Advertisement

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ ରିତେଶଙ୍କ ପରିଚୟ ଲୁଚାଇ ରଖିଥିଲେ। ଏବେ କିନ୍ତୁ ରିତେଶଙ୍କ ସହ ତାଙ୍କର ସମ୍ପର୍କ ସତ କି ମିଛ ସେନେଇ ଚର୍ଚ୍ଚା ଜୋର ଧରିଛି। ଏହା ପଛରେ କାରଣଟି ହେଲା ଭାଇରାଲ ହେଉଥିବା କିଛି ଫଟୋ। ଏଥିରେ ରିତେଶଙ୍କ ସହ ପ୍ରଥମ ସ୍ତ୍ରୀ ସ୍ନିଗ୍ଧା ପ୍ରିୟା ଏବଂ ତାଙ୍କ ପୁଅଙ୍କୁ ଦେଖିବାକୁ ମିଳୁଛି।

ଫଟୋ ଭାଇରାଲ ପରେ ସ୍ନିଗ୍ଧା ବିଗ୍‌ ବସ୍‌ ଘରେ ଥିବା ବ୍ୟକ୍ତି ତାଙ୍କ ସ୍ବାମୀ। ଏପରିକି ସେ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ରିତେଶ ବିହାରର। ୨୦୧୪ରେ ସେ ତାଙ୍କୁ ବିବାହ କରିଥିଲେ। ପରିବାରଲୋକଙ୍କ ସହମତିରେ ସେ ରିତେଶଙ୍କୁ ବିବାହ କରିଥିଲେ। ପ୍ରଥମେ ସେ ବିହାରରେ ରହୁଥିଲେ। ପରେ ଚେନ୍ନାଇ ଯାଇଥିଲେ। ୨୦୧୫ ଡିସେମ୍ବର ମାସରେ ତାଙ୍କର ଏକ ପୁଅ ହୋଇଥିଲା। ବିବାହର ୭ ବର୍ଷ ବେଶ କଠିନ ଥିଲା। କାରଣ ରିତେଶ ଚିଡ୍‌ଚିଡା ସ୍ବଭାବର ଥିଲେ। ସେ ମାରପିଟ କରୁଥିଲେ। ୨୦୧୭ରେ ସେ ତାଙ୍କ ବିରୋଧରେ ମାମଲା ଦାୟର କରିିଥିଲେ। ଏହାର ଅନେକ ଦିନ ପରେ ସେ ଛାଡ଼ପତ୍ର ଦେବା ଲାଗି ତାଙ୍କୁ କହିଥିଲେ। ହେଲେ ସେ ଅଲଗା ହୋଇନାହାନ୍ତି।

ଅପରପକ୍ଷେ ଟେଲିଭିଜନ ପରଦାରେ ରାକ୍ଷୀଙ୍କ ସ୍ବାମୀ ଭାବେ ତାଙ୍କୁ ଦେଖି ସ୍ନିଗ୍ଧା ଚମକି ଯାଇଛନ୍ତି। ବିବାହ ବିଚ୍ଛେଦ ହୋଇ ନ ଥିବା ବେଳେ କିଭଳି ଆଇନ ବାହାରକୁ ଯାଇ ସେ ପୁଣି ଥରେ ଏତେ ବଡ଼ ସେଲିବ୍ରିଟିଙ୍କୁ ବିବାହ କରିଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଲୁକ୍‌ରେ ଆମିର

ମୁମ୍ବାଇ: ବଲିଉଡ୍‌ ନାୟକ ଆମିର ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରେ ଆଉ ନଜର ଆସୁ ନାହାନ୍ତି। ହେଲେ ବଲିଉଡର ଏହି ମିଷ୍ଟର ପରଫେକ୍ସନିଷ୍ଟ...

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର...

ଆହତ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’...

ବିବାହ ବାର୍ଷିକୀରେ ଅକ୍ଷୟଙ୍କ ଚାଟ୍‌ ଶେୟାର କଲେ ଟ୍ବିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ୍‌ ଖାନ୍ନା ସେମାନଙ୍କର ୨୧ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଟ୍ବିଙ୍କିଲ...

ବୟଫ୍ରେଣ୍ଡଙ୍କ ଅଭିନୟ ଦେଖି ଏମିତି ରିଆକ୍ସନ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ କୁଇନ୍ ମଲାଇକା ଆରୋରା ନିକଟରେ ମୁଭି ‘ଭୁତ ପୋଲିସ’ ଦେଖି ସୋସିଆଲ ମିଡିଆରେ ତାଙ୍କର ରିଆକ୍ସନ ଶେୟାର କରିଛନ୍ତି । ଫିଲ୍ମଟି ଦେଖିବା...

ଦିନେ କାମ ପାଇଁ ଘର ଘର ବୁଲୁଥିଲେ ଏହି ଅଭିନେତା: ଏବେ ଗୋଟେ ଏପିସୋଡ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଜାଣନ୍ତୁ

ଏକ ଦଶନ୍ଧିରୁ ଅଧିକ ଦିନ ଧରି ଚାଲିଆସୁଥିବା କମେଡି ସିରିଏଲ ‘ତାରକ ମେହେଟା କା ଓଲଟା ଚାଷ୍ମା’ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇପାରିଛି। ବର୍ଷ ବର୍ଷ...

ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପିସି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଆଲୋଚନାରେ ରହିଥାନ୍ତି। ୨୦୧୮ରେ ପ୍ରିୟଙ୍କା...

ରୋବର୍ଟ ଦୁନିଆର ସବୁଠୁ ହାଣ୍ଡସମ୍‌

ଓ୍ବାଶିଂଟନ୍‌, ୨୨।୬: ପରଫେକ୍ଟ ଫେସ୍‌ ଗଠନ ବିଷୟରେ ବିଜ୍ଞାନ ଅନୁସନ୍ଧାନ ପରେ ଇଂଲିଶ ଅଭିନେତା ରୋବର୍ଟ ପାଟିନ୍‌ସନ୍‌ଙ୍କୁ ଦୁନିଆର ସବୁଠାରୁ ହାଣ୍ଡସମ୍‌ ବ୍ୟକ୍ତି ଭାବେ ଘୋଷଣା...

Advertisement
Archives

Model This Week