ଭୁବନେଶ୍ୱରରେ ରାଜରତନ ଶୋ’ରୁମ

ଭୁବନେଶ୍ୱର,୧୪।୯ : କଟକର ପ୍ରମୁଖ ଫ୍ୟାଶନ ଶୋ’ରୁମ୍‌ ରାଜରତନ ତାର ୨ୟ ଶୋ ରୁମ ଭୁବନେଶ୍ୱରର ଶ୍ରୀୟା ଛକଠାରେ ଶୁଭାରମ୍ଭ କରିଛି। ସଂସ୍ଥାର ଏହି ନୂଆ ଷ୍ଟୋରଟି ୩ ମହଲା ବିଶିଷ୍ଟ ଏବଂ ୧୦ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ପ୍ରତିଷ୍ଠା ହୋଇଛି। ଏଠାରେ ସବୁ ବର୍ଗର ଗ୍ରାହକଙ୍କ ମନ ପସନ୍ଦର ପୋଷାକ ଉପଲବ୍ଧ ହେଉଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ପର୍ବପର୍ବାଣିକୁ ଆଖି ଆଗରେ ରଖି ଗ୍ରାହକଙ୍କୁ ବିଭିନ୍ନ ବ୍ରାଣ୍ଡେଡ କମ୍ପାନୀର ପୋଷାକ ଯୋଗାଣ ଦିଗରେ ଏହା କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ଗ୍ରାହକଙ୍କର ସୁବିଧା ପାଇଁ ତଳ ମହଲାରେ ଶାଢି,ଲେଡିଜଓ୍ବେର, ବ୍ଲାଉଜ, ବେଡଶିଟ,କମ୍ପର୍ଟର,ଡୋର ମାର୍ଟ, ଯୋଗ ମାର୍ଟ ଓ ଟାଓ୍ବେଲ ଆଦି ରହିଥିବା ବେଳେ ୧ମ ମହଲାରେ କିଡସଓ୍ବେର, ଇନଫାଣ୍ଟ ଓ୍ବେର, କୁର୍ତ୍ତି, ସାଲେଓ୍ବେର ସୁଟ, ଗାଉନ,ସ୍କର୍ଟ ଟପ୍‌ସ, ଟ୍ରାକ ପ୍ୟାଣ୍ଟ କପେୟି ଏବଂ ଲେଗିନ୍‌ସ ଆଦି ରହିଛି। ସେହିଭଳି ଦ୍ୱିତୀୟ ମହଲାରେ ସେରଓ୍ବାନୀ, ସୁଟ, ଶାର୍ଟ, କାଜୁଆଲ, ଫର୍ମାଲ ଓ୍ବେର, ଲୁଙ୍ଗି, ଧୋତି, ଯୋଡା,ବ୍ଲେଜର ଆଦି ସାମଗ୍ରୀ ଉପଲବ୍ଧ ରହିଛି। ଏହି ଉଦ୍‌ଘାଟନୀ ଅବସରରେ ଗ୍ରାହକଙ୍କୁ ପ୍ରତି କ୍ରୟ ଉପରେ ଉପହାର ପ୍ରଦାନ କରାଯାଇଥିବା ସଂସ୍ଥାର ମୁଖ୍ୟ ବିଶ୍ୱପ୍ରକାଶ ମୁଂଦ୍ରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପାର୍ବଣ ଅଫର ଲୋକମାନଙ୍କୁ ପ୍ରଦାନ କରାଯିବ ବୋଲି ସେ ମତ ଦେଇଛନ୍ତି। ଏହି ଅବସରରେ ସଂସ୍ଥାର ପ୍ରମୁଖ ଅନିଲ ମୁଂଦ୍ରା ଓ ଶୋ’ରୁମ କର୍ମଚାରୀ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri