Posted inଜାତୀୟ

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚାଇନାଠାରୁ ନେଇଥିଲା ଟଙ୍କା: ଅମିତ ଶାହା

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚାଇନା ସୈନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପାର୍ଲାମେଣ୍ଟରେ ବିରୋଧୀମାନେ ସରକାରଙ୍କୁ ଘେରି ରହିଛନ୍ତି। ଏହି ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ମଙ୍ଗଳବାର ଗୃହରେ ଅମିତ ଶାହା ରାଜୀବ ଗାନ୍ଧୀ ଫାଉଣ୍ଡେସନର ବୈଦେଶିକ ଯୋଗଦାନ ନିୟମାବଳୀ (ଏଫସିଆରଏ) ଲାଇସେନ୍ସ ବାତିଲକୁ ନେଇ କହିଛନ୍ତି, କଂଗ୍ରେସ ବ୍ୟକ୍ତିଗତ ସମ୍ପର୍କ ଗଢିବା ପାଇଁ ସୁରକ୍ଷା ପରିଷଦର ସଦସ୍ୟତା ଉପହାର ଦେଇଛି। ରାଜୀବ ଗାନ୍ଧୀ ଫାଉଣ୍ଡେସନ ୨୦୦୫-୦୮ ମଧ୍ୟରେ ଚାଇନା ଦୂତାବାସଠାରୁ ୧.୩୫ କୋଟି ଟଙ୍କା ଅନୁଦାନ ପାଇଥିଲା। କଂଗ୍ରେସ ଶାସନ ସମୟରେ ୧୮ କିଲୋମିଟର ଜମି ଜବରଦଖଲ କରାଯାଇଥିଲା, କିନ୍ତୁ ଭାଜପା ଶାସନ ଅଧୀନରେ ଏହା ହୋଇପାରିବ ନାହିଁ। ଭାରତର ଇଞ୍ଚ ଜମି କେହି ଦଖଲ କରିପାରିବେ ନାହିଁ। ଆମ ସୈନ୍ୟଙ୍କ ଦ୍ୱାରା ଡିସେମ୍ବର ୮ ରାତିରେ ଏବଂ ୯ ସକାଳରେ ଦେଖାଯାଇଥିବା ସାହସିକତାକୁ ନିହାତି ପ୍ରଶଂସନୀୟ। ସେନା ସମସ୍ତ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଆମ ଦେଶକୁ ସୁରକ୍ଷା ଦେଇଥିଲା।
ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚାଇନାର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ସରୁ ସରୁ ରବର୍ଟଙ୍କ ବଢ଼ିଲା ସମସ୍ୟା: ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକ ସଭା ନିର୍ବାନରେ କଂଗ୍ରେସକୁ ମିଳିଥିବା ଶୋଚନୀୟ...

‘ଶରଦ ଭାଇ…ଏମିତି ବିଦାୟ ନେବାର ନ ଥିଲା’ ଭାବୁକ କଲା ଲାଲୁଙ୍କ ଟୁଇଟ ଭିଡିଓ

ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ଗୁରୁବାର ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୭୫ ବର୍ଷ ବୟସରେ...

ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍‌ପି

ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍‌ପି ଜାମ୍‌ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା...

ତେଲଙ୍ଗାନାର ବିକାଶ ଦେଶ ପାଇଁ ଦୃଷ୍ଟାନ୍ତ

ହାଇଦ୍ରାବାଦ, ୧୬।୪: ହାଇଦ୍ରାବାଦ୍‌ରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ. ବି.ଆର୍‌. ଆମ୍ବେଡ୍‌କରଙ୍କ ୧୨୫ ଫୁଟର ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ଏ ନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତେଲଙ୍ଗାନା...

ଏମ୍‌ପିଙ୍କୁ ୧୫୦ କିଲୋମିଟର ଚାଲିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାଜପା ଏମ୍‌ପିମାନଙ୍କୁ ନୂଆ ନୂଆ କାମ ଦେଉଛନ୍ତି। ମୋଦି କହିଛନ୍ତି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରୁ ପଟେଲ...

ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର...

‘ବୈଜ୍ଞାନିକ ଗବେଷଣା ନିର୍ଦ୍ଦେଶ ଅନୁସାରେ କରାଯିବା ଅନୁଚିତ’

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତୀୟ...

ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ: ଶିବନ

ନୂଆଦିଲ୍ଲୀ,୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ...

Advertisement
Archives

Model This Week