
କିସ୍ମିସ୍ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରିଥାଏ। ଏହାବ୍ୟତୀତ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, କିସ୍ମିସ୍ କମ୍ କ୍ୟାଲୋରିଯୁକ୍ତ। ଏହା ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ଏଭଳି ତତ୍ତ୍ୱ ଅଛି, ଯାହା ଶରୀରରେ ସୁଗାର ସ୍ତରକୁ କେତେକାଂଶରେ ସନ୍ତୁଳିତ ରଖେ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ୍ ଗୁଣ ମଧ୍ୟ ରହିଛି। ଏହାକୁ ଖାଇଲେ ତାହା ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଶରୀରରେ ଶକ୍ତି ବୃଦ୍ଧି କରିଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଏହାକୁ ଖାଇଲେ ତାହା ହାର୍ଟ ପାଇଁ ମଧ୍ୟ ଉପକାରୀ। ପେଟରେ ଏସିଡିଟି ସମସ୍ୟା ଦେଖାଦେଲେ ଏହା ସେଥିରୁ କେତେକାଂଶରେ ଉପଶମ ଦେଇଥାଏ। କେବଳ ସେତିକି ନୁହେଁ, ଶରୀରରେ କୋଲେଷ୍ଟରଲ ସ୍ତରକୁ ମଧ୍ୟ ସନ୍ତୁଳିତ ରଖେ। ଚର୍ମକୁ ମଧ୍ୟ ନମନୀୟ ରଖିଥାଏ କିସମିସ୍।