ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…

ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ ଭାଙ୍ଗିଯାଉଛି ତ କିଏ ଘରୋଇ ହିଂସାର ଶିକାର ହେଉଛି। ପ୍ରାୟତଃ ଏଭଳି ଘଟଣା ଖବର ଶିରୋନାମା ପାଲଟିଆସୁଛି। ହେଲେ ସମାଜରେ ଏଭଳି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯିଏ କି ଯୌତୁକକୁ ନା କହି ଉଦାହରଣ ସାଜିଥାନ୍ତି। ସେହିଭଳି ଏକ ଘଟଣାକ୍ରମରେ ଏକ ଦମ୍ପତି ଯୌତୁକ ପ୍ରଥା ସମାପ୍ତ କରିବା ପାଇଁ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ରାଜସ୍ଥାନର ଦୁଇ ଜଣ IPS ଏବଂ IAS ଯୋଡ଼ି ଯୌତୁକ ପ୍ରଥା ସମାପ୍ତ କରିବା ପାଇଁ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧ ଟଙ୍କାରେ ଦୁହିଁଙ୍କ ବିବାହ ଶେଷ ହୋଇଛି। ସେମାନେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି।

ରାଜସ୍ଥାନରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ବର ଏବଂ କନ୍ୟା ଆଉ କେହି ନୁହନ୍ତି ବରଂ ଜଣେ IPS ଏବଂ IAS ଅଧିକାରୀ। ସୁରତପୁରର ବାସିନ୍ଦା ଆଇପିଏସ୍‌ ରାଜକୁମାର ମୀନାଙ୍କ ବିବାହ ଭରତପୁର ଜିଲାର ବାସିନ୍ଦା ଆଇଏଏସ୍‌ ଭାରତୀ ମୀନାଙ୍କ ସହ ହୋଇଛି। ପେସାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସତ୍ତ୍ୱେ ଆଇପିଏସ୍‌ଜଣଙ୍କ ବିବାହ ପାଇଁ ଯୌତୁକ ନେବାକୁ ମନା କରିଦେଇଥିଲେ। ଉଭୟ ପରିବାର ବରଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲେ। ଏହି ବିବାହ ପାଇଁ ଆଇପିଏସ୍‌ଙ୍କ ବାପା ଝିଅଙ୍କ ଘରୁ ଶୁଭ ଭାବେ ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ଦାନ ନେଇ ବିବାହ ସମ୍ପନ୍ନ କରାଇଥିଲେ ଏବଂ ଯୌତୁକମୁକ୍ତ ବିବାହକୁ ପ୍ରୋତ୍ସାହିତ କରିଥିଲେ।

ଆଇପିଏସ୍‌ ରାଜକୁମାର ମୀନାଙ୍କ ଦାଦା ଆଦିବାସୀ ମୀନା ସମ୍ପ୍ରଦାୟର ଜିଲା ଉପାଧ୍ୟକ୍ଷ। ତାଙ୍କ ନାମ କାଞ୍ଜି ମୀନା। କାଞ୍ଜି ମୀନା ତାଙ୍କ ପୁତୁରା ଆଇପିଏସ୍‌ଙ୍କ ବିବାହ ବିଷୟରେ କହିଥିଲେ ଯେ ବିବାହରେ ଯୌତୁକ ନ ନେବାର ପ୍ରୟାସରେ କେବଳ ଗୋଟିଏ ଟଙ୍କା ନିଆଯାଇଥିଲା। ସେ କହିଥିଲେ ଯେ ଏହି ପଦକ୍ଷେପ ସହିତ ଯୌତୁକ ପ୍ରଥା ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ଆରମ୍ଭ କରାଯାଇଛି। କାଞ୍ଜି ମୀନା କହିଛନ୍ତି ଯେ ଯେତେବେଳେ ଆଦିବାସୀ ସମାଜ ବୈଠକରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଥିଲା, ପ୍ରାୟତଃ କୁହାଯାଉଥିଲା ଯେ ପ୍ରଥମେ ବୟସ୍କମାନେ ଏହାକୁ ଉଚ୍ଛେଦ କରିବା ଉଚିତ। କେବଳ ସେତେବେଳେ ମଧ୍ୟବିତ୍ତ କିମ୍ବା ଗରିବ ଲୋକଙ୍କ ଉପରେ ନିୟମ ପାଳନ କରିବାର ଚାପ ପଡ଼ିବ। ଏହାକୁ ବୁଝି ଯେତେବେଳେ IPS ଏବଂ IAS ଅଧିକାରୀମାନେ ମାତ୍ର ଗୋଟିଏ ଟଙ୍କାରେ ଯୌତୁକମୁକ୍ତ ବିବାହ ଆୟୋଜନ କଲେ, ସମାଜ ଏଥିରୁ ଏକ ଭଲ ବାର୍ତ୍ତା ପାଇଛି। କାରଣ ଏବେ ଯୌତୁକ ମୁକ୍ତ ବିବାହ ଆରମ୍ଭ ହୋଇଛି, ଏବେ ଧୀରେ ଧୀରେ ସମାଜରୁ ଯୌତୁକ ପ୍ରଥା ମଧ୍ୟ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?