Posted inଜାତୀୟ

ରାହୁଲ ଗାନ୍ଧୀ-ଦିବ୍ୟା ମଦେରଣାଙ୍କ ଫଟୋକୁ ନେଇ ବୟାନବାଜି ଆରମ୍ଭ , ଟାର୍ଗେଟ କଲେ ମଦନ ଦିଲାୱର

ନୂଆଦିଲ୍ଲୀ,୪ ।୧୨: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ଏଣ୍ଟ୍ରି କରିବା ପୂର୍ବରୁ ଏହାକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଶନିବାର ବାଡମେରରେ ପହଞ୍ଚିଥିବା ଭାଜପାର ପ୍ରଦେଶ ମହାମନ୍ତ୍ରୀ ଓ ବିଧାୟକ ମଦନ ଦିଲାୱର ରାହୁଲ ଗାନ୍ଧୀ ମହିଳାଙ୍କୁ ଜାବୁଡି ଧରିବା ଘଟଣା ଅଶୋଭୀୟ ବୋଲି କହିଛନ୍ତି । ସେ ଏହାକୁ ଏକ ଅପରାଧ କହିବା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟରେ ରାହୁଲଙ୍କ ଗିରଫ ଦାବି କରିଛନ୍ତି । ତୋସିୟାରେ କଂଗ୍ରେସର ତେଜତର୍ରାର ବିଧାୟକ ଦିବ୍ୟା ମଦେରଣା ରାହୁଲ ଗାନ୍ଧୀଙ୍କ ମହାରାଷ୍ଟ୍ରରେ ପହଞ୍ଚିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ଏହି ସମୟରେ ରାହୁଲ ବିଧାୟିକା ଦିବ୍ୟାଙ୍କ ମଥାରେ ଚୁମ୍ବନ ଦେଇଥିଲେ ।
ଦିବ୍ୟା ଏହି ଫଟୋ ୨୩ ନଭେମ୍ବରରେ ଟୁଇଟ କରିଥିଲେ । ଏହାପରେ ଏହି ଫଟୋକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ଦିବ୍ୟା ମଦେରଣା ଓ ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ପ୍ରଥମେ ନାଗୌର ଏମପି ହନୁମାନ ବେନିୱାଲ କାହାର ନାଁ ନ ନେଇ ଖୁବ୍ କଟାକ୍ଷ କରିଥିଲେ । ସେ କହିଥିଲେ କୃଷକର ଝିଅ ରାହୁଲଙ୍କ ସହ ଲାଗି ଲାଗି ଫଟୋ ଉଠାଉଛନ୍ତି । କ’ଣ ସେ ମୁଖ୍ୟ ମନ୍ତ୍ରୀ ହେବେ କି । ଏହାପରେ ରାହୁଲ ଓ ଦିବ୍ୟାଙ୍କ ଫଟୋକୁ ନେଇ ଆହୁରି କେତେଜଣ ନେତା ବି କମେଣ୍ଟ କରିଛନ୍ତି ।
ଏହି ଘଟଣାକୁ ନେଇ ବିଧାୟକ ମଦନ ଦିଲାୱର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅପରାଧୀଙ୍କୁ ଅପରାଧ କରିବାକୁ ମୌଖିକ ନିର୍ଦ୍ଦେଶ ରହିଛି । ଏଠି ଅପରାଧୀ ଧନ ଲୁଟିବା, ମହିଳାଙ୍କୁ ଅପମାନ ଦେବା ଓ ବଳାତ୍କାର କରିବା ଭଳି ଘଟଣାକୁ ଅଣଦେଖା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri