ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ

ମୁମ୍ବାଇ,୨୫ ।୭: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ ଝିଅ ଐଶ୍ୱଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମାନ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ପାଇଁ ବି ଗୁରୁତ୍ୱ ରଖେ ।

ଦକ୍ଷିଣ ଭାରତରେ ଲୋକେ ରଜନୀକାନ୍ତଙ୍କୁ ‘ଭଗବାନ’ ବୋଲି ମାନନ୍ତି । ତେଣୁ ତାଙ୍କ ସହ ଜଡିତ ଛୋଟ ଛୋଟ କଥା କେତେ ଗୁରୁତ୍ୱ ରଖେ ତାହା ସହଜରେ ଅନୁମାନ କରାଯାଇପାରେ । ଏହା ତ ଏକ ବଡ ସମ୍ମାନ । ତେଣୁ ସୋସିଆଲ ମିଡିଆରେ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଗତ ରବିବାର ଚେନ୍ନାଇରେ ଇନକମ ଟ୍ୟାକ୍ସ ଡେ ପାଳନ କରାଯାଇଥିଲା । ଏହି ଅବସରରେ ରଜନୀକାନ୍ତ ସମୟ ଅନୁଯାୟୀ ନିମିତ ଭାବେ ଟ୍ୟାକ୍ସ ଭରଣା କରିଥିବାରୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନିତ କରିଛି । ପିତା ରଜନୀକାନ୍ତଙ୍କ ପକ୍ଷରୁ ଝିଅ ଐଶ୍ୱର୍ଯ୍ୟା ଏହି ସମ୍ମ୍‌ାନ ଗ୍ରହଣ କରିଛନ୍ତି । ଏହି ଆୱାର୍ଡ ତେଲେଙ୍ଗାନାର ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ପ୍ରଦାନ କରିଛନ୍ତି ।
ପିତା ରଜନୀକାନ୍ତଙ୍କୁ ଏହି ସମ୍ମାନ ମିଳିବା ଅବସରରେ ଝିଅ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି । ଏହାସହ କ୍ୟାପଶନରେ ଲେଖିଛନ୍ତି, ସବୁଠାରୁ ଅଧିକ ଓ ନିୟମିତ ଟ୍ୟାକ୍ସ ଦଉଥିବା ପିତାଙ୍କର ଜଣେ ଗର୍ବିତ ଝିଅ । ଇନକମ ଟ୍ୟାକ୍ସ ଡେ’ ୨୦୨୨ ଅବସରରେ ବାପାଙ୍କୁ ସମ୍ମାନିତ କରିଥିବାରୁ, ତାମିଲନାଡୁ ଓ ପୁଡୁଚେରୀର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଧନ୍ୟବାଦ ଦେଇଛନ୍ତି ।
ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟରେ ପ୍ରଶଂସକ ଖୁବ୍ କମେଣ୍ଟ କରୁଛନ୍ତି । ଜଣେ ଲେଖିଛନ୍ତି ‘ଥାଲାଇବା’ ଷ୍ଟାରଙ୍କର ଏକ ସଚେତନ ନାଗରିକ ହୋଇଥିବାରୁ ଗର୍ବ କରୁଛୁ । ଅନ୍ୟ ଜଣେ ଲେଖିଛନ୍ତି ରଜନୀକାଙ୍କ, ପ୍ରଶଂସକ ହୋଇଥିବାରୁ ଗର୍ବ ଅନୁଭବ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?