Posted inଜାତୀୟ

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅଭିଯୁକ୍ତଙ୍କ ମୁକ୍ତିକୁ କଂଗ୍ରେସ କହିଲା ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୧୯ ।୫: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭଲନ୍ ମୁକୁଳିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ କଂଗ୍ରେସ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି । ଆଉ ଏଥିପାଇଁ କଂଗ୍ରେସ ମୋଦି ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଦୁର୍ଭାଗ୍ୟପୂର୍ଣ୍ଣ । ଏହାଦ୍ୱାରା କୋଟି କୋଟି ଭାରତୀୟଙ୍କ ଆତ୍ମାକୁ ବାଧିଛି । କାରଣ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜଣେ ହତ୍ୟାକାରୀକୁ ମୁକୁଳାଇ ଦେଇଛନ୍ତି ।
ମୋଦି ସରକାର ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ସୁରଜେୱାଲା କହିଛନ୍ତି ଏଥିପାଇଁ ସିଧାସଳଖ ମୋଦି ସରକାର ଦାୟୀ । ସୁରଜେୱାଲା କହିଛନ୍ତି ୨୦୧୮ ସେପ୍ଟେମ୍ବର ୯ରେ ତାମିଲନାଡୁର ତତ୍‌କାଳୀନ ଏଆଇଏଡିଏମକେ-ଭାଜପା ସରକାର ରାଜୀବ ଗାନ୍ଧୀଙ୍କ ୭ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ସୁପାରିଶ କରିଥିଲେ । ରାଜ୍ୟପାଳ ଏହା ଉପରେ କୌଣସି ନିଷ୍ପତ୍ତି ନ ନେଇ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ । ରାଷ୍ଟ୍ରପତି ବି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ନିଷ୍ପତ୍ତି ନେବାରେ ବିଳମ୍ବ ହେବାରୁ ସୁପ୍ରିମକୋର୍ଟ ଜଣେ ହତ୍ୟାକାରୀଙ୍କୁ ମୁକ୍ତ କରିଦେଇଛନ୍ତି । ସ୍ୱାଭାବିକ ଭାବେ ବାକି ହତ୍ୟାକାରୀଙ୍କୁ ବି ମୁକ୍ତ କରି ଦିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ ମହାରାଷ୍ଟ୍ରର ଶତାୟୁ ମହିଳା

ନୂଆଦିଲ୍ଲୀ,୨୦।୯-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏପରିସ୍ଥିତିରେ ମହାରାଷ୍ଟ୍ରର ଜଣେ ୧୦୬ ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ସେ...

ସ୍ବାମୀଙ୍କ ମୃତଦେହକୁ ଟ୍ରଲି ବ୍ୟାଗ୍‌ରେ ଭରି ଡ୍ରେନରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୮।୮: ଗତ ୧୦ ତାରିଖରେ ରାଜଧାନୀର ସୁଖଦେବ ବିହାରର ଡ୍ରେନରୁ ଏକ ଟ୍ରଲି ବ୍ୟାଗରୁ ମିଳିଥିଲା ଜଣେ ପୁରୁଷଙ୍କ ମୃତଦେହ। ପାଣିରେ ରହି ରହି ମୃତଦେହ...

ନୀତା ଅମ୍ବାନୀ ବିଏଚ୍‌ୟୁରେ ପ୍ରଫେସର ନିଯୁକ୍ତି ନେଇ ଦେଲେ ସଫେଇ

ନୂଆଦିଲ୍ଲୀ,୧୭।୩: ରିଲାୟନ୍ସ ଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଗେଷ୍ଟ ପ୍ରଫେସର ନିଯୁକ୍ତି ହେବା...

କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ, ୧୪ା୫: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ସରକାରୀ କମିଟି...

ମେଡିକାଲ କମିଶନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍‌ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍‌ସିଲ (ଏମ୍‌ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି...

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଛୁରିରେ ହତ୍ୟା କରାଯାଇଥିଲା। ମୃତ ଯୁବକ ଜଣଙ୍କ ୨୬ ବର୍ଷୀୟ ହର୍ଷ ବୋଲି ଜଣା ପଡିଛି।...

କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…

ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ...

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। ଏସବୁ...

Advertisement
Archives

Model This Week