Posted inଜାତୀୟ

ପାନୀୟ ଉପଯୋଗୀ ନୁହେଁ ବର୍ଷାଜଳ

ଷ୍ଟକ୍‌ହୋମ୍‌, ୧୧ା୮: ବର୍ଷାଜଳକୁ ସିଧାସଳଖ ପାନୀୟ ଭାବେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସୁଇଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରେ ମାତ୍ରାଧିକ ପର୍‌-ଆଣ୍ଡ୍‌ ପଲିଫ୍ଲୋରୋଆଲ୍‌କାଇଲ ସବ୍‌ଷ୍ଟାନ୍ସେସ୍‌ (ପିଏଫ୍‌ଏଏସ୍‌) ରହିଥାଏ। ଏହି ବିଷାକ୍ତ କେମିକାଲର ବିଘଟନ ବିଳମ୍ବରେ ହୋଇଥାଏ। ଫଳରେ ତାହା ଆମ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ସଦ୍ୟ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ଏନ୍‌ଭାଇରନ୍‌ମେଣ୍ଟାଲ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ପତ୍ରିକାରେ ପ୍ରକାଶ ପାଇଛି।

ପ୍ରଥମେ ଶାମ୍ପୁ ଏବଂ କସ୍‌ମେଟିକ୍‌ ସାମଗ୍ରୀରେ ମିଳିଥିଲା। ଏବେ ତାହା ପାଣି ଏବଂ ବାୟୁରେ ବ୍ୟାପି ସାରିଛି। ଗବେଷଣାରେ ଭାଗ ନେଇଥିବା ପ୍ରଫେସର ଇଆନ୍‌ କଜିନ୍‌ କହିଛନ୍ତି, ପୃଥିବୀରେ ଏପରି କୌଣସି ଏକ ସ୍ଥାନ ନାହିଁ ଯେଉଁଠି ବର୍ଷାଜଳ ପାନୀୟ ଉପଯୋଗୀ। ଏପରି କି ଆଣ୍ଟାର୍କଟିକା ଏବଂ ତିବ୍ବତ ମାଳଭୂମିରେ ମଧ୍ୟ ବର୍ଷାଜଳ ବିଷାକ୍ତ। ରିପୋର୍ଟରେ ଆହୁରି କୁହାଯାଇଛି, ଫିଏଫ୍‌ଏସ୍‌ ମିଶ୍ରିତ ପାଣି ପିଉଥିବା ଏବଂ ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। ଶିଶୁଙ୍କ ଶାରୀରିକ ବିକାଶ ବାଧାପ୍ରାପ୍ତ ହେବା ସହ ମୋଟାପଣ ଏବଂ ରକ୍ତରେ କୋଲେଷ୍ଟର ମାତ୍ରା ମଧ୍ୟ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ପିଏଫ୍‌ଏସ୍‌ ପୃଥିବୀ ସାରା ବ୍ୟାପ୍ତ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଯିବା ଅସମ୍ଭବ। ଆମ ଗ୍ରହରେ ଯେତିକି ମାତ୍ରାରେ ପିଏଫ୍‌ଏସ୍‌ ରହିବା କଥା ଏବେ ତାହାଠାରୁ କାହିଁ କେତେଗୁଣା ଏହାର ମାତ୍ରା ବଢ଼ିଯାଇଛି। ତେଣୁ ଏହି କ୍ଷତିକାରକ ରାସାୟନିକ ପଦାର୍ଥ ସହ ଆମକୁ ଚଳିବାକୁ ପଡ଼ିବ ବୋଲି ପ୍ରଫେସର କଜିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri