୍ଦମୂଳକୁ କାଗଜ ପରି ପତଳା ପତଳା କରି କାଟି ଗ୍ରାହକଙ୍କୁ କଞ୍ଚା ଖାଇବା ପାଇଁ ଦିଆଯାଏ। ସେଥିରେ ଲଙ୍କା, ଲୁଣ, ଚିନି, ଲେମ୍ବୁ ମିଶାଇ ବି ଖିଆଯାଏ। ଖରାଦିନେ ମିଳୁଥିବା ଏହି କନ୍ଦମୂଳ ପେଟ ଥଣ୍ଡା କରିବା ସହ ଭୋକ ଶୋଷ ମେଣ୍ଟାଏ। ଏଥିରେ ଔଷଧୀୟ ଗୁଣ ବି ଭରିରହିଛି। ତେବେ ଅନେକ ସମୟ ପର୍ଯ୍ୟନ୍ତ ଏହା ବୈଜ୍ଞାନିକଙ୍କ ପାଇଁ ଏକ ରହସ୍ୟ ହୋଇଥିଲା। କାରଣ ସେମାନେ ଜାଣିପାରୁ ନ ଥିଲେ ଏହା କେଉଁ ଗଛର ଅଂଶ। ଏହାକୁ ବିକ୍ରି କରୁଥିବା ବ୍ୟକ୍ତି ମଧ୍ୟ ଏହାର ସଠିକ୍‌ ତଥ୍ୟ କାହାକୁ ଜଣାନ୍ତି ନାହିଁ। ତେଣୁ ଏହା ଏବେ ବି ସ୍ପଷ୍ଟ ନୁହେଁ ଯେ, ଏହା ମାଟି ତଳେ ହୁଏ ଅବା ମାଟି ଉପରେ। ତେବେ କୁହାଯାଏ ବନବାସ ସମୟରେ ଭଗବାନ ରାମଚନ୍ଦ୍ର, ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ ଏହାକୁ ଖାଇ ଜୀବନଧାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?