Posted inଖେଳ

ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା

ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା। ଅବସର ନେବା ପୂର୍ବରୁ ଖେଳାଳିମାନେ ବିସିସିଆଇକୁ ପ୍ରଥମେ ସୂଚନା ଦେବା ନିୟମ ରହିଛି, ଯାହାକି ଆଇକନିକ୍‌ ମହେନ୍ଦ୍ର ସିଂ ଧୋନୀ କରିଥିଲେ। ଏ ସମ୍ପର୍କରେ ସେ ପ୍ରୋଟୋକଲ ଭାଙ୍ଗି ଥିବାରୁ ସମ୍ଭବତଃ ରବିବାର ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଧୋନୀଙ୍କ ଅବସର ସମ୍ପର୍କରେ ଯାହାକିଛି ଟୁଇଟ୍‌ କରିଥିଲେ। ବିସିସିଆଇ ଓ୍ବେସାଇଟ୍‌ରେ କେବଳ ଧୋନୀଙ୍କ ଅବସର ସମ୍ପର୍କରେ ସୂଚନା ରହିଥିଲା। ଫଳରେ କ୍ରିକେଟ ପ୍ରଶଂସକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସାଧାରଣରେ ଘୋଷଣା କରିବାର ଗୋଟିଏ ଦିନପରେ ବିସିସିଆଇକୁ ଅବସର ସମ୍ପର୍କରେ ଅବଗତ କରାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ। ବିସିସିଆଇ ପକ୍ଷରୁ ସୋମବାର ଏହା ପ୍ରକାଶ କରାଯିବା ସହିତ ସୀମିତ ଓଭର ଫର୍ମାଟରେ ଏହି ଅଲରାଉଣ୍ଡରଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଅଗଷ୍ଟ ୧୫ରେ ଧୋନୀ ଅବସର ଘୋଷଣା କରିବାର କିଛି ମିନିଟ ପରେ ନିଜ ମେଣ୍ଟରଙ୍କ ପଦାଙ୍କ ଅନୁସରଣ କରି ଅନେକଙ୍କୁ ବିସ୍ମିତ କରିଥିଲେ ୩୩ ବର୍ଷୀୟ ରାଇନା। ନିଜ ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସେ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସ୍ବଳ୍ପ ସମୟ ପାଇଁ ରାଇନା ଭାରତୀୟ ଦଳର ନେତୃତ୍ୱ ନେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୨ ଓ ବାଂଲାଦେଶ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇଥିଲା। ସେହିପରି ଜିମ୍ବାଓ୍ବେ ବିପକ୍ଷରେ ଭାରତ ଏକ ଟି୨୦ ସିରିଜକୁ ୨-୦ରେ ଜିତିଥିଲା। ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚରେ ଶତକ ହାସଲ କରି ନିଜ ପ୍ରତିଭା ଦେଖାଇଥିଲେ ରାଇନା। ପ୍ରଥମ ଭାରତୀୟ ଭାବେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିଥିଲେ। ଭାରତ ବାହାରେ ସେ ଶତକ ହାସଲ କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାମହାତୀ ରାଇନାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ”ଭାରତୀୟ ଦିନିକିଆ କ୍ରିକେଟରେ ରାଇନା ଅନ୍ୟତମ ପ୍ରମୁଖ ପ୍ରଦର୍ଶନକାରୀ ଥିଲେ। ବ୍ୟାଟିଂ ଅର୍ଡରର ନିମ୍ନଭାଗରେ ଆସିଥିଲେ ହେଁ କେତେକ ମ୍ୟାଚ ବିଜୟୀ ଇନିଂସ ଖେଳି ସେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ରାଇନା, ଯୁବରାଜ ସିଂ ଓ ଧୋନୀଙ୍କ ଉପସ୍ଥିତିରେ ଭାରତୀୟ ମିଡଲ ଅର୍ଡର ଶକ୍ତିଶାଳୀ ହୋଇଥିଲା। ମୁଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି“ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ”ରାଇନା ଜଣେ କୁଶଳୀ ଟି୨୦ ବ୍ୟାଟ୍ସମ୍ୟାନ। ବାମହାତୀ ବ୍ୟାଟ୍ସମ୍ୟାନଭାବେ ସେ କ୍ରିକେଟ ପଡ଼ିଆରେ ଶକ୍ତିଶାଳୀ ଶଟ୍‌ ମାଧ୍ୟମରେ ନିଜ ଦକ୍ଷତା ଦେଖାଇଥିଲେ। ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସ ତାଙ୍କ କ୍ୟାରିୟରକୁ ରୁଦ୍ଧିମନ୍ତ କରିଛି। କ୍ୟାରିୟରର ଦ୍ୱିତୀୟ ଇନିଂସ ପାଇଁ ଶୁଭକାମନା“ ବୋଲି ଶାହା କହିଛନ୍ତି। ରାଇନା ୨୦୧୮ରେ ଶେଷଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri