Posted inଖେଳ

ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା

ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା। ଅବସର ନେବା ପୂର୍ବରୁ ଖେଳାଳିମାନେ ବିସିସିଆଇକୁ ପ୍ରଥମେ ସୂଚନା ଦେବା ନିୟମ ରହିଛି, ଯାହାକି ଆଇକନିକ୍‌ ମହେନ୍ଦ୍ର ସିଂ ଧୋନୀ କରିଥିଲେ। ଏ ସମ୍ପର୍କରେ ସେ ପ୍ରୋଟୋକଲ ଭାଙ୍ଗି ଥିବାରୁ ସମ୍ଭବତଃ ରବିବାର ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଧୋନୀଙ୍କ ଅବସର ସମ୍ପର୍କରେ ଯାହାକିଛି ଟୁଇଟ୍‌ କରିଥିଲେ। ବିସିସିଆଇ ଓ୍ବେସାଇଟ୍‌ରେ କେବଳ ଧୋନୀଙ୍କ ଅବସର ସମ୍ପର୍କରେ ସୂଚନା ରହିଥିଲା। ଫଳରେ କ୍ରିକେଟ ପ୍ରଶଂସକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସାଧାରଣରେ ଘୋଷଣା କରିବାର ଗୋଟିଏ ଦିନପରେ ବିସିସିଆଇକୁ ଅବସର ସମ୍ପର୍କରେ ଅବଗତ କରାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ। ବିସିସିଆଇ ପକ୍ଷରୁ ସୋମବାର ଏହା ପ୍ରକାଶ କରାଯିବା ସହିତ ସୀମିତ ଓଭର ଫର୍ମାଟରେ ଏହି ଅଲରାଉଣ୍ଡରଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଅଗଷ୍ଟ ୧୫ରେ ଧୋନୀ ଅବସର ଘୋଷଣା କରିବାର କିଛି ମିନିଟ ପରେ ନିଜ ମେଣ୍ଟରଙ୍କ ପଦାଙ୍କ ଅନୁସରଣ କରି ଅନେକଙ୍କୁ ବିସ୍ମିତ କରିଥିଲେ ୩୩ ବର୍ଷୀୟ ରାଇନା। ନିଜ ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସେ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସ୍ବଳ୍ପ ସମୟ ପାଇଁ ରାଇନା ଭାରତୀୟ ଦଳର ନେତୃତ୍ୱ ନେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୨ ଓ ବାଂଲାଦେଶ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇଥିଲା। ସେହିପରି ଜିମ୍ବାଓ୍ବେ ବିପକ୍ଷରେ ଭାରତ ଏକ ଟି୨୦ ସିରିଜକୁ ୨-୦ରେ ଜିତିଥିଲା। ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚରେ ଶତକ ହାସଲ କରି ନିଜ ପ୍ରତିଭା ଦେଖାଇଥିଲେ ରାଇନା। ପ୍ରଥମ ଭାରତୀୟ ଭାବେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିଥିଲେ। ଭାରତ ବାହାରେ ସେ ଶତକ ହାସଲ କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାମହାତୀ ରାଇନାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ”ଭାରତୀୟ ଦିନିକିଆ କ୍ରିକେଟରେ ରାଇନା ଅନ୍ୟତମ ପ୍ରମୁଖ ପ୍ରଦର୍ଶନକାରୀ ଥିଲେ। ବ୍ୟାଟିଂ ଅର୍ଡରର ନିମ୍ନଭାଗରେ ଆସିଥିଲେ ହେଁ କେତେକ ମ୍ୟାଚ ବିଜୟୀ ଇନିଂସ ଖେଳି ସେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ରାଇନା, ଯୁବରାଜ ସିଂ ଓ ଧୋନୀଙ୍କ ଉପସ୍ଥିତିରେ ଭାରତୀୟ ମିଡଲ ଅର୍ଡର ଶକ୍ତିଶାଳୀ ହୋଇଥିଲା। ମୁଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି“ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ”ରାଇନା ଜଣେ କୁଶଳୀ ଟି୨୦ ବ୍ୟାଟ୍ସମ୍ୟାନ। ବାମହାତୀ ବ୍ୟାଟ୍ସମ୍ୟାନଭାବେ ସେ କ୍ରିକେଟ ପଡ଼ିଆରେ ଶକ୍ତିଶାଳୀ ଶଟ୍‌ ମାଧ୍ୟମରେ ନିଜ ଦକ୍ଷତା ଦେଖାଇଥିଲେ। ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଇନିଂସ ତାଙ୍କ କ୍ୟାରିୟରକୁ ରୁଦ୍ଧିମନ୍ତ କରିଛି। କ୍ୟାରିୟରର ଦ୍ୱିତୀୟ ଇନିଂସ ପାଇଁ ଶୁଭକାମନା“ ବୋଲି ଶାହା କହିଛନ୍ତି। ରାଇନା ୨୦୧୮ରେ ଶେଷଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

ପିତାଙ୍କ ଅସମୟରେ ଦେହାନ୍ତ, ଘୁଞ୍ଚିଯିବକି ରିଙ୍କୁ-ପ୍ରିୟାଙ୍କ ବିବାହ? ଜାଣନ୍ତୁ କେବେ ହାତକୁ ଦି ହାତ ହୋଇଥାଆନ୍ତେ କ୍ରିକେଟର

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ତାଙ୍କ ଭାବି ପତ୍ନୀ ପ୍ରିୟା ସରୋଜଙ୍କ ପରିବାର ବର୍ତ୍ତମାନ ଏକ ଦୁଃଖଦ ଘଟଣା ପାଇଁ ଦୁଃଖରେ ଅଛନ୍ତି। ୨୭…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

ସମ୍ବଲପୁର କପ୍‌ ଫୁଟବଲ: ସମଲେଶ୍ୱରୀ ସ୍ପୋର୍ଟିଂକୁ ହରାଇ ଫାଇନାଲରେ କେରଳ

ସମ୍ବଲପୁର,୨୬ା୨(ବି.ଶଙ୍କର): ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ କେରଳ ଷ୍ଟେଟ୍‌ ଇଲେଷ୍ଟ୍ରିସିଟି ବୋର୍ଡ ବିଜୟୀ…

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri