Posted inଜାତୀୟ

ଜମିବାଡି ବିବାଦ: ପୁରୋହିତଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଜୟପୁର,୯।୧୦-ରାଜସ୍ଥାନର କରୌଲି ଜିଲାରେ ଜମି ବିବାଦକୁ କେନ୍ଦ୍ର କରି ଜଣେ ପୁରୋହିତଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବାବୁଲାଲ ବୈଷ୍ଣବ(୫୦)। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କୈଳାଶ ମୀନା। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ପୋଲିସ କହିଛି, ବାବୁଲାଲ ଏବଂ ତାଙ୍କ ପରିବାର ବୁକନା ଗ୍ରାମରେ ଥିବା ଏକ ରାଧା କୃଷ୍ଣ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିଲେ। ଗତ ଗୁରୁବାର କୈଳାଶଙ୍କ ସମେତ କିଛି ଲୋକ ଆସି ଉକ୍ତ ଜମିକୁ ଜବରଦଖଲଲ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାବୁଲାଲ ଏହାର ବିରୋଧ କରିଥିଲ। ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜୟପୁରର ଏସଏମଏସ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅପରପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ଟୁଇଟ କରି କହିଛନ୍ତି: ବାବୁଲାଲ ବୈଷ୍ଣବଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ରାଜ୍ୟ ସରକାର ମୃତକଙ୍କ ପରିବାର ସହ ଅଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷୀ ଉପରେ ବସି ଜେଲ ବାହାରକୁ ଯାଉଥିଲେ ସାବରକର

ବେଙ୍ଗାଲୁରୁ,୨୯।୮: ଭାଜପା ନେତୃତ୍ୱାଧୀନ ସରକାର ଇତିହାସର ପୁନର୍ଲିଖନ ପ୍ରୟାସ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କର୍ନାଟକ ପାଠ୍ୟପୁସ୍ତକ ସଂଶୋଧନ କମିଟି ଅଷ୍ଟମ ଶ୍ରେଣୀ...

ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ ମାର୍ଚ୍ଚ ୧୧ରେ…

ଲଦାଖ,୧୦।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ...

ଅଫିସରେ ପାଣି ନ ଥିବାରୁ ଘରେ ବସି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ,୧୩।୬: ଚଳିତ ବର୍ଷ ପାରଦ ୪୮ ଡିଗ୍ରୀ ଟପିଥିବା ବେଳେ ଦେଶରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଏପରି ସ୍ଥଳେ ଚେନ୍ନାଇର ଓଲ୍ଡ...

ମାୟାବତୀଙ୍କ ପୁତୁରା ବିଏସ୍‌ପିର ନଂ. ୨ ନେତା

ଲକ୍ଷ୍ନୌ,୧୪ା୯(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବେ ଦଳରେ ନଂ୨ ନେତା। ଆଗାମୀ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ...

ସକ୍ରିୟ ରାଜନୀତିରୁ ଅବସର ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁୟୋରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ତାଙ୍କର...

ପ୍ରଦୂଷଣ ଯୋଗୁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ବାୟୁ ପ୍ରଦୂଷଣ ଯୋଗୁ ରାଜଧାନୀ ଦିଲ୍ଲୀର ଅବସ୍ଥା ବିଗିଡି ଯାଉଛି। ରବିବାର ଦିଲ୍ଲୀ ସରକାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି...

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ: ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ

ନୂଆଦିଲ୍ଲୀ,୧୪ା୧୨ (ଆଇଏଏନ୍‌ଏସ୍‌): ୨୦୨୦-୨୧ ଆର୍ଥକ ବର୍ଷ ଲାଗି ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବ। ସେହିଭଳି ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ ଆଗତ...

କୁଳପତି ନିଯୁକ୍ତ କରିବେ ରାଜ୍ୟ ସରକାର

ଚେନ୍ନାଇ,୨୬ା୪:ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ ଏବେ ରାଜ୍ୟପାଳଙ୍କ ପରିବର୍ତ୍ତେ ରାଜ୍ୟ ସରକାର କରିବେ। ଏନେଇ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଦୁଇଟି ବିଲ୍‌ ଗୃହୀତ...

Advertisement
Archives

Model This Week