Posted inଜାତୀୟ

୪୪ ଥର ଜେଲ ଯାଇଛନ୍ତି ରାକେଶ ଟିକାଏତ୍‌

ନୂଆଦିଲ୍ଲୀ,୩୦ା୧: କୃଷି ଆଇନ ବିରୋଧୀ ଆନ୍ଦୋଳନର ପୁରୋଧା ସାଜିଥିବା ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌ ପୂର୍ବରୁ ଅନେକ ବିକ୍ଷୋଭରେ ସାମିଲ ହୋଇ ୪୪ ଥର ଜେଲ ଯାଇଛନ୍ତି। କୃଷକଙ୍କ ପାଇଁ ଲଢ଼େଇ କରିବା ପୂର୍ବରୁ ସେ ଦିଲ୍ଲୀ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ୧୯୬୯ ଜୁନ୍‌ ୪ରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲା ସିସାଉଲି ଗ୍ରାମରେ ରାକେଶ ସିଂ ଟିକାଏତ୍‌ଙ୍କ ଜନ୍ମ। ତାଙ୍କ ବାପା ଚୌଧରୀ ମହେନ୍ଦ୍ର ସିଂ ଟିକାଏତ୍‌ ଇଣ୍ଡିଆନ୍‌ ଫାର୍ମର୍ସ ୟୁନିୟନର ଅଧ୍ୟକ୍ଷ ଥିଲେ। ୧୯୮୭ରେ ଶାମଲି ଜିଲାର କର୍ମୁଖେରିରେ ମହେନ୍ଦ୍ରଙ୍କ ନେତୃତ୍ୱରେ କୃଷକ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ସେଇଠୁ ବିକେୟୁର ମୂଳଦୁଆ ପଡ଼ିଥିଲା ଓ ମହେନ୍ଦ୍ର ଏହାର ଅଧ୍ୟକ୍ଷ ହୋଇଥିଲେ। ରାକେଶ ଏଲ୍‌ଏଲ୍‌ବି ପାସ୍‌ କରିବା ପରେ ୧୯୮୫ରେ ସୁନୀତା ଦେବୀଙ୍କୁ ବିବାହ କରିଥିଲେ। ସେହି ବର୍ଷ ସେ ଦିଲ୍ଲୀ ପୋଲିସରେ କନଷ୍ଟେବଳ ଭାବେ ଯୋଗଦେଇଥିଲେ। ୧୯୯୦ ଦଶକରେ ରାକେଶ ଚାକିରି ଛାଡ଼ି ବାପାଙ୍କ କୃଷକ ସଙ୍ଗଠନରେ ସାମିଲ ହୋଇଥିଲେ। ମହେନ୍ଦ୍ରଙ୍କ ପରଲୋକ ପରେ ବଡ଼ଭାଇ ନରେଶ ଟିକାଏତ୍‌ ବିକେୟୁର ଅଧ୍ୟକ୍ଷ ହୋଇଥିଲେ। ରାକେଶଙ୍କୁ ଏହାର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ଆର୍‌ଜେଡ଼ି ଠୁଁ ବେଶ୍‌ ଭଲ: ଅମିତ ମାଲବ୍ୟ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ଆର୍‌ଜେଡ଼ି ଠୁଁ ବେଶ୍‌ ଭଲ ରହିଛି। ରାଜ୍ୟରେ ଭାଜପାର ସ୍ଥିତି ଧୀରେଧୀରେ ସୁଦୃଢ଼ ହେଉଛି। ଭାଜପା...

ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ

ବେଙ୍ଗାଲୁରୁ,୬।୧୧: କର୍ନାଟକରେ ଏକ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚିତ୍ରଦୁର୍ଗାଠାରେ...

କଂଗ୍ରେସ ନେତୃତ୍ୱ ନେବାକୁ ଆଣ୍ଟୋନୀ ମନାକଲେ

ନୂଆଦିଲ୍ଲୀ,୧୫ା୬(ଆଇଏଏନ୍‌ଏସ୍‌): କଂଗ୍ରେସରେ ନେତୃତ୍ୱ ସଙ୍କଟ ଜାରି ରହିଥିବାବେଳେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ. ଆଣ୍ଟୋନୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଅଧ୍ୟକ୍ଷ ପଦ ଗ୍ରହଣ...

ନୀତୀଶଙ୍କ ମୁଜାଫରପୁର ଗସ୍ତ: ଲୋକେ କହିଲେ ଫେରିଯାଅ ମୁଖ୍ୟମନ୍ତ୍ରୀ

ପାଟନା, ୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରପୁର ଗସ୍ତ କରିଛନ୍ତି। ତେବେ...

ଭାରତ ସମେତ ୪୦ ଦେଶରେ ଓମିକ୍ରନ୍ ସବ ଭାରିଏଣ୍ଟର ବିପଦ

ନୂଆଦିଲ୍ଲୀ,୨୩ ।୧: କୋଭିଡ-୧୯ ଭାଇରସର ଓମିକ୍ରନ୍ ଭାରିଏଣ୍ଟରୁ ନିକଟରେ ମିଳିଥିବା ଉପ-ସଂକ୍ରମଣ ଉପରେ ବିଶେଷଜ୍ଞମାନେ ଦୃଷ୍ଟି ରଖିଛନ୍ତି । କାରଣ ଏହାଦ୍ୱାରା ନିର୍ଦ୍ଧାରିତ କରାଯାଇପାରିବ କି...

ଏମ୍‌ଆର୍‌ଆଇ ମେଶିନରେ ରୋଗୀଙ୍କୁ ରଖି ଭୁଲିଗଲେ ଟେକ୍ନିସିଆନ୍‌

ପଞ୍ଚକୁଲା,୨୩।୯: ହରିୟାଣାର ପଞ୍ଚକୁଲାରେ ଜଣେ ବରିଷ୍ଠ ନାଗରିକଙ୍କୁ ଏମ୍‌ଆର୍‌ଆଇ ମେଶିନରେ ରଖି ଟେକ୍ନିସିଆନ ଭୁଲିଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ସେକ୍ଟର...

ଉଦ୍ଧବଙ୍କୁ ଭେଟିଲେ ଗେହଲଟ

ମୁମ୍ବାଇ,୬।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁମ୍ବାଇଠାରେ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଖବରଦାତାଙ୍କୁ କହିଛନ୍ତି...

ରୋଟି ବ୍ୟାଙ୍କର ପ୍ରତିଷ୍ଠାତା କିଶୋରଙ୍କ କରୋନାରେ ମୃତ୍ୟୁ

ବାରାଣସୀ,୧୬।୪: ଦେଶରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

Advertisement
Archives

Model This Week