ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ

ମୁମ୍ବାଇ,୨୫ ।୭: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ ଝିଅ ଐଶ୍ୱଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମାନ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ପାଇଁ ବି ଗୁରୁତ୍ୱ ରଖେ ।

ଦକ୍ଷିଣ ଭାରତରେ ଲୋକେ ରଜନୀକାନ୍ତଙ୍କୁ ‘ଭଗବାନ’ ବୋଲି ମାନନ୍ତି । ତେଣୁ ତାଙ୍କ ସହ ଜଡିତ ଛୋଟ ଛୋଟ କଥା କେତେ ଗୁରୁତ୍ୱ ରଖେ ତାହା ସହଜରେ ଅନୁମାନ କରାଯାଇପାରେ । ଏହା ତ ଏକ ବଡ ସମ୍ମାନ । ତେଣୁ ସୋସିଆଲ ମିଡିଆରେ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଗତ ରବିବାର ଚେନ୍ନାଇରେ ଇନକମ ଟ୍ୟାକ୍ସ ଡେ ପାଳନ କରାଯାଇଥିଲା । ଏହି ଅବସରରେ ରଜନୀକାନ୍ତ ସମୟ ଅନୁଯାୟୀ ନିମିତ ଭାବେ ଟ୍ୟାକ୍ସ ଭରଣା କରିଥିବାରୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନିତ କରିଛି । ପିତା ରଜନୀକାନ୍ତଙ୍କ ପକ୍ଷରୁ ଝିଅ ଐଶ୍ୱର୍ଯ୍ୟା ଏହି ସମ୍ମ୍‌ାନ ଗ୍ରହଣ କରିଛନ୍ତି । ଏହି ଆୱାର୍ଡ ତେଲେଙ୍ଗାନାର ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ପ୍ରଦାନ କରିଛନ୍ତି ।
ପିତା ରଜନୀକାନ୍ତଙ୍କୁ ଏହି ସମ୍ମାନ ମିଳିବା ଅବସରରେ ଝିଅ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି । ଏହାସହ କ୍ୟାପଶନରେ ଲେଖିଛନ୍ତି, ସବୁଠାରୁ ଅଧିକ ଓ ନିୟମିତ ଟ୍ୟାକ୍ସ ଦଉଥିବା ପିତାଙ୍କର ଜଣେ ଗର୍ବିତ ଝିଅ । ଇନକମ ଟ୍ୟାକ୍ସ ଡେ’ ୨୦୨୨ ଅବସରରେ ବାପାଙ୍କୁ ସମ୍ମାନିତ କରିଥିବାରୁ, ତାମିଲନାଡୁ ଓ ପୁଡୁଚେରୀର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଧନ୍ୟବାଦ ଦେଇଛନ୍ତି ।
ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟରେ ପ୍ରଶଂସକ ଖୁବ୍ କମେଣ୍ଟ କରୁଛନ୍ତି । ଜଣେ ଲେଖିଛନ୍ତି ‘ଥାଲାଇବା’ ଷ୍ଟାରଙ୍କର ଏକ ସଚେତନ ନାଗରିକ ହୋଇଥିବାରୁ ଗର୍ବ କରୁଛୁ । ଅନ୍ୟ ଜଣେ ଲେଖିଛନ୍ତି ରଜନୀକାଙ୍କ, ପ୍ରଶଂସକ ହୋଇଥିବାରୁ ଗର୍ବ ଅନୁଭବ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri